Advertisment

ବିଚ୍ଛେଦର ବର୍ଷେ ପରେ ମୁହଁ ଖୋଲିଲେ ନାଗା ଚୈତନ୍ୟ, କହିଲେ- ସାମନ୍ଥା...

ନିଜ ଫିଲ୍ମ ‘କଷ୍ଟଡି’ର ପ୍ରମୋଶନରେ ବ୍ୟସ୍ତ ଥିବା ନାଗା ଚୈତନ୍ୟ କିଛି ଦିନ ତଳେ ଏକ ସାକ୍ଷାତକାରରେ ପୂର୍ବତନ ପତ୍ନୀ ସାମନ୍ଥାଙ୍କ ବିଷୟରେ ମୁହଁ ଖୋଲିଛନ୍ତି ।

author-image
Niharika Rout
Naga Chaitanya & Samantha

Naga Chaitanya & Samantha

ପ୍ରାୟ ବର୍ଷେରୁ ଅଧିକ ସମୟ ହେଲାଣି ଭାଙ୍ଗି ସାରିଲାଣି ଦକ୍ଷିଣ ଭାରତର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍‌ଙ୍କ ଯୋଡ଼ି। ବିଚ୍ଛେଦ ପରଠୁ ଉଭୟଙ୍କ ରାସ୍ତା ଅଲଗା ହୋଇ ସାରିଲାଣି। ଉଭୟ ନିଜ ନିଜ ପ୍ରଫେସନାଲ ଓ ପର୍ସନାଲ ଲାଇଫରେ ଖୁବ୍‌ ବ୍ୟସ୍ତ । ନିଜ ଫିଲ୍ମ ‘କଷ୍ଟଡି’ର ପ୍ରମୋଶନରେ ବ୍ୟସ୍ତ ଥିବା ନାଗା ଚୈତନ୍ୟ କିଛି ଦିନ ତଳେ ଏକ ସାକ୍ଷାତକାରରେ ପୂର୍ବତନ ପତ୍ନୀ ସାମନ୍ଥାଙ୍କ ବିଷୟରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ।

Advertisment

ସାମନ୍ଥାଙ୍କ ବିଷୟରେ ମୁହଁ ଖୋଲି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ନାଗା । ଏନେଇ ସେ କହିଛନ୍ତି, ସାମନ୍ଥା ଜଣେ ଖୁବ୍‌ ପରିଶ୍ରମୀ ମହିଳା। ଜୀବନରେ କିଛି ହାସଲ କରିବାକୁ ସ୍ଥିର କଲେ ସେ ଯେକୌଣସି ପରିସ୍ଥିତିରେ ତାକୁ ହାସଲ କରିଥାନ୍ତି। ଏଥିନିମନ୍ତେ ସେ କଠିନ ପରିଶ୍ରମ କରିବାକୁ ବି ପଛାଇ ନ ଥାନ୍ତି।

ସାମନ୍ଥାଙ୍କ ଅଭିନୀତ ‘ଦି ଫ୍ୟାମିଲି ମ୍ୟାନ ସିଜନ-୨’ ବିଷୟରେ ପଚାରିଯିବାରୁ ସେଥିରେ ସାମନ୍ଥାଙ୍କ ଅଭିନୟ ଖୁବ୍‌ ଚମତ୍କାର ହୋଇଥିବା କହିଥିଲେ ନାଗା ।

Advertisment

ଏଥିସହ ସେ କହିଛନ୍ତି, ବ୍ୟକ୍ତିଗତ ଜୀବନରେ ଆମ ବିବାହ ବେଶି ଦିନ ତିଷ୍ଠି ପାରିଲାନି। ତାହା ଖୁବ୍‌ ଦୁର୍ଭାଗ୍ୟପୂର୍ଣ୍ଣ । ହେଲେ ମୋ’ ମନରେ ତାଙ୍କ ପାଇଁ ସବୁବେଳେ ସମ୍ମାନ ରହିଛି।

ମିଡିଆରେ କିନ୍ତୁ ଏ ନେଇ ପ୍ରବଳ ଗସିପ ହେଉଥିବା ବେଳେ ଏହା ଆମ ଭାବମୂର୍ତ୍ତିକୁ ସମାଜରେ ଖରାପ କରୁଛି। ପ୍ରାୟ ବର୍ଷେ ହେଲା ଆପୋଷ ବୁଝାମଣାରେ ଆମ ବିଚ୍ଛେଦ ହୋଇ ସାରିଛି। ଏହା ସତ୍ତ୍ୱେ ଏବେ ବି ମିଡିଆ ଏହାକୁ ହାଇଲାଇଟ୍‌ କରୁଥିବା ବେଳେ ଶସ୍ତା ପବ୍ଲିସିଟି ପାଇଁ ଏହା ମଧ୍ୟକୁ ତୃତୀୟ ପକ୍ଷଙ୍କୁ ଟାଣୁଛି। ହେଲେ ମୋ’ ସ୍ପଷ୍ଟୀକରଣ ପରେ ଏଥିରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ଆଶା ରଖୁଥିବା କହିଛନ୍ତି ନାଗା ଚୈତନ୍ୟ ।

୨୦୧୭ରେ ଦକ୍ଷିଣ ଭାରତର ସୁପରହିଟ୍‌ ଯୋଗଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ୨୦୨୧ ମସିହାରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା।

Entertainment Samantha Ruth Prabhu