Advertisment

ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ

ମଥୁନ ଆଜି ସକାଳୁ ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Mithun

Mithun

ଭେଟରାନ ଆକ୍ଟର ତଥା ବିଜେପି ନେତା ମଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳୁ ମଥୁନ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Advertisment

ପ୍ରାଥମିକ ସୂଚନା ଅନୁସାରେ, ମଥୁନ ଆଜି ସକାଳୁ ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ତେଣୁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ତେବେ ପ୍ରକୃତରେ ମିଥୁନଙ୍କର କ’ଣ ହୋଇଛି, ସେକଥା କିଛି ବି ଜଣାପଡ଼ିନି। ସମସ୍ତେ ତାଙ୍କ ସ୍ୱାସ୍ୟାବସ୍ଥା ସମ୍ପର୍କିତ ଅପଡେଟ ପାଇଁ ଅପେକ୍ଷା କରିଛନ୍ତି।

ନିକଟରେ ଭାରତ ସରକାର ସିନେମା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ମଥୁନଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରିଥିଲେ। ଏହି ସମ୍ମାନ ପରେ ସେ ନିଜକୁ ଗର୍ବିତ ଅନୁଭବ କରୁଥିବା ଗୋଟିଏ ଭିଡିଓ ବାର୍ତ୍ତାରେ କହିଥିଲେ।

Advertisment
Bjp Mithun Chakraborty