Advertisment

କର୍କଟ ରୋଗରେ ହାରିଗଲେ ବଲିଉଡ୍ ଅଭିନେତା ରାକେଶ କୁମାର

ମୁମ୍ବାଇ: କର୍କଟ ରୋଗ ସହିତ ଦୀର୍ଘ ଦିନ ସହ ଲଢ଼ି ଶେଷରେ ହାରିଗଲେ ଭେଟେରାନ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ରାକେଶ କୁମାର। ମୁମ୍ବାଇରେ  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।  ସେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଏକାଧିକ ହିଟ୍ ଫିଲ୍ମରେ କାମ କରିଛନ୍ତି। ଶ୍ରୀ ନାଟୱରଲାଲ୍, ଖୁନ ପସିନା, ଦୌ ଔର ଦୌ ପାଞ୍ଚ ଏବଂ ୟାରାନା ଭଳି ଚଳଚ୍ଚିତ୍ର ପାଇଁ ତାଙ୍କୁ ସମ୍ମାନିତ […]

କର୍କଟ ରୋଗରେ ହାରିଗଲେ ବଲିଉଡ୍ ଅଭିନେତା ରାକେଶ କୁମାର

tyu

Advertisment

ମୁମ୍ବାଇ: କର୍କଟ ରୋଗ ସହିତ ଦୀର୍ଘ ଦିନ ସହ ଲଢ଼ି ଶେଷରେ ହାରିଗଲେ ଭେଟେରାନ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ରାକେଶ କୁମାର। ମୁମ୍ବାଇରେ  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।  ସେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଏକାଧିକ ହିଟ୍ ଫିଲ୍ମରେ କାମ କରିଛନ୍ତି। ଶ୍ରୀ ନାଟୱରଲାଲ୍, ଖୁନ ପସିନା, ଦୌ ଔର ଦୌ ପାଞ୍ଚ ଏବଂ ୟାରାନା ଭଳି ଚଳଚ୍ଚିତ୍ର ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ନଭେମ୍ବର ୧୩ରେ ଅନ୍ଧେରୀରେ  ତାଙ୍କ ପାଇଁ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ରାକେଶ କୁମାରଙ୍କ ବିୟୋଗରେ ବିଗ୍-ବି ଏକ ଇମୋସନାଲ ନୋଟ୍ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଜଣ ଜଣ କରି ସମସ୍ତେ ସାଥ ଛାଡି ଚାଲି ଯାଉଛନ୍ତି।

Advertisment

ତେବେ ରାକେଶଙ୍କ ଭଳି ଲୋକେ ଛାପ ଛାଡି ଯାଆନ୍ତି, ଯାହାଙ୍କୁ ଭୁଲିବା କଷ୍ଟକର।  ତାଙ୍କ ଲେଖନୀ, ନିର୍ଦ୍ଦେଶନାର ଭାବ ଓ ସମ୍ପାଦନାକୁ  ଆଦୌ ଭୁଲି ହେବନି।  ରାକେଶ କୁମାରଙ୍କୁ ଜଣେ ଦୟାଳୁ ମଣିଷ ଭାବେ ଅଭିହିତ କରିଛନ୍ତି ଅମିତାଭ ବଚ୍ଚନ ।

ଅତ୍ୟନ୍ତ ମେଳାପି ଓ ଦୟାଳୁ ଯେ କୌଣସି ପ୍ରକାର ଅସୁବିଧାରେ ବି ପଦକ୍ଷେପ ନେବାକୁ ପ୍ରସ୍ତୁତ ମଣିଷ ଥିଲେ ବୋଲି ଲେଖିଛନ୍ତି ଅମିତାଭ ବଚ୍ଚନ।  ବଚ୍ଚନ କହିଛନ୍ତି ଯେ ସେ ଯେଉଁ ଛାପ ଛାଡିଛନ୍ତି ତାହା ଭୁଲିଯିବା କଷ୍ଟକର। ସେ ଆହୁରି ମଧ୍ୟ କହିଛନ୍ତି ଯେ କାହାଣୀ ଏବଂ ଚଳଚ୍ଚିତ୍ର ପାଇଁ ତୁମର ଅଭିନବ ଚିନ୍ତାଧାରା ଆମ ମଧ୍ୟରୁ ଅନେକଙ୍କୁ ପ୍ରତିଷ୍ଠିତ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe