Advertisment

କୁନ୍ଦ୍ରା କପଲ୍‌ଙ୍କ ନାଁରେ ସାଂଘାତିକ ଅଭିଯୋଗ; ଯାଞ୍ଚ ନିର୍ଦ୍ଦେଶ ଦେଲେ କୋର୍ଟ

ମନି ଲଣ୍ଡ୍ରିଂ ପରେ ପୁଣି ଥରେ ଏହି ଦମ୍ପତିଙ୍କ ନାଁରେ ଆସିଛି ଧୋକା ମାମଲା। ଏନେଇ ମାମଲା ରୁଜୁ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Shilpa Shetty & Raj Kundra

Shilpa Shetty & Raj Kundra

Advertisment

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଓ ତାଙ୍କ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପିଛା ଛାଡ଼ୁନି ବିବାଦ । ମନି ଲଣ୍ଡ୍ରିଂ ପରେ ପୁଣି ଥରେ ଏହି ଦମ୍ପତିଙ୍କ ନାଁରେ ଆସିଛି ଧୋକା ମାମଲା। ଏନେଇ ମାମଲା ରୁଜୁ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ପୃଥ୍ୱୀରାଜ ସରମେଲ କୋଠାରୀ ନାମକ ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ଏହାର ଯାଞ୍ଚ ପାଇଁ ସେଶନ କୋର୍ଟ ଜଜ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ତଦନ୍ତ ବେଳେ ଉଭୟ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଶିଳ୍ପା ଓ ରାଜଙ୍କ ନାମରେ (Satyug Gold Private Limited) ନାମକ କମ୍ପାନୀ ରହିଛି। ଉଭୟ ୨୦୧୪ ମସିହାରେ ଏହି କମ୍ପାନୀ ଅଧୀନରେ ଏକ ସ୍କିମ୍‌ ଆରମ୍ଭ କରିଥିଲେ । ଏହି ସ୍କିମ୍‌ ଜରିଆରେ ନିବେଶ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ମାସିକ ହିସାବରେ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପଇଠ କରିବାକୁ ପଡ଼ିବ । ୫ ବର୍ଷ ପରେ ଏହାର ମାଚ୍ୟୁରିଟି ଡେଟ ହୋଇଗଲେ ଉକ୍ତ ପରିମାଣର ସୁନା ନିବେଶକଙ୍କୁ ଦିଆଯିବ । ସେତେବେଳେ ସୁନାର ମୂଲ୍ୟ ଯାହା ଥିଲେ ବି ପୂର୍ବ ପ୍ରତିଶ୍ରୁତି ମୁତାବକ ଏହି ସୁନା ଦିଆଯିବ ।

Advertisment

ଏହି ସ୍କିମ୍‌ରେ କୋଠାରୀ ୯୦ ଲକ୍ଷ ଟଙ୍କା ନିବେଶ କରିଥିଲେ। ୫ ବର୍ଷ ପରେ ତାଙ୍କୁ ୫ ହଜାର ଗ୍ରାମର ୨୪ କ୍ୟାରେଟ ସୁନା ଦେବାକୁ କୁନ୍ଦ୍ରା ଦମ୍ପତି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ସେ ପ୍ରାୟ ୨ କୋଟି ୨୫ ଲକ୍ଷ ମୂଲ୍ୟର ସୁନା ପାଇଥାନ୍ତେ। ମାତ୍ର ସମସ୍ତ ଟଙ୍କା ପଇଠ କରିବା ସହ ୫ ବର୍ଷ ପରେ ବି ତାଙ୍କୁ କୌଣସି ସୁନା ମିଳିଲା ନାହିଁ। ଏପରିକି ଉଭୟ ଶିଳ୍ପା ଓ ରାଜ ତାଙ୍କ ନିକଟକୁ ପୁରୁଣା ୯୦ ଲକ୍ଷର ଚେକ୍‌ ପଠାଇ ଦେଇଥିଲେ। ପଳରେ ସେ ଧୋକାଧଡ଼ିର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି।

ଏନେଇ କୋଠାରୀ ପୁଲିସ୍‌ରେ ଅଭିଯୋଗ କରିଥିଲେ ବି ପୁଲିସ୍‌ କୌଣସି ମାମଲା ରୁଜୁ କରି ନ ଥିଲା। ଏହାପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବିଚାରପତି ଏନେଇ ମାମଲା ରୁଜୁ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେବା ସହ ଏହାର ଯାଞ୍ଚ ପାଇଁ କହିଛନ୍ତି ।

ଏହା ପୂର୍ବରୁ ମନିଲଣ୍ଡରିଂ ମାମଲାରେ ଗତ ଏପ୍ରିଲରେ ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଉଭୟ ମିଥ୍ୟା ପ୍ରତିଶ୍ରୁତି ଦେଇ ପାଖାପାଖି ୬,୬୦୦ କୋଟି ଟଙ୍କାର ବିଟ କଏନ ସଂଗ୍ରହ ନିରୀହ ଜନସାଧାରଣଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା।

Mumbai Mumbai Police Raj Kundra Shilpa Shetty Forgery Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe