Advertisment

ନାଗାଙ୍କ ବଧୂ ସାଜିବେ ଶୋଭିତା, ଆରମ୍ଭ ହେଲା ହଳଦୀ କୁଟା

ନାଗା ଚୈତନ୍ୟଙ୍କ ସହ ନିର୍ବାନ୍ଧର ଦୁଇ ମାସ ପରେ ଏବେ କନିଆଁ ସାଜିବେ ଶୋଭିତା।

author-image
Madhupriya Mistry
Naga Chaitanya and Sobhita

Naga Chaitanya and Sobhita

ବଲିଉଡ ଅଭିନେତ୍ରୀ ଶୋଭିତା ଧୁଲିପାଲା। ଖୁବଶୀଘ୍ର ସେ ସାଜିବେ ବଧୂ। ସାଉଥ ସୁପରଷ୍ଟାର୍‌ ନାଗା ଚୈତନ୍ୟଙ୍କୁ କରିବେ ବିବାହ। ଅଗଷ୍ଟରେ ନିର୍ବନ୍ଧ ସରିଥିଲା। ଏବେ ପଡିବ ହାତଗଣ୍ଠି। ଏଥିପାଇଁ ଆଜିଠୁ ଆରମ୍ଭ ହୋଇଗଲାଣି ହଳଦୀ କୁଟା।

Advertisment

ନାଗା ଚୈତନ୍ୟଙ୍କ ସହ ନିର୍ବାନ୍ଧର ଦୁଇ ମାସ ପରେ ଏବେ କନିଆଁ ସାଜିବେ ଶୋଭିତା। ଏଥିପାଇଁ ତାଙ୍କ ଘରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏନେଇ ଖୋଦ ସୂଚନା ଦେଇଛନ୍ତି ଅଭିନେତ୍ରୀ। ନିଜ ଇନ୍‌ଷ୍ଟାଗ୍ରାମରେ ଏହାର କିଛି ଫଟୋ ଶେୟାର କରିଛନ୍ତି ଶୋଭିତା।

ଶୋଭିତ ଧୁଲିପାଲା ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରି-ଓ୍ୱେଡିଂର କିଛି ଫଟୋ ଶେୟାର କରିଛନ୍ତି,। ଏଥିରେ ସେ ପୂରା ଟ୍ରାଡିସନାଲ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ସେ ନିଜ ବିବାହ ପୂର୍ବ ରୀତିନୀତିର କିଛି ଝଲକ୍‌ ମଧ୍ୟ ଦେଖାଇଛନ୍ତି। ଶୋଭିତା ଏକ ସୁନ୍ଦର ନିଳ ପଟି ଥିବା ନାରଙ୍ଗୀ ରଙ୍ଗର ସାଉଥ ଇଣ୍ଡିଆନ୍‌ ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି। ଏଥିସହ ଗଳାରେ ସୁନାର ହାର, ଗଜରା ଓ ଚୁଡି ମଧ୍ୟ ପିନ୍ଧି। ଫଟୋ ସେ ନିଜ ପରିବାର ଲୋକଙ୍କ ଗହଣରେ ଥିବା ଦେଖିବାକୁ ମିଳିଛି।

Advertisment

ଶୋଭିତା ଧୁଲିପାଲା ଚିତ୍ରରେ ନିଜ ସାଙ୍ଗମାନଙ୍କ ସହିତ ହସୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ଶେୟାର କରି ସେ ତେଲୁଗୁରେ ଲେଖିଛନ୍ତି, 'ଗୋଦୁମା ରାୟ ପାସୁପୁ ଡାନଚାଥମ୍ ... ଏବଂ ଏହାଠାରୁ ଆରମ୍ଭ ହେଲା!' ଆନ୍ଧ୍ରରେ ପାସୁପୁ କୋଟାୟମ ସମାରୋହ ବିବାହ ପୂର୍ବରୁ ଏବଂ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ହୋଇଥାଏ। ଏହାକୁ ହଳଦୀ କୁଟା କାର୍ଯ୍ୟକ୍ରମ ମଧ୍ୟ କୁହାଯାଏ। ଶୋଭିତାଙ୍କ ଏହି ଫଟୋଗୁଡିକୁ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି।

କହିରଖୁ ଯେ ସମନ୍ଥା ରୁଥ ପ୍ରଭୁଙ୍କ ସହ ଛାଡପତ୍ର ପରେ ନାଗା ଚୈତନ୍ୟ ଶୋଭିତାଙ୍କ ପ୍ରେମରେ ପଡିଥିଲେ। ଶୋଭିତା ଓ ନାଗା ଚୈତନ୍ୟ ୨୦୨୨ରୁ ପରସ୍ପରକୁ ଡେଟ୍‌ କରୁଛନ୍ତି। ହାଇଦ୍ରାବାଦରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିବା ପରେ ଏମାନେ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

୨୦୧୭ରେ ନାଗା ଚୈତନ୍ୟ ସମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ। ତେବେ ୪ ବର୍ଷ ପରେ ୨୦୨୧ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା।

Naga Chaitanya Sobhita Dhulipala Wedding