Advertisment

୩୨ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତ୍ରୀ ପୁନମ ପାଣ୍ଡେ

ଦୀର୍ଘ ଦିନ ଧରି ସର୍ଭିକାଲ କ୍ୟାନସର(ଗର୍ଭାଶୟ କର୍କଟ)ରେ ପୀଡିତ ଥିଲେ ପୁନମ।

ଅଦ୍ୟତନ ହୋଇଛି
Poonam Panday

Poonam Panday

Advertisment

ମଡେଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ। ମାତ୍ର ୩୨ ବର୍ଷ ବୟସରେ ପୁନମଙ୍କର ପରଲୋକ ଘଟିଛି। ସର୍ଭିକାଲ କ୍ୟାନସର (ଗର୍ଭାଶୟ କର୍କଟ)ରେ ପୀଡିତ ହୋଇ ଆଖି ବୁଜିଛନ୍ତି ପୁନମ। ଏନେଇ ପୁନମଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି।

Advertisment

ପୂନମଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ମ୍ୟାନେଜର ଏକ ପୋଷ୍ଟ ଶେଆର କରି ମୃତ୍ୟୁ ବାବଦରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଶୁକ୍ରବାର ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ମୃତ୍ୟୁ ଘଟିଛି। ଗର୍ଭାଶୟ କର୍କଟ କାରଣରୁ ଆଖି ବୁଜିଛନ୍ତି ପୁନମ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାଙ୍କ ମ୍ୟାନେଜର କହିଛନ୍ତି, "ପୁନମ ଗର୍ଭାଶୟ କର୍କଟ ରେ ପୀଡିତ ଥିଲେ। କର୍କଟ ଶେଷ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବାରୁ ଚିକିତ୍ସା ହୋଇପାରିନଥିଲା। କିଛି ଦିନ ହେବ କର୍କଟରେ ପୀଡିତ ହୋଇ ଶେଷରେ ଆଖି ବୁଜିଛନ୍ତି। ଜୀବନର ଶେଷ ବେଳକୁ ସେ ଉତ୍ତରପ୍ରଦେଶର ପୈତୃକ ଘରେ ରହୁଥିଲେ। ସେହିଠାରେ ହିଁ ଅନ୍ତିମ ସତ୍କାର ହେବ।" 

Advertisment

ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ପୁନମ୍ ପାଣ୍ଡେ ୨୦୧୩ରେ ଚଳଚ୍ଚିତ୍ର 'ନଶା' ମାଧ୍ୟମରେ ବଲିଉଡ ଡେବ୍ୟୁ କରିଥିଲେ। ରିୟଲିଟି ଶୋ' 'ଲକ୍ ଅପ୍'ରେ ଅଂଶଗ୍ରହଣ କରିବା ପରେ ଲୋକପ୍ରିୟତା ହାସଲ କରିଥିଲେ ପୁନମ। ସେ ୨୦୨୦, ସେପ୍ଟେମ୍ବରରେ ସାମ ବମ୍ବେଙ୍କୁ ବିବାହ କରିଥିଲେ। ବିବାହର ତିନି ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ ପୁନମ। 

Model Poonam Poonam Pandey Dies Poonam Pandey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe