Advertisment

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୱାଜିଦଙ୍କ ପତ୍ନୀ

ମୁମ୍ବାଇ: ବେମ୍ବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବଲିଉଡର ଦିବଙ୍ଗତ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ୱାଜିଦଙ୍କ ପତ୍ନୀ କମଲରୁଖ ଖାନ୍‌ । ୱାଜିଦଙ୍କ ସମ୍ପତ୍ତି ମାମଲାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସମ୍ପତ୍ତି ପାଇଁ ୱାଜିଦଙ୍କ ଭାଇ ସାଜିଦ ଖାନ ଏବଂ ତାଙ୍କ ମା’ଙ୍କ ବିରୋଧରେ କମଲରୁଖ ବମ୍ବେ ହାଇକୋର୍ଟରେ ଅପିଲ କରିଛନ୍ତି। ୱାଜିଦ୍ ଖାନ୍ ୨୦୧୨ରେ ନିଜ ସମ୍ପତ୍ତିକୁ ନେଇ ଏକ ଦସ୍ତାବିଜ ତିଆରି କରିଥିଲେ। ଏଥିରେ ୱାଜିଦ ତାଙ୍କ ପତ୍ନୀ ଓ ପିଲା […]

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୱାଜିଦଙ୍କ ପତ୍ନୀ

Wajid Khan And his Wife

Advertisment

ମୁମ୍ବାଇ: ବେମ୍ବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବଲିଉଡର ଦିବଙ୍ଗତ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ୱାଜିଦଙ୍କ ପତ୍ନୀ କମଲରୁଖ ଖାନ୍‌ । ୱାଜିଦଙ୍କ ସମ୍ପତ୍ତି ମାମଲାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସମ୍ପତ୍ତି ପାଇଁ ୱାଜିଦଙ୍କ ଭାଇ ସାଜିଦ ଖାନ ଏବଂ ତାଙ୍କ ମା'ଙ୍କ ବିରୋଧରେ କମଲରୁଖ ବମ୍ବେ ହାଇକୋର୍ଟରେ ଅପିଲ କରିଛନ୍ତି।

Advertisment

ୱାଜିଦ୍ ଖାନ୍ ୨୦୧୨ରେ ନିଜ ସମ୍ପତ୍ତିକୁ ନେଇ ଏକ ଦସ୍ତାବିଜ ତିଆରି କରିଥିଲେ। ଏଥିରେ ୱାଜିଦ ତାଙ୍କ ପତ୍ନୀ ଓ ପିଲା ଛୁଆଙ୍କ ନାଁ ସାମିଲ କରିଥିଲେ ବୋଲି କମଲରୁଖ ଦାବି କରିଛନ୍ତି।  ଏହି ପ୍ରୋବେସନ ଆବେଦନ ସହିତ କମଲରୁଖ ମଧ୍ୟବର୍ତ୍ତୀକାଳୀନ ରିଲିଫ ପାଇଁ ମଧ୍ୟ କୋର୍ଟରେ ଆବେଦନ କରିଛନ୍ତି।

କମଲରୁଖ କହିଛନ୍ତି, ମୃତ୍ୟୁ ପୂର୍ବରୁ ତାଙ୍କ ସ୍ୱାମୀ ୱାଜିଦ ତାଙ୍କୁ ଏବଂ ତାଙ୍କ ପିଲା ଛୁଆଙ୍କ ଭରଣପୋଷଣ ଦେବାକୁ ରାଜି ହୋଇଥିଲେ। ଏହା ବ୍ୟତୀତ କିଛି ପ୍ରପଟି ମଧ୍ୟ ଗିଫ୍ଟ ଆକାରରେ ତାଙ୍କୁ ଦେବା ପାଇଁ କହିଥିଲେ। ୱାଜିଦଙ୍କ ସହିତ କମଲରୁଖ ତାଙ୍କ ଆକାଉଣ୍ଟରେ ମିଳିତ ଆକାଉଣ୍ଟଧାରୀ ଥିଲେ । କିନ୍ତୁ ଜୁନ୍ ୨୦୨୦ ରେ ୱାଜିଦଙ୍କ ମୃତ୍ୟୁ ପରେ ସାଜିଦ୍ ସମସ୍ତ ସମ୍ପତ୍ତି ଏବଂ ଆକାଉଣ୍ଟ୍ ମ୍ୟାନେଜରଙ୍କ ସହ ଯୋଗାଯୋଗ କରି କମଲୁରୁଖ ଖାନଙ୍କ କଲକୁ ବ୍ଲକ କରିବା ସହ ତାଙ୍କୁ ଅଣଦେଖା କରିଥିଲେ ବୋଲି ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ସାଜିଦ ତାଙ୍କ ନାମକୁ ପରିବର୍ତ୍ତନ କରି ସାଜିଦ-ୱାଜିଦ ନାଁରେ ଥିବା ସମସ୍ତ ରୟାଲଟିଜ୍‌ ଏବଂ କଣ୍ଟ୍ରାକ୍ଟକୁ ଏଲ୍‌ଏଲ୍‌ପି ନାଁରେ ହଡପ କରିବାକୁ ଚାହୁଁଥିବା ସେ ଅଭିଯୋଗ ଆଣିଛନ୍ତି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାଜିଦ। ସାଜିଦ ଓ ତାଙ୍କ ମା' କହିଛନ୍ତି, ୨୦୨୦ରେ ୱାଜିଦ ନିଜ ସମ୍ପତି ନେଇ ଦସ୍ତାବିଜ ତିଆରି କିରଥିଲେ ସେଥିରେ ତାଙ୍କ ପତ୍ନୀ ଓ ପିଲା ଛୁଆଙ୍କୁ କିଛି ବି ସମ୍ପତି ନ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

ୱାଜିଦଙ୍କ ମା ଏବଂ ଭାଇ ସାଜିଦ ତାଙ୍କୁ ଯେପରି ସମ୍ପତ୍ତିରୁ ଅଲଗା ନ କରିବେ ଏବଂ ସମ୍ପତ୍ତିକୁ ନେଇ ଥାର୍ଡ ପାର୍ଟି ସୃଷ୍ଟି ନ କରିବାକୁ ଏକ ସ୍ଥାୟୀ ନିର୍ଦ୍ଦେଶ ଦେବା ଲାଗି କମଲରୁଖ କୋର୍ଟଙ୍କୁ ଅପିଲ କରିଛନ୍ତି।  ୱାଜିଦଙ୍କ ସମ୍ପତ୍ତିରେ ତାଙ୍କର ଏବଂ ପିଲା ଛୁଆଙ୍କର ଅଧିକାର ରହିଛି । ତେଣୁ ଏହାର ସୁରକ୍ଷା ପାଇଁ କମଲରୁଖ ଦାବି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ହେବ।

ସୂଚନାଯୋଗ୍ୟ ଯେ, ଗତବର୍ଷ ମେ’ ୩୧ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ୱାଜିଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତା’ପର ଦିନ ହିଁ ଅର୍ଥାତ ଜୁନ୍ ୧ରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ବଲିଉଡର ପ୍ରସିଦ୍ଧ ସାଜିଦ-ୱାଜିଦଙ୍କ ଯୋଡି ଭାଙ୍ଗି ଯାଇଥିଲା ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe