Advertisment

ଟାର୍ଗେଟ୍‌ରେ ବଲିଉଡର ଟାଇଗର, ବଢ଼ିଲା ସୁରକ୍ଷା

ସଲମାନଙ୍କ ଘର ବାହାରେ ଗୁଳିମାଡ କରିବା ନେଇ ଆମେରିକାରେ ଷଡଯନ୍ତ୍ର ରଚା ଯାଇଥିଲା। ଶୁଟର୍ସମାନଙ୍କୁ ଭର୍ଚୁଆଲ ନମ୍ବରରୁ ଏହି ନିର୍ଦ୍ଦେଶ ମିଳିଥିଲା।

author-image
Madhupriya Mistry
Salman Khan

Salman Khan

ସୁଟର୍‌ଙ୍କ ଟାର୍ଗେଟ୍‌ରେ ବଲିଉଡର ଟାଇଗର। ଭାଇଜାନ ସଲମାନ ଖାନଙ୍କ ଜୀବନ ପ୍ରତି ରହିଛି ବିପଦ। ତାଙ୍କ ଘରକୁ ଟାର୍ଗେଟ୍‌ କରି ଗ୍ୟାଗଷ୍ଟରମାନେ କରିଛନ୍ତି ଗୁଳିମାଡ। ଏହି ଘଟଣା ପରେ ଆକ୍ସନ ମୁଡ୍‌ ଆସିଛି ପୁଲିସ। ସଲମାନଙ୍କ ସୁରକ୍ଷାକୁ ଆହୁରି କଡା କରାଯାଇଛି। ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଛି।

Advertisment

ମୁମ୍ବାଇ ପୁଲିସ ତରଫରୁ ସଲମାନଙ୍କୁ ବର୍ତ୍ତମାନ ଓ୍ୱାଇ ପ୍ଲସ୍‌ ସୁରକ୍ଷା ମିଳିଛି। ଏହି ସୁରକ୍ଷା ଅନୁଯାୟୀ ବର୍ତ୍ତମନ ତାଙ୍କୁ ସୁରକ୍ଷା ଯୋଗାଉଥିବା ପୁଲିସ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଛି। କେବଳ ସେତିକି ନୁହେଁ ସ୍ଥାନୀୟ ପୁଲିସ ସର୍ଭେଲାନ୍ସକୁ ମଧ୍ୟ ବଢ଼ାଇ ଦିଆଯାଇଛି।

ରବିବାର ଭୋରୁ ସଲମାନ ଖାନ୍‌ଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟକୁ ଟାର୍ଗେଟ୍‌ କରି ଗୁଳିମାଡ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏନେଇ ପୁଲିସ ଯାଞ୍ଚ ଜାରି ରହିଛି। ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ଏଥିପାଇଁ ନିଜକୁ ଦାୟୀ କରିଛି। ବର୍ତ୍ତମାନ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କୁହାଯାଉଛି ଯେ, ସଲମାନଙ୍କ ଘର ବାହାରେ ଗୁଳିମାଡ କରିବା ନେଇ ଆମେରିକାରେ ଷଡଯନ୍ତ୍ର ରଚା ଯାଇଥିଲା। ଶୁଟର୍ସମାନଙ୍କୁ ଭର୍ଚୁଆଲ ନମ୍ବରରୁ ଏହି ନିର୍ଦ୍ଦେଶ ମିଳିଥିଲା। ରୋହିତ ଗୋଡାରାଙ୍କ ଇସାରାରେ ଶୁଟର୍ସମାନଙ୍କୁ ବନ୍ଧୁକ ଯୋଗାଇ ଦିଆଯାଇଥିଲା।

Advertisment

ବର୍ତ୍ତମାନ ୫ଟି ରାଜ୍ୟ ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ହରିଆଣା ଓ ପଞ୍ଜାବ ପୁଲିସ ସଲମାନଙ୍କ ଘର ଉପରକୁ ଗୁଳିମାଡ କରିଥିବା ଦୁଇ ଶୁଟର୍ସଙ୍କୁ ଖୋଜୁଛି। ସୂତ୍ର ଅନୁଯାୟୀ, ପ୍ରାୟ ୧ ମାସ ପୂର୍ବରୁ ସଲମାନଙ୍କ ଘର ଉପରକୁ ଗୁଳିମାଡ କରାଯିବା ନେଇଁ ପ୍ଲାନିଂ କରାଯାଉଥିଲା। ଏଥିପାଇଁ ଆମେରିକାରେ ଥିବା ଅନମୋଲ ବିଷ୍ଣୋଇ ରୋହିତ ଗୋଡାରାଙ୍କୁ ଶୁଟର୍ସଙ୍କୁ ଚୟନ କରିବା ପାଇଁ ଦାୟିତ୍ୱ ଦେଇଥିଲା।

Salman Khan Security Mumbai Police Salman Khan Salman Khan House Firing