Advertisment

ଜେଲ୍‌ ଗଲେ ସଞ୍ଜୟ ଦତ୍ତ ଓ ଅର୍ଶଦ!

ଜେଲ୍‌ ଗଲେ ମୁନ୍ନା ଭାଇ ଓ ସର୍କିଟ୍‌। କଏଦୀ ପୋଷକାରେ ନଜର ଆସିଲେ ସଞ୍ଜୁ ବାବା ଓ ଅର୍ଶଦ। ଜେଲ୍‌ର ଚାରି କାନ୍ଥ ଭିତରେ ଉଭୟଙ୍କ ମୁହଁରୁ ଗାଏବ ହୋଇଗଲା ହସ।

author-image
Madhupriya Mistry
ଅଦ୍ୟତନ ହୋଇଛି
Sanjay dutt  And Arshad warsi

Sanjay dutt And Arshad warsi

ଜେଲ୍‌ ଗଲେ ବଲିଉଡର ମୁନ୍ନା ଭାଇ ଓରଫ ସଞ୍ଜୟ ଦତ୍ତ। ତାଙ୍କ ସହ ଅଭିନେତା ଅର୍ଶଦ ଓ୍ୱାରସୀ ମଧ୍ୟ ଜେଲ୍‌ ଯାଇଛନ୍ତି। ଜେଲ୍‌ ଭିତରେ କଏଦୀ ପୋଷକା ପିନ୍ଧି ଉଭୟ ନଜର ଆସିଛନ୍ତି। ସାମ୍ନାକୁ ଆସିଥିବା ବହୁ ପ୍ରତିକ୍ଷିତ ଫିଲ୍ମ 'ମୁନ୍ନା ଭାଇ-୩'ର ପୋଷ୍ଟର୍‌ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଜେଲ୍‌ ଗଲେ ମୁନ୍ନା ଭାଇ ଓ ସର୍କିଟ୍‌। କଏଦୀ ପୋଷକାରେ ନଜର ଆସିଲେ ସଞ୍ଜୁ ବାବା ଓ ଅର୍ଶଦ। ଜେଲ୍‌ର ଚାରି କାନ୍ଥ ଭିତରେ ଉଭୟଙ୍କ ମୁହଁରୁ ଗାଏବ ହୋଇଗଲା ହସ। ଅତ୍ୟନ୍ତ ଚିନ୍ତିତ ମଧ୍ୟ ଦେଖାଯାଉଛନ୍ତି ଉଭୟ। ଏହି ପୋଷ୍ଟରରେ ପୁଣି ଥରେ ଏକାଠି ହୋଇଛନ୍ତି ସଞ୍ଜୟ ଦତ୍ତ ଓ ଅର୍ଶଦ ଓ୍ୱାରସୀ। ମୁନ୍ନା ଓ ସର୍କିଟ୍‌ ଚରିତ୍ରରେ ଉଭୟ ନଜର ଆସିଛନ୍ତି।

Advertisment

ମୁନ୍ନା ଭାଇ ଏମ୍‌ବିବିଏସ୍‌-୩ର ଏହି ପ୍ରଥମ ପୋଷ୍ଟରକୁ ଖୋଦ୍‌ ସଞ୍ଜୟ ଦତ୍ତ ଶେଆର କରିଛନ୍ତି। ଏହାର କ୍ୟାପସନରେ ଲେଖିଛନ୍ତି, 'ଆପଣଙ୍କ ଠାରୁ ଆମେ ଅଧିକ ଅପେକ୍ଷା କରିଥିଲୁ। ମୋ ଭାଇ ଅର୍ଶଦ ଓ୍ୱାରସୀଙ୍କ ସହ ପୁଣି ଥରେ ମୁଁ ଏକ ଭଲ ଫିଲ୍ମ ଆପଣଙ୍କ ପାଇଁ ନେଇ ଆସିଛି। ଆପଣ ସମସ୍ତଙ୍କୁ ଏହି ଫିଲ୍ମ ଦେଖିବା ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ।'

ସଞ୍ଜୟ ଦତ୍ତ ଏବଂ ଅର୍ଶଦ ୱାରସୀଙ୍କ ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ମଧ୍ୟରୁ ଗୋଟିଏ। ମୁନ୍ନାଭାଇ MBBS ଫିଲ୍ମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା, ଯାହା ପରେ ଉଭୟ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ମୁନ୍ନା ଭାଇରେ ସଞ୍ଜୁ ବାବାଙ୍କ ଚରିତ୍ର ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା, କିନ୍ତୁ ଅର୍ଶଦ ୱାର୍‌ସୀଙ୍କ ଚରିତ୍ର ସର୍କିଟ ମଧ୍ୟ ଲୋକଙ୍କୁ ବେଶ୍‌ ମନୋରଞ୍ଜର ଖୋରାକ ଯୋଗାଇଥିଲା। ଏବେ ମୁନ୍ନା ଭାଇ ଏମ୍‌ବିବିଏସ୍‌ ଫିଲ୍ମ ଫ୍ରାଞ୍ଚାଇଜ୍‌ର ତୃତୀୟ ପାର୍ଟ ସହିତ ଉଭୟ ତାରକା ପୁଣିଥରେ ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ତେବେ ଏହି ଫିଲ୍ମର ନାଁ କ'ଣ ରହିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ଫିଲ୍ମର ନିର୍ଦ୍ଦେଶନା ସିଦ୍ଧାନ୍ତ ସଚେଦବ କରୁଛନ୍ତି। ସଞ୍ଜୟ ଦତ୍ତ ଖୋଦ୍‌ ନିଜ ପ୍ରଡକ୍ସନ ବ୍ୟାନର ତଳେ ଏହାକୁ ତିଆରି କରିବେ। ଚଳିତ ବର୍ଷ ହିଁ ଏହି ଫିଲ୍ମଟି ପରଦାକୁ ଆସିବ ବୋଲି କୁହାଯାଉଛି। ସେପଟେ ଏହି ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ଢ଼େର ବଢ଼ିଯାଇଛି।

ଉଲ୍ଲେଖେଯାଗ୍ୟ, ୨୦୦୩ରେ ରାଜ କୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ମୁନ୍ନା ଭାଇ ଏମ୍‌ବିବିଏସ ରିଲିଜ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍‌ ପ୍ରମାଣିତ ହୋଇଥିଲା। ଏହାପରେ ୨୦୦୬ରେ ଫିଲ୍ମ 'ଲଗେ ରହୋ ମୁନ୍ନା ଭାଇ' ରିଲିଜ ହୋଇଥିଲା। ଏହା ମଧ୍ୟ ଦର୍ଶକଙ୍କୁ ହସାଇବାରେ ସଫଳତା ହାସଲ କରିଥିଲା। ଏଥିରେ ମଧ୍ୟ ସଞ୍ଜୟ ଓ ଅର୍ଶଦଙ୍କ ଯୋଡିଙ୍କୁ ଦେଖିବାକୁ ମିଳିଥିଲା।

Bollywood News