ଜ୍ୟାକଲିନ୍‌ଙ୍କୁ ମିଳିଲା ଆଶ୍ୱସ୍ତି, ବଢ଼ିଲା ବେଲ୍ ଅବଧି

ମୁୁମ୍ବାଇ: ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ବଡ ଆଶ୍ୱସ୍ତି। ୨୦୦ କୋଟି ଟଙ୍କା ହେର୍‌ଫେର୍ ମାମଲାରେ ବଢ଼ିଲା ତାଙ୍କ ଜାମିନ୍ ଅବଧି। ଆଜି ସେ ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହୋଇଥିଲେ। ହେଲେ ଇଡି ତରଫରୁ ସମ୍ପୂର୍ଣ୍ଣ ଦସ୍ତାବିଜ ଦାଖଲ କରାନଯାଇ ପାରିବାରୁ କୋର୍ଟ ତରଫରୁ ଜ୍ୟାକଲିନଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଆଜି […]

jacqueline-fernandez

Madhupriya Mistry
  • Published: Saturday, 22 October 2022
  • , Updated: 22 October 2022, 05:10 PM IST

ମୁୁମ୍ବାଇ: ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ବଡ ଆଶ୍ୱସ୍ତି। ୨୦୦ କୋଟି ଟଙ୍କା ହେର୍‌ଫେର୍ ମାମଲାରେ ବଢ଼ିଲା ତାଙ୍କ ଜାମିନ୍ ଅବଧି। ଆଜି ସେ ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହୋଇଥିଲେ। ହେଲେ ଇଡି ତରଫରୁ ସମ୍ପୂର୍ଣ୍ଣ ଦସ୍ତାବିଜ ଦାଖଲ କରାନଯାଇ ପାରିବାରୁ କୋର୍ଟ ତରଫରୁ ଜ୍ୟାକଲିନଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଆଜି ଦିଲ୍ଲୀ ପଟିଆଲା କୋର୍ଟରେ ଶୁଣାଣିଥିଲା। ଶୁଣାଣି କ୍ରମରେ କୋର୍ଟ ଇଡିକୁ ଦସ୍ତାବିଜ ଦାଖଲ କରିବାକୁ କହିଥିଲା। ହେଲେ ଇଡି ଦସ୍ତାବିଜ୍ ଦାଖଲ କରିବାକୁ କୋର୍ଟଙ୍କୁ ସମୟ ମାଗିଥିଲା। ଫଳରେ କୋର୍ଟ ଏହି ମାମଲାର ଶୁଣାଣି ପାଇଁ ପୁଣି ଏକ ତାରିଖ ଧାର୍ଯ୍ୟ କରିବା ସହ ଜ୍ୟାକଲିନଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିଥିଲା।

କୋର୍ଟ ତରଫରୁ ଇଡିକୁ ପ୍ରଶ୍ନ କରାଯାଇଥିଲା କି, ‘ଆପଣ ଚାର୍ଜସିଟର କପି ସମସ୍ତ ପକ୍ଷଙ୍କୁ ବାଣ୍ଟିଥିଲ କିି? ଏହାର ଜବାବରେ ଜ୍ୟାକଲିନଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଥିଲେ ଯେ ଇଡି ତରଫରୁ ତାଙ୍କୁ ଚାର୍ଜସିଟର କୌଣସି କପି ମିଳିନାହିଁ।

ଏହି ମାମଲାରେ ଅଗଷ୍ଟ ୧୭ ତାରିଖରେ ଇଡି ତରଫରୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଯେଉଁଥିରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସେ ସୁକେଶ ଚନ୍ଦ୍ର ଶେଖରର ଘନିଷ୍ଠ ଥିବା ସହ ଠକେଇ ଟଙ୍କାରୁ ଲାଭ ନେଇଥିବା ଇଡି ଅଭିଯୋଗ କରିଥିଲା। ଏହାପରେ କୋର୍ଟ ତରଫରୁ ଜ୍ୟାକଲିନଙ୍କୁ ନୋଟିସ ଜାରି କରାଯାଇଥିଲା।

ଗତ ଏକ ବର୍ଷ ହେଲା ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜଙ୍କ ନାମ ମହାଠକ ସୁକେଶ ଚନ୍ଦ୍ରଶେଖର କେସ୍ ସହ ଜଡିତ ଅଛନ୍ତି। ଏହି ମାମଲାରେ ଇଡି ଜ୍ୟାକଲିନ୍‌ଙ୍କୁ ବାରମ୍ବାର ଜେରା ମଧ୍ୟ କରିସାରିଛି। ପଚରାଉଚରା ବେଳେ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।

Related story