Advertisment

ବଧୂ ସାଜିବା ପରେ ମୌନି ଲେଖିଲେ ମନର କଥା

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତ୍ରୀ ମୌନି ରୟ। ଗୋଆରେ ମୌନି ରୟ ଓ ସୂରଜ ନାମ୍ବିଆଙ୍କୁ ବିବାହ କରିଛନ୍ତି। ବିବାହ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଧଳା ଓ ନାଲି ସାଉଥ୍ ଇଣ୍ଡିଆ ଶାଢୀ ସହ ମୌନି ଟେମ୍ପଲ ଜୁଏଲାରୀ ପରିଧାନ କରିଥିଲେ। ସେହିପରି ଚୁଟିରେ ଗଜରା ମଧ୍ୟ ଲଗାଇଥିଲେ ମୌନି। ସେହିପରି ସୂରଜ ସାଦା ଗୋଲ୍ଡେନ କୁର୍ତ୍ତା ଓ ଧୋତି ପରିଧାନ କରିଥିଲେ। ବିବାହର ଫଟୋ ମୌନି ନିଜର ସୋଶାଲ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବଧୂ ସାଜିବା ପରେ ମୌନି ଲେଖିଲେ ମନର କଥା

mouni-roy1

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତ୍ରୀ ମୌନି ରୟ। ଗୋଆରେ ମୌନି ରୟ ଓ ସୂରଜ ନାମ୍ବିଆଙ୍କୁ ବିବାହ କରିଛନ୍ତି। ବିବାହ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଧଳା ଓ ନାଲି ସାଉଥ୍ ଇଣ୍ଡିଆ ଶାଢୀ ସହ ମୌନି ଟେମ୍ପଲ ଜୁଏଲାରୀ ପରିଧାନ କରିଥିଲେ। ସେହିପରି ଚୁଟିରେ ଗଜରା ମଧ୍ୟ ଲଗାଇଥିଲେ ମୌନି। ସେହିପରି ସୂରଜ ସାଦା ଗୋଲ୍ଡେନ କୁର୍ତ୍ତା ଓ ଧୋତି ପରିଧାନ କରିଥିଲେ। ବିବାହର ଫଟୋ ମୌନି ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର୍ କରିଛନ୍ତି। ଏହା ସହ ସେ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି।

Advertisment

ମୌନି ଲେଖିଛନ୍ତି, ‘ଶେଷରେ ମୁଁ ତୁମକୁ ପାଇଗଲି। ହାତରେ ହାତ, ପରିବାର ଓ ବନ୍ଧୁ ପରିଜନଙ୍କ ଆଶୀର୍ବାଦ ସହ ଆମର ବିବାହ ହୋଇଛି। ଆପଣ ସମସ୍ତଙ୍କର ଭଲପାଇବା ଓ ଆଶୀର୍ବାଦ ଦରକାର, ୨୭.୦୧.୨୦୨୨।’ ଟିଭି ଇଣ୍ଡଷ୍ଟ୍ରୀ ତରଫରୁ ମୌନି ଓ ସୂରଜଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଦିଶା ପରମାର, ଅମିତ୍ ସାଧ, ମନୀଷ ପଲ, ଅଦା ଖାନ ସମେତ ଆଉ କିଛି ସେଲିବ୍ରିଟୀ ମୌନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

View this post on Instagram

A post shared by mon (@imouniroy)

ବର ଓ ବଧୂ ବେଶରେ ମୌନି ଓ ସୂରଜଙ୍କ ଲୁକ୍ ବେଶ୍ ଆକର୍ଷଣୀୟ ଥିଲା। ଯେହେତୁ ସୂରଜ ଜଣେ ଦକ୍ଷିଣ ଭାରତୀୟ, ତେଣୁ ମୌନି ରୟ ଓ ସୂରଜଙ୍କ ବିବାହ ଦକ୍ଷିଣ ଭାରତୀୟ ରୀତିନୀତିରେ ହୋଇଛି। ଦୁହିଁଙ୍କର ବିବାହ ମଲୟାଲୀ ରୀତିନୀତିରେ କରାଯାଇଛି। ତେବେ ପରେ ବେଙ୍ଗଲୀ ରୀତିନୀତିରେ ହୁହେଁ ବିବାହ କରିଛନ୍ତି। ସାଉଥ୍ ଇଣ୍ଡିଆନ୍ ବିବାହରେ ମୌନିଙ୍କ ଟିଭି ଇଣ୍ଡଷ୍ଟ୍ରୀର ଅନେକ ବନ୍ଧୁ ଉପସ୍ଥିତ ଥିଲେ। ଏହାବ୍ୟତୀତ ମନ୍ଦିରା ବେଦୀ, ଅର୍ଜୁନ ବିଜଲାନୀ, ନେହା, ପ୍ରଗ୍ୟା କପୁର ସମେତ ଆଉ କିଛି ବନ୍ଧୁ ସାମିଲ୍ ହୋଇଥିଲେ।

Advertisment
View this post on Instagram

A post shared by Pinkvilla (@pinkvilla)

୨୦୧୯ରେ ସୂରଜଙ୍କ ସହ ମୌନିଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ନ୍ୟୁଇୟର ଅବସରରେ ଦୁବାଇର ନାଇଟ୍ କ୍ଲବରେ ଦୁହେଁ ପରସ୍ପରକୁ ଭେଟିଥିଲେ। ସୂରଜ ଦୁବାଇରେ ରୁହନ୍ତି। ବିବାହ ପରେ ମୌନୀ ଦୁବାଇ ଶିଫ୍ଟ ହୋଇପାରନ୍ତି। ହେଲେ ମୌନୀ ସୂରଜଙ୍କ ସହ ନିଜର ସମ୍ପର୍କକୁ ନେଇ କେବେବି ଖୁଲମକୁଲା କିଛି କହିନାହାନ୍ତି। ଏମିତି ବିବାହ ପାଇଁ ମଧ୍ୟ ଦୁହେଁ କୌଣସି ଅଫିସିଆଲ୍ ଘୋଷଣା ମଧ୍ୟ କରିନଥିଲେ।