Advertisment

ଅଡୁଆରେ କଙ୍ଗନା, ନିର୍ଦ୍ଦେଶ ନମାନିଲେ ଜାରି ହେବ ଗିରଫ ୱାରେଣ୍ଟ

ମୁମ୍ବାଇ: ବଲିଉଡର ପଙ୍ଗା କୁନ୍ କଙ୍ଗନା। ନିଜ ବୟାନବାଜୀକୁ ନେଇ ସେ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। ତେବେ ଏହି ବୟାନବାଜୀ ତାଙ୍କ ପାଇଁ ମହଙ୍ଗା ପଡିଛି। ନିଜ ବୟାନକୁ ନେଇ ସେ ଏବେ ଅଡୁଆରେ ପଡିଛନ୍ତି। ଏପରିକି କୋର୍ଟ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିପାରନ୍ତି ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ବଲିଉଡ ଗୀତିକାର ଜାଭେଦ ଅଖତରଙ୍କ ମାନହାନୀ ମାମଲରେ କଙ୍ଗନା ରଣାୱତଙ୍କ ଅଡୁଆ ବଢ଼ିଛି। ଆଜି ଏହି ମାମଲାର ଶୁଣାଣି ଥିଲା। କିନ୍ତୁ କଙ୍ଗନା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅଡୁଆରେ କଙ୍ଗନା, ନିର୍ଦ୍ଦେଶ ନମାନିଲେ ଜାରି ହେବ ଗିରଫ ୱାରେଣ୍ଟ

KanganaRanaut

ମୁମ୍ବାଇ: ବଲିଉଡର ପଙ୍ଗା କୁନ୍ କଙ୍ଗନା। ନିଜ ବୟାନବାଜୀକୁ ନେଇ ସେ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। ତେବେ ଏହି ବୟାନବାଜୀ ତାଙ୍କ ପାଇଁ ମହଙ୍ଗା ପଡିଛି। ନିଜ ବୟାନକୁ ନେଇ ସେ ଏବେ ଅଡୁଆରେ ପଡିଛନ୍ତି। ଏପରିକି କୋର୍ଟ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିପାରନ୍ତି ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।

Advertisment

ବଲିଉଡ ଗୀତିକାର ଜାଭେଦ ଅଖତରଙ୍କ ମାନହାନୀ ମାମଲରେ କଙ୍ଗନା ରଣାୱତଙ୍କ ଅଡୁଆ ବଢ଼ିଛି। ଆଜି ଏହି ମାମଲାର ଶୁଣାଣି ଥିଲା। କିନ୍ତୁ କଙ୍ଗନା କୋର୍ଟରେ ହାଜର ହୋଇନଥିଲେ। ଏହାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଯଦି କଙ୍ଗନା ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ ବୋଲି କୋର୍ଟ କହିଛନ୍ତି। ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସେପଟେ ହାଜର ନହେବାକୁ ନେଇ କଙ୍ଗନା ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ଏକ ଆପ୍ଲିକେସନ୍ ଦାଖଲ କରି ବ୍ୟକ୍ତିଗତ ଉପସ୍ଥିତିକୁ ନେଇ ନେଇ ରିଲିଫ୍ ମାଗିଥିଲେ। କଙ୍ଗନା କହିଥିଲେ, ‘ଜଣେ ଅଭିନେତ୍ରୀ ଭାବରେ ମୋତେ ଦେଶର ଅନେକ କୋଣ ଅନୁକୋଣକୁ ଯିବାକୁ ପଡିଥାଏ। ତେଣୁ ଏପରି ହାଜର ହେବାକୁ ତାଙ୍କୁ କାର୍ଯ୍ୟ ସ୍ଥାନରୁ ମୁମ୍ବାଇ ଫେରିବାକୁ ପଡ଼ିବ। ଯେଉଁଥିପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ।  

Advertisment

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ଏକ ଇଣ୍ଟରଭ୍ୟୁରେ ଜାଭେଦ ଅଖତରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ ଗୀତିକାର ଅଭିନେତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।

Kangana Ranaut