Advertisment

ଶୋଭିତାଙ୍କ ପ୍ରେମରେ ନାଗା, ସରିଲା ନିର୍ବନ୍ଧ

ଉଭୟଙ୍କ ନିର୍ବନ୍ଧ ବେଳର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Naga Chaitanya and Shobhita Dhulipala Engaged

Naga Chaitanya and Shobhita Dhulipala Engaged

Advertisment

ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ। ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ସହ ଛାଡ଼ପ୍ରତର ତିନି ବର୍ଷ ପରେ ପୁଣି ଥରେ ବର ସାଜିବାକୁ ଯାଉଛନ୍ତି। ସେ ଅଭିନେତ୍ରୀ ତଥା ନିଜ ଗାର୍ଲଫ୍ରେଣ୍ଡ ଶୋଭିତା ଧୁଲିପାଲାଙ୍କୁ କରବେ ନିଜ କନିଆଁ। ଦୀର୍ଘ ଦିନର ଚର୍ଚ୍ଚା ଉପରେ ପଡିଛି ପୂର୍ଣ୍ଣଛେଦ। ଉଭୟଙ୍କ ଆଜି ନିର୍ବନ୍ଧ ସରିଛି।

Advertisment

ପୂରା ସାଉଥ ଇଣ୍ଡିଆନ୍‌ ଲୁକ୍‌ରେ ଶୋଭିତା ଧୂଲିପାଲା। ସେପଟେ ଧୋତି ସାଙ୍ଗକୁ ଧଳା କୁର୍ତାରେ ନଜର ଆସିଛନ୍ତି ନାଗା ଚୈତନ୍ୟ। ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ସରିଛି ନିର୍ବନ୍ଧ। ଉଭୟଙ୍କୁ ଆଶୀର୍ବାଦ ଦେଉଥିବାର ଫଟୋକୁ ଏବେ ନାଗାଙ୍କ ବାପା ତଥା ଅଭିନେତା ନାଗାର୍ଜୁନ୍‌ ସେୟାର କରିଛନ୍ତି। ଏହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନାଗାର୍ଜୁନ ଏହି ଫଟୋକୁ ସେୟାର କରି ନିଜ ପୁଅ ପାଇଁ ବେଶ୍‌ ଖୁସି ଥିବା କହିଛନ୍ତି। ଭଭୟ ନାଗା ଓ ଶୋଭିତା ଆଜି ସକାଳ ୯ଟା ୪୫ରେ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି। ଆମେ ଶୋଭିତାଙ୍କୁ ନିଜ ପରିବାରକୁ ହୃଦୟର ସହ ସ୍ୱାଗତ କରୁଛୁ। ଏହି ହାପି କପୁଲଙ୍କୁ ବେଶ୍‌ ଶୁଭେଚ୍ଛା ବୋଲି ନାଗାର୍ଜୁନ କ୍ୟାପସନରେ ଲେଖିଛନ୍ତି।

Advertisment

୩ ବର୍ଷ ପୂର୍ବେ ସାମନ୍ଥାଙ୍କଠାରୁ ଅଲଗା ହୋଇଥିଲେ ନାଗା ଚୈତନ୍ୟ। ବେଶ୍‌ କିଛି ଦିନ ଏକା ରହିବା ପରେ ତାଙ୍କ ଲାଇଫ୍‌ରେ ଏଣ୍ଟ୍ରି କରିଥିଲେ ଶୋଭିତା। ଉଭୟଙ୍କ ପ୍ରମେକୁ ନେଇ ଚରିଆଡେ ଚର୍ଚ୍ଚା ହେଉଥିବା ବେଳେ ଏମାନେ କିନ୍ତୁ ଚୁପ୍‌ ରହିଥିଲେ। ବିଦେଶରେ ଉଭୟ ଏକାଠି ହଲିଡେ' ଏନଜୟ କରୁଥିବାର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ୟୁରୋପରେ ଏକାଠି ବୁଲିଥିବା ବେଳେ ସ୍ପଟ ହୋଇଥିଲେ। ଗୁପଚୁପ୍‌ ଭାବେ ଡେଟିଂ କରୁଥିବା ନେଇ ଖବର ସାଉଥ ଇଣ୍ଟଷ୍ଟ୍ରୀରେ ପ୍ରଚାରିତ ହୋଇଥିବା ବେଳେ ଉଭୟ କିନ୍ତୁ କ୍ୟାମେରା ସମ୍ମୁଖରେ କିଛି କହୁ ନ ଥିଲେ। ଏବେ ଦୁହେଁ ନିର୍ବନ୍ଧ କରି ଅଫିସିଆଲ୍‌ ଭାବେ ନିଜ ସମ୍ପର୍କ ଉପରେ ମୋହର ମାରିଛନ୍ତି।

ଏହାପୂର୍ବରୁ ୨୦୧୭ ମସିହାରେ ସାଉଥର ଚୁଲବୁଲୁ ଅଭିନେତ୍ରୀ ସାମନ୍ଥା ରୁଥୁଙ୍କୁ ପ୍ରଥମ ବିବାହ କରିଥିଲେ ନାଗା ଚୈତନ୍ୟ। ମାତ୍ର ଏହା ବେଶି ଦିନ ତିଷ୍ଠି ପାରି ନ ଥିଲା। ବିବାହର ୪ ବର୍ଷ ପରେ ୨୦୨୧ ମସିହାରେ ଉଭୟଙ୍କ ରାସ୍ତା ଅଲଗା ହେବା ସହ ସେମାନେ ଛାଡ଼ପତ୍ର ନେଇଥିଲେ। 

Shobhita Dhulipala Naga Chaitanya Engaged Tollywood Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe