ସଲମାନଙ୍କ ଘରେ ପହଞ୍ଚିଲା ପୁଲିସ

ମୁମ୍ବାଇ: ଆକ୍ସନରେ ମୁମ୍ବାଇ ପୁଲିସ। ବଲିଉଡର ଦବଙ୍ଗଖାନ୍‌ଙ୍କ ଘରେ ପହଞ୍ଚିଲା ପୁଲିସ ଟିମ୍‌। ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିବା ପରେ ମୁମ୍ବାଇ ପୁଲିସର ଏକ ଟିମ୍‌ ସଲମାନ ଖାନ୍‌ଙ୍କ ଘର ଗ୍ୟାଲେକ୍ସି ଆପର୍ଟମେଣ୍ଟରେ ପହଞ୍ଚିଛି। ଗତକାଲି ସଲମାନ ଖାନ୍‌ ଓ ତାଙ୍କ ବାପା ସଲିମ ଖାନଙ୍କୁ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଭଳି ମାରିଦେବାକୁ ଧମକ ମିଳିଥିଲା। ସଲମାନ ଖାନ ଏବଂ ତାଙ୍କ ବାପାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଚିଠି ପଠାଇଥିଲେ। ରବିବାର ଏହି ଚିଠିଟି […]

Salman Khan

Madhupriya Mistry
  • Published: Monday, 06 June 2022
  • , Updated: 06 June 2022, 01:03 PM IST

ମୁମ୍ବାଇ: ଆକ୍ସନରେ ମୁମ୍ବାଇ ପୁଲିସ। ବଲିଉଡର ଦବଙ୍ଗଖାନ୍‌ଙ୍କ ଘରେ ପହଞ୍ଚିଲା ପୁଲିସ ଟିମ୍‌। ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିବା ପରେ ମୁମ୍ବାଇ ପୁଲିସର ଏକ ଟିମ୍‌ ସଲମାନ ଖାନ୍‌ଙ୍କ ଘର ଗ୍ୟାଲେକ୍ସି ଆପର୍ଟମେଣ୍ଟରେ ପହଞ୍ଚିଛି।

ଗତକାଲି ସଲମାନ ଖାନ୍‌ ଓ ତାଙ୍କ ବାପା ସଲିମ ଖାନଙ୍କୁ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଭଳି ମାରିଦେବାକୁ ଧମକ ମିଳିଥିଲା। ସଲମାନ ଖାନ ଏବଂ ତାଙ୍କ ବାପାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଚିଠି ପଠାଇଥିଲେ। ରବିବାର ଏହି ଚିଠିଟି ବାନ୍ଦ୍ରାର ବ୍ୟାଣ୍ଡଷ୍ଟେଣ୍ଡ ପ୍ରୋମେନାଡରୁ ମିଳିଥିଲା। ସଲିମ ଖାନ ମର୍ଣ୍ଣିଂ ୱାକ ପରେ ଯେଉଁ ସ୍ଥାନରେ ବସୁଥିଲେ ସେଠାରୁ ହିଁ ଏହି ଚିଠିଟି ଜବତ ହୋଇଥିଲା।

ସଲିମ ଖାନ, ସଲମାନ ଖାନ, ଖୁବ୍ ଶୀଘ୍ର ତୁମର ଅବସ୍ଥା ସିଦ୍ଧୁ ମୁସେୱାଲା ପରି ହେବ ବୋଲି ଧମକପୂର୍ଣ୍ଣ ଚିଠିରେ ଲେଖାଥିଲା। ଏହି ପ୍ରସଙ୍ଗରେ ମୁମ୍ବାଇ ବାନ୍ଦ୍ରା ପୁଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଛି। ପୁଲିସ ଆଇପିସିର ଧାରା ୫୦୬ ଅନୁଯାୟୀ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସଲମାନଙ୍କୁ ଧମକ ପୂର୍ଣ୍ଣ ଚିଠି ମିଳିବା ଖବର ଏବେ ପୂରା ବଲିଉଡରେ ହଇଚଇ ସୃଷ୍ଟି କରିଛି। ଫ୍ୟାନ୍‌ମାନଙ୍କ ଠାରୁ ଆରମ୍ଭ କରି ସେଲେବ୍ରିଟି ଯାଏଁ ସମସ୍ତେ ସଲମାନଙ୍କୁ ନେଇ ଚିନ୍ତିତ ହୋଇପଡିଛନ୍ତି। ପୁଲିସ ମଧ୍ୟ ଏହି ମାମଲାରେ ଏବେ ପୂରାପୁରି ଆଲର୍ଟ ମୋଡକୁ ଆସିଛି। ଏହି ମାମଲାରେ ତନତନ କରି ଯାଞ୍ଚ ଚାଲିଛି। କିଏ ସଲମାନ ଓ ସଲିମ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ସଲମାନଙ୍କ ପରିବାରର ସୁରକ୍ଷା ବଢ଼ାଇ ଦିଆଯାଇଛି।

ନିକଟରେ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦିନ ଦ୍ୱିପହରେ ବେଶ୍‌ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତାଙ୍କ ଉପରକୁ ୩୦ ରାଉଣ୍ଡ ଗୁଳିମାଡ କରାଯାଇଥିଲା। ଏହି ଗାୟକଙ୍କ ହତ୍ୟା ପରେ ଏବେ ବଲିଉଡର ସବୁଠାରୁ ବଡ ଷ୍ଟାର୍‌ଙ୍କୁ ଧମକ ମିଳିବା ପ୍ରକୃତରେ ଚିନ୍ତାର ବିଷୟ ପାଲଟିଛି।

Related story