Advertisment

ରାଷ୍ଟ୍ରପତିଙ୍କ ଠାରୁ ଦାଦା ସାହେବ ପୁରସ୍କାର ନେଲେ ମିଥୁନ, କାନ୍ଦି ପକାଇଲେ

ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ଭୂଷଣ ସମ୍ମାନ ପାଇ ସାରିଥିବା ମିଥୁନଙ୍କୁ ସିନେମା ଜଗତରେ କଳା ରଙ୍ଗ ପାଇଁ ଅନେକ ସମାଲୋଚନା ଓ ଅସମ୍ମାନର ଶିକାର ହେବାକୁ ପଡ଼ିଥିଲା।

Mithun

Mithun

Advertisment

ବଲିଉଡର ବର୍ଷିଆନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନଜନକ ଦାଦା ସାହେବ ଫାଲକେ ସମ୍ମାନ ଗ୍ରହଣ କରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ଫିଲ୍ମ ଚଳଚ୍ଚିତ୍ର ପୁରସ୍କାରନ ପ୍ରଦାନ ଉତ୍ସବରେ ସମ୍ମାନ ଗ୍ରହଣ କରିବା ବେଳେ ସମ୍ମାନ ଗ୍ରହଣ କରିବା ବେଳେ ୭୪ ବର୍ଷୀୟ ମିଥୁନ ବେଶ ଭାବବିହ୍ୱଳ ହୋଇ ଉଠିଥିଲେ। ଏଥିସହ ସେ ଉପସ୍ଥିତ ଅତିଥିଙ୍କୁ ସମ୍ବୋଧନ କରିବା ବେଳେ କାନ୍ଦି ପକାଇଥିଲେ। ନିଜ କଳା ରଙ୍ଗର ଚେହେରା ପାଇଁ ସେ କେମିତି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଂଘର୍ଷ କରିଥିଲେ, ସେକଥା ସମସ୍ତଙ୍କୁ ଜଣାଇଥିଲେ।

Advertisment

ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ଭୂଷଣ ସମ୍ମାନ ପାଇ ସାରିଥିବା ମିଥୁନଙ୍କୁ ସିନେମା ଜଗତରେ କଳା ରଙ୍ଗ ପାଇଁ ଅନେକ ସମାଲୋଚନା ଓ ଅସମ୍ମାନର ଶିକାର ହେବାକୁ ପଡ଼ିଥିଲା। ସେ କହିଛନ୍ତି ଯେ “ମୋତେ କୁହାଯାଇଥିଲା ଯେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କଳା ରଙ୍ଗ ଚଳିବ ନାହିଁ। ଯେତେ ଅପମାନ ହେବାର ଥିଲା, ସେସବୁ ହୋଇଥିଲା।

ଏହାପରେ ମୁଁ ଡ୍ୟାନ୍ସ କରିବାକୁ ନିଷ୍ପତ୍ତି ନେଇଥିଲି। ମୁଁ ଚାହୁଁଥିଲି ଯେ ଲୋକମାନେ ମୋ ପାଦକୁ ଚାହାଁନ୍ତୁ। ମୋ ମୁହଁ କିମ୍ବା ରଙ୍ଗକୁ ଦେଖନ୍ତୁ ନାହିଁ। ସବୁ ସିନେମାନେ ମୁଁ ଗୋଡ଼ରେ ନାଚ କରିଥିଲି। ଆଉ ଲୋକମାନେ ମୋ ରଙ୍ଗକୁ ଭୁଲି ଗଲେ।”

Advertisment

ନୂଆ କଳାକାରମାନଙ୍କୁ ସେ କେବେ ହେଲେ ସ୍ୱପ୍ନ ଦେଖିବା ବନ୍ଦ ନ କରିବାକୁ ପରାମର୍ଶ ଦେଇଛନ୍ତି। ସେ ନିଜ ସଂଘର୍ଷର କାହାଣୀ କହିବା ସହ “ଯଦି ମୁଁ ଏହା କରିପାରିବି, ତା’ହେଲେ ଯେକୌଣସି ଲୋକ ମଧ୍ୟ କରିପାରିବ। ନିଜେ ଶୋଇ ପଡ଼ିବ। କିନ୍ତୁ ନିଜ ସ୍ୱପ୍ନକୁ କେବେ ହେଲେ ଶୋଇବାକୁ ଦେବ ନାହିଁ” ବୋଲି ସେ କହିଛନ୍ତି। ମିଥୁନଙ୍କ କଥା ଶୁଣି ସମସ୍ତେ ଛିଡ଼ା ହୋଇ ତାଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ।

୪୮ ବର୍ଷର ସଫଳ କ୍ୟାରିୟରରେ ମିଥୁନ ଚକ୍ରବର୍ତ୍ତୀଙ୍କର ହିନ୍ଦୀ ସିନେମା ଜଗତକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେ ଏବେବି ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି। କୋଲକାତାର ଗଳିକନ୍ଦିରୁ ବଳିଉଡର ଡିସ୍କୋ ଡ୍ୟାନ୍ସର ହେବା ଯାଏ ଯାତ୍ରା ମିଥୁନଙ୍କ ପାଇଁ ଆଦୌ ସହଜ ନଥିଲା। ସିନେମାର ଉଚ୍ଚତାରେ ପହଞ୍ଚିବା ପାଇଁ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ମିଥୁନ ୧୯୭୬ରେ ଏକ ଫିଲ୍ମରେ ଛୋଟ ଭୂମିକାରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ଥିଲା 'ଦୋ ଅନଞ୍ଜାନେ'। ତା’ପରେ ସେ ୧୯୭୭ରେ ଫିଲ୍ମରେ ଲିଡ୍ ଅଭିନୟ କରିବାରେ ସୁଯୋଗ ପାଇଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ମୃଗୟା'। ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

୧୯୮୨ ମସିହାରେ ତାଙ୍କର ଚଳଚ୍ଚିତ୍ର 'ଡିସ୍କୋ ଡାନ୍ସର୍' ମୁକ୍ତିଲାଭ କରିଥିଲା, ଯାହା ପରେ ସେ ଲାଇମ୍ ଲାଇଟ୍‌କୁ ଆସିଥିଲେ। ଏହି ଫିଲ୍ମଟି ବଲିଉଡରେ ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ଏହି ଫିଲ୍ମଟି କେବଳ ଭାରତ ନୁହେଁ ଏସିଆ, ସୋଭିଏତ୍ ୟୁନିଅନ୍, ପୂର୍ବ ୟୁରୋପ, ତୁର୍କୀ ଏବଂ ଆଫ୍ରିକାରେ ଜବରଦସ୍ତ ବ୍ୟବସାୟ କରିଥିଲା। ​​

ଅନ୍ୟପକ୍ଷରେ ଆଜି ବିଜ୍ଞାନ ଭବନ କାର୍ଯ୍ୟକ୍ରମର ବିଭିନ୍ନ ବର୍ଗରେ ମନୋନୀତ ଫିଲ୍ମ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀଙ୍କୁ ରାଷ୍ଟ୍ରପତି ମୁର୍ମୁ ସମ୍ମାନିତ କରିଛନ୍ତି। ସମାରୋହରେ ବଲିଉଡ୍ ସମେତ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିଜର ବହୁ ବଡ଼ ବଡ଼ ସେଲିବ୍ରିଟି ସାମିଲ ହୋଇଥିଲେ। ମାଲମାୟଲମ୍ ଫିଲ୍ମ ଆଟ୍ଟମକୁ ମିଳିଛି ଶ୍ରେଷ୍ଠ ଫିଲ୍ମ ପୁରସ୍କାର।

ସେହିଭଳି କନ୍ତାରା ଫିଲ୍ମ ପାଇଁ ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା ଓ ଥିରୁଚିତ୍ରାମ୍ବଲମ ପାଇଁ ନିତ୍ୟା ମେନନ୍ ଓ କଚ୍ଛ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ମନୋଜ ବାଜପେୟୀଙ୍କ ଅଭିନୀତ 'ଗୁଲମୋହର' ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ 'ଦମନ' କୁ ମିଳିଛି ଜାତୀୟ ସମ୍ମାନ।

Mithun Chakraborty President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe