Advertisment

ଉର୍ଫି ଜାଭେଦଙ୍କ ବୟାନ ରେକର୍ଡ଼ କଲା ପୁଲିସ

ମୁମ୍ବାଇ: ମଡେଲ ତଥା ସୋସିଆଲ ମିଡିଆର ପ୍ରଭାବଶାଳୀ ଚେହେରା ଉର୍ଫି ଜାଭେଦଙ୍କ ବୟାନ ରେକର୍ଡ଼ କରିଛି ପୁଲିସ। ବିଜେପି ନେତ୍ରୀ ଚିତ୍ରା ୱାଗ ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଆଜି ତାଙ୍କ ବୟାନ ରେକର୍ଡ଼ କରିଛି ପୁଲିସ। ଉର୍ଫି ଅଶାଳୀନ ଢଙ୍ଗରେ ପୋଷାକ ପିନ୍ଧିବା ଏବଂ ଏହା ସମାଜ ଉପରେ କୁପ୍ରଭାବ ପକାଉଥିବା ବିଜେପି ନେତ୍ରୀ ଚିତ୍ରା ୱାଗ ଅଭିଯୋଗ କରିଥିଲେ। ଆଜି ଆମ୍ବୋଲି ପୁଲିସ ଷ୍ଟେସନରେ ଉର୍ଫିଙ୍କ ବୟାନ୍‌ ରେକର୍ଡ଼ କରାଯାଇଛି।  ଉର୍ଫି ଜାଭେଦଙ୍କ […]

ଉର୍ଫି ଜାଭେଦଙ୍କ ବୟାନ ରେକର୍ଡ଼ କଲା ପୁଲିସ  

Uorfi

Advertisment

ମୁମ୍ବାଇ: ମଡେଲ ତଥା ସୋସିଆଲ ମିଡିଆର ପ୍ରଭାବଶାଳୀ ଚେହେରା ଉର୍ଫି ଜାଭେଦଙ୍କ ବୟାନ ରେକର୍ଡ଼ କରିଛି ପୁଲିସ। ବିଜେପି ନେତ୍ରୀ ଚିତ୍ରା ୱାଗ ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଆଜି ତାଙ୍କ ବୟାନ ରେକର୍ଡ଼ କରିଛି ପୁଲିସ। ଉର୍ଫି ଅଶାଳୀନ ଢଙ୍ଗରେ ପୋଷାକ ପିନ୍ଧିବା ଏବଂ ଏହା ସମାଜ ଉପରେ କୁପ୍ରଭାବ ପକାଉଥିବା ବିଜେପି ନେତ୍ରୀ ଚିତ୍ରା ୱାଗ ଅଭିଯୋଗ କରିଥିଲେ। ଆଜି ଆମ୍ବୋଲି ପୁଲିସ ଷ୍ଟେସନରେ ଉର୍ଫିଙ୍କ ବୟାନ୍‌ ରେକର୍ଡ଼ କରାଯାଇଛି।  ଉର୍ଫି ଜାଭେଦଙ୍କ ଅଶାଳୀନ ପୋଷାକକୁ ନେଇ କିଛି ଦିନ ପୂର୍ବରୁ ବିଜେପି ନେତ୍ରୀ ଚିତ୍ରା ବାଘ୍ କହିଥିଲେ ଯେ, ଯେଉଁଭଳି ପୋଷାକ ପିନ୍ଧି ଉର୍ଫି ଜାଭେଦ୍ ମୁମ୍ବାଇ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି ସେଥିଯୋଗୁଁ ପୁରା ମାହୋଲ ଖରାପ ହେଉଛି ।

Advertisment

ଉର୍ଫି ଜାଭେଦଙ୍କ ଅଶାଳୀନ ଡ୍ରେସିଂ ସେନ୍ସକୁ ନେଇ ଟ୍ୱିଟରେ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଅର୍ଦ୍ଧନଗ୍ନ ମହିଳା ରାସ୍ତାରେ ଖୋଲାଖୋଲି ବୁଲୁଛନ୍ତି। ଏହା ଉପରେ ମହାରାଷ୍ଟ୍ର ମହିଳା କମିଶନଙ୍କ ଦୃଷ୍ଟି କାହିଁକି ପଡ଼ୁନି?

ସର୍ବସାଧାରଣ ସ୍ଥାନରେ ଏପରି ମାନସିକତା ନିନ୍ଦନୀୟ। ମହିଳା କମିଶନ କିଛି କରିବେ କି ନାହିଁ ବୋଲି ଚିତ୍ରା ପ୍ରଶ୍ନ କରିଥିଲେ। ଏନେଇ ଶୁକ୍ରବାର ଉର୍ଫି ମହିଳା ଆୟୋଗ ରୂପାଲୀ ଚକାନକରଙ୍କ ଦ୍ୱାରସ୍ଥ ହୋଇ ଚିତ୍ରାଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ତାଙ୍କୁ ଉର୍ଫିଙ୍କୁ ଧମକ ଦେବା ଓ ସର୍ବସାଧାରଣରେ  ତାଙ୍କ କ୍ଷତି କରିବା ନେଇ ସେ ଅଭିଯୋଗପତ୍ର ଦାଖଲ କରିଛନ୍ତି। ଏଥିସହ ଉର୍ଫି ସୁରକ୍ଷା ପାଇଁ କମିଶନଙ୍କୁ ଅନୁରୋଧ କରିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe