Advertisment

କୋଭିଡ ମୁକାବିଲାରେ ଲାଗିବ ରଣବୀର-ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍‌

ମୁମ୍ବାଇ: ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ ମାମଲା। କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଫଳରେ ସେଠାରରେ ୧୪ ଦିନିଆ ଲକ୍‌ଡାଉନ୍‌ ହୋଇଛି। ଫିଲ୍ମ ଶୁଟିଂ ମଧ୍ୟ ବନ୍ଧ ରହିଛି। ଫଳରେ ସବୁ ସେଲେବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍‌ ପ୍ରାୟ ଖାଲି ରହିଛି। ଏଭଳି ସ୍ଥିତିରେ ଏବେ ଏହି ଭ୍ୟାନିଟି ଭ୍ୟାନ୍‌ କୋଭିଡ ମୁକାବିଲାରେ ଲାଗିବ। ମହାରାଷ୍ଟ୍ର ପୁଲିସ ଏବେ କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ଅଭିନେତା ରଣବୀର ସିଂ, ଆଲିଆ ଭଟ୍ଟ […]

କୋଭିଡ ମୁକାବିଲାରେ ଲାଗିବ ରଣବୀର-ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍‌

Alia Bhatt and Ranveer Singh

Advertisment

ମୁମ୍ବାଇ: ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ ମାମଲା। କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଫଳରେ ସେଠାରରେ ୧୪ ଦିନିଆ ଲକ୍‌ଡାଉନ୍‌ ହୋଇଛି। ଫିଲ୍ମ ଶୁଟିଂ ମଧ୍ୟ ବନ୍ଧ ରହିଛି। ଫଳରେ ସବୁ ସେଲେବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍‌ ପ୍ରାୟ ଖାଲି ରହିଛି। ଏଭଳି ସ୍ଥିତିରେ ଏବେ ଏହି ଭ୍ୟାନିଟି ଭ୍ୟାନ୍‌ କୋଭିଡ ମୁକାବିଲାରେ ଲାଗିବ।

Advertisment

ମହାରାଷ୍ଟ୍ର ପୁଲିସ ଏବେ କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ଅଭିନେତା ରଣବୀର ସିଂ, ଆଲିଆ ଭଟ୍ଟ ଓ ଅକ୍ଷୟ କୁମାରଙ୍କ ଭ୍ୟାନିଟି ଭ୍ୟାନ୍‌ ବ୍ୟବହାର କରିବ । ଏଥିସହ ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ସେଟ୍‌ର ମଧ୍ୟ ବ୍ୟବାହାର କରିବ। ଏନେଇ ଭ୍ୟାନିଟି ଭ୍ୟାନ୍‌ର ମାଲିକ କେତନ ରାୱଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଭିଡ ସମୟରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀ ଏହି ଅଭିନେତା ଓ ଅଭିନେତ୍ରୀଙ୍କ ଭ୍ୟାନିଟି ଭ୍ୟାନ୍ ବ୍ୟବହାର କରିପାରିବେ।

ଏହି କିଲର ଭାଇରସର ମୁକାବିଲା ପାଇଁ ଥାନେ ପୁଲିସ କମିଶନର ସହାୟତା ଲୋଡିଛନ୍ତି। ଏଭଳି ପରିସ୍ଥିତି ପୁଲିସ ସେବାକୁ ୧୦ଟି ଭ୍ୟାନିଟି ଭ୍ୟାନ୍‌ ଦିଆଯାଇଛି।  ଏହି ଭ୍ୟାନ୍ ଗୁଡିକରେ ରଣବୀର ସିଂଙ୍କ ଫିଲ୍ମ ସର୍କସ୍, ଆଲିଆ ଭଟ୍ଟଙ୍କ ଗାଙ୍ଗୁବାଇ କାଠିଆୱାଡି ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷାବନ୍ଧନର ଭ୍ୟାନ୍ ମଧ୍ୟ ରହିଛି । ଏହା ବ୍ୟତୀତ ମୁମ୍ବାଇ ପୁଲିସର ସେବାରେ ଫିଲ୍ମ ଗାଙ୍ଗୁବାଇ କାଠିଆୱାଡି ଏବଂ ଫିଲ୍ମ ରକ୍ଷାବନ୍ଧନର ସେଟ୍ ମଧ୍ୟ ଦିଆଯାଇଛି ବୋଲି କେତନ ରାୱଲ କହିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ମହିଳା ପୁଲିସ ଅଧିକାରୀଙ୍କ କର୍ତ୍ତବ୍ୟ ପାଇଁ କେତନ ତାଙ୍କୁ ଏକ ଭ୍ୟାନିଟି ଭ୍ୟାନ ଦେଇଥିଲେ । ଏହାର ବ୍ୟବହାର ସେମାନେ ବିଶ୍ରାମ ନେବା , ବାଥରୁମ ଯିବା ଏବଂ ଘରକୁ ଯିବା ପୂର୍ବରୁ ଡ୍ରେସ୍‌ ବଦଳାଇବାରେ କରୁଥିଲେ ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe