ଜ୍ୟାକଲିନଙ୍କୁ କାହିଁକି ଗିରଫ କରାଯାଉନି? ଇଡିକୁ ପ୍ରଶ୍ନ କଲେ କୋର୍ଟ

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଫସିଛନ୍ତି ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ। ଆଜି ତାଙ୍କ ରେଗୁଲାର ଜାମିନର ଶୁଣାଣି ଦିଲ୍ଲୀ ପଟିଆଲା କୋର୍ଟରେ ହୋଇଥିଲା। ତେବେ ଏହି ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ। ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ସତ୍ତ୍ୱେ ଇଡି କାହିଁକି ଏଯାବତ୍ ଅଭିନେତ୍ରୀ ଜ୍ୟାକଲିନ୍ […]

jacqueline-fernandez

Madhupriya Mistry
  • Published: Thursday, 10 November 2022
  • , Updated: 10 November 2022, 05:29 PM IST

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଫସିଛନ୍ତି ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ। ଆଜି ତାଙ୍କ ରେଗୁଲାର ଜାମିନର ଶୁଣାଣି ଦିଲ୍ଲୀ ପଟିଆଲା କୋର୍ଟରେ ହୋଇଥିଲା। ତେବେ ଏହି ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ। ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ସତ୍ତ୍ୱେ ଇଡି କାହିଁକି ଏଯାବତ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଗିରଫ କରିନାହିଁ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।

କୋର୍ଟ ଆଜି ଇଡିକୁ ପ୍ରଶ୍ନ କରିଛନ୍ତି ଯେ ଅଭିନେତ୍ରୀଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ? ଏହାର ଉତ୍ତରରେ ଇଡି ଅଦାଲତଙ୍କୁ କହିଛି ଯେ ଅଭିନେତ୍ରୀଙ୍କୁ ଦେଶ ଛାଡି ପଳାୟନ କରିବାରୁ ରୋକିବା ପାଇଁ ବିମାନବନ୍ଦରରେ ଏକ ଲୁକଆଉଟ୍ ସର୍କୁଲାର (ଏଲଓସି) ଜାରି କରାଯାଇଛି। ଏହା ଶୁଣିବା ପରେ ଅଦାଲତ ଇଡିକୁ ପଚାରିଛନ୍ତି ଯେ ଏଲଓସି ଜାରି କରିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଜ୍ୟାକଲିନଙ୍କୁ କାହିଁକି ଗିରଫ କରାଯାଇ ନାହିଁ? ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ଏବେ ଜେଲରେ ଥିବା ବେଳେ ଏପରି ‘ବାଛ ବିଚାର ନୀତି’ କାହିଁକି ଗ୍ରହଣ କରାଯାଉଛି ବୋଲି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି ।

ସେପଟେ କୋର୍ଟରେ ଶୁଣାଣି ସମୟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଇଡି ତାଙ୍କୁ ହଇରାଣ କରିଥିବା ଅଭିଯୋଗ କରିଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ଏହି ମାମଲାର ଶୁଣାଣି ବର୍ତ୍ତମାନ ଶେଷ ହୋଇଛି। ଆସନ୍ତାକାଲି ପାଇଁ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି।

ସେପ୍ଟେମ୍ବର ୨୬ରେ ଅଦାଲତ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜ୍ୟାକଲିନ୍‌ଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଅଗଷ୍ଟ ୩୧ରେ ଅଦାଲତ ଇଡି ଦ୍ୱାରା ଦାଖଲ ହୋଇଥିବା ଏକ ସପ୍ଲିମେଣ୍ଟାରି ଚାର୍ଜସିଟ୍‌କୁ ଅନୁଧ୍ୟାନ କରିଥିଲେ ଏବଂ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ। ଏହି ମାମଲାରେ ଅନେକ ଥର ପଚରାଉଚରା କରାଯାଇଥିବା ଫର୍ଣ୍ଣାଣ୍ଡିଜ୍‌ଙ୍କୁ ସପ୍ଲିମେଣ୍ଟାରି ଚାର୍ଜସିଟ୍‌ରେ ଅଭିଯୁକ୍ତ ଭାବରେ ଦର୍ଶାଇଛି ଇଡି।

Related story