Advertisment

ମିଥୁନଙ୍କୁ ମିଳିବ ଦାଦା ସାହେବ ଫାଲକେ ଆଓ୍ୱାର୍ଡ

ଅକ୍ଟୋବର ୮ରେ ହେବାକୁ ଥିବା ୭୦ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ସମାରୋହରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Mithun

Mithun

Advertisment

ବଲିଉଡର ବର୍ଷିଆନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ଆଓ୍ୱାର୍ଡ। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ତାଙ୍କୁ ଏହି ଫାଲକେ ସମ୍ମାନରେ ସମ୍ମାନିତ କରାଯିବ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ମିଥୁନ ଦା'ଙ୍କ  ଉଲ୍ଲେଖନୀୟ ସିନେମା ଯାତ୍ରା ବହୁ ଲୋକଙ୍କୁ ପ୍ରେରଣା ଯୋଗାଏ। ଏହି ଘୋଷଣା କରିବା ମୋ ପାଇଁ ଗୌରବର ବିଷୟ ଯେ, ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁରସ୍କାର ପ୍ରଦାନ କରିବାକୁ ଦାଦାସାହେବ ଫାଲକେ ସିଲେକସନ ଜୁରି ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୮ ରେ ହେବାକୁ ଥିବା ୭୦ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ସମାରୋହରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Advertisment

୪୮ ବର୍ଷର ସଫଳ କ୍ୟାରିଅରରେ ୭୪ ବର୍ଷିୟ ମିଥୁନ ଚକ୍ରବର୍ତ୍ତୀଙ୍କର ହିନ୍ଦୀ ସିନେମା ଜଗତକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେ ଏବେବି ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି। କୋଲକାତାର ଗଳିକନ୍ଦିରୁ ବଳିଉଡର ଡିସ୍କୋ ଡ୍ୟାନ୍ସର ହେବା ଯାଏଁ ଯାତ୍ରା ମିଥୁନଙ୍କ ପାଇଁ ଆଦୌ ସହଜ ନଥିଲା। ସିନେମାର ଉଚ୍ଚତାରେ ପହଞ୍ଚିବା ପାଇଁ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ମିଥୁନ ୧୯୭୬ରେ ଏକ ଫିଲ୍ମରେ ଛୋଟ ଭୂମିକାରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ଥିଲା 'ଦୋ ଅନଞ୍ଜାନେ'। ତା’ପରେ ସେ ୧୯୭୭ରେ ଫିଲ୍ମରେ ଲିଡ୍ ଅଭିନୟ କରିବାରେ ସୁଯୋଗ ପାଇଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ମୃଗୟା'। ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୮୨ ମସିହାରେ ତାଙ୍କର ଚଳଚ୍ଚିତ୍ର 'ଡିସ୍କୋ ଡାନ୍ସର୍' ମୁକ୍ତିଲାଭ କରିଥିଲା, ଯାହା ପରେ ସେ ଲାଇମ୍ ଲାଇଟ୍‌କୁ ଆସିଥିଲେ। ଏହି ଫିଲ୍ମଟି ବଲିଉଡରେ ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ଏହି ଫିଲ୍ମଟି କେବଳ ଭାରତ ନୁହେଁ ଏସିଆ, ସୋଭିଏତ୍ ୟୁନିଅନ୍, ପୂର୍ବ ୟୁରୋପ, ମଧ୍ୟ ପୂର୍ବ, ତୁର୍କୀ ଏବଂ ଆଫ୍ରିକାରେ ଜବରଦସ୍ତ ବ୍ୟବସାୟ କରିଥିଲା। ​​

Bollywood Mithun Chakraborty Dadasaheb Phalke Award
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe