Advertisment

ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ

କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲା ବିରୋଧରେ ପୋଷ୍ଟ ସେୟାର କରିବା ଦିନଠାରୁ ତାଙ୍କୁ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଉଛି ଏବଂ ଅଶ୍ଳୀଳ ମେସେଜ ମଧ୍ୟ ପଠାଯାଉଥିବା ସେ କହିଛନ୍ତି।

author-image
Madhupriya Mistry
Mimi Chakraborty

Mimi Chakraborty

ଅଭିନେତ୍ରୀ ମିଳିଲା ଦୁଷ୍କର୍ମ ଧମକ। ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ମିଳିଛି ଦୁଷ୍କର୍ମ ଧମକ। କେବଳ ସେତିକି ନୁହେଁ ତାଙ୍କ ପାଖକୁ ଅଶ୍ଳୀଳ ମେସେଜ ମଧ୍ୟ ପଠାଇଛନ୍ତି ଦୁର୍ବୃତ୍ତ। ଏନେଇ ସେ ନିଜେ ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ସୁପ୍ରିମକୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ସିବିଆଇ ମଧ୍ୟ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି। ଏହାରି ଭିତରେ ଟିଏମ୍‌ସିର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ ମିଳିଛି।

କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲା ବିରୋଧରେ ପୋଷ୍ଟ ସେୟାର କରିବା ଦିନଠାରୁ ତାଙ୍କୁ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଉଛି ଏବଂ ଅଶ୍ଳୀଳ ମେସେଜ ମଧ୍ୟ ପଠାଯାଉଥିବା ସେ କହିଛନ୍ତି।

Advertisment

ସୋସିଆଲ ମିଡିଆରେ ମିମି ଧମକପୂର୍ଣ୍ଣ ମେସେଜର ସ୍କ୍ରିନଶଟ୍‌ ସେୟାର କରି ଲେଖିଛନ୍ତି, 'ଆମେ ଏଠାରେ ମହିଳାମାନଙ୍କ ପାଇଁ ନ୍ୟାୟ ଦାବି କରୁଛୁ। ଏମାନେ ହେଉଛନ୍ତି ସେମନାଙ୍କ ମଧ୍ୟରୁ ଜଣେ, ଯିଏକି ଭିଡ଼ ଭିତରେ ମୁଖାପିନ୍ଧି ଆମେ ମହିଳାଙ୍କ ସହ ଛିଡା ହୋଇଛି କୁହନ୍ତି ଆଉ ବଳାତ୍କାର ଧମକ ମଧ୍ୟ ଦିଅନ୍ତି। ଦୁଷ୍କର୍ମ ଧମକ ସାଧାରଣ ହୋଇଗଲାଣି। କେଉଁ ଲାଳନପାଳନ ଏବଂ ଶିକ୍ଷା ଏହାର ଅନୁମତି ଦିଏ?' ଏହି ପୋଷ୍ଟକୁ ସେ କୋଲକାତା ପୁଲିସର ସାଇବର ସେଲ ବିଭାଗକୁ ମଧ୍ୟ ଟ୍ୟାଗ କରିଛନ୍ତି।

କୋଲକାତା ରାଜି କର୍‌ ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ହେଉଥିବା ବିରୋଧ ପ୍ରଶର୍ଦନରେ ଅନେକ ବଙ୍ଗୀୟ ଫିଲ୍ମର ଅଭିନେତା ଓ ଅଭିନେତ୍ରୀ ସାମିଲ ହୋଇଥିଲେ। ସେଥିମଧ୍ୟରୁ ମିମି ଚକ୍ରବର୍ତ୍ତୀ ମଧ୍ୟ ଜଣେ ଥିଲେ।

Kolkata Rape-Murder Case Rape Threat West Bengal Mimi Chakraborty