Advertisment

ନାନା ପାଟେକର ଅନୁତପ୍ତ, କହିଲେ- ଭୁଲ ହୋଇଗଲା, କ୍ଷମା କର

ବିଭିନ୍ନ ମହଲରୁ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ କ୍ଷମା ମାଗିଛନ୍ତି ନାନା ପାଟେକର। ଆଉ ଭବିଷ୍ୟତରେ ଏପରି ଭୁଲ୍‌ ହେବନି ବୋଲି ବି ପ୍ରତିଶ୍ରୁତି ଦେଇଛନ୍ତି।

Nana Patekar

Nana Patekar

Advertisment

ଫ୍ୟାନ୍‌ଙ୍କୁ ଚାପୁଡ଼ା ମାରିବା ମହଙ୍ଗା ପଡ଼ିଲା। ସୋଶାଲ ମିଡିଆରେ ଖୁବ୍‌ ଟ୍ରୋଲ୍‌ ହେଲେ ବଲିଉଡର ଜଣାଶୁଣା ଅଭିନେତା ନାନା ପାଟେକର। ନିଜ ଅଭିନୟ ପାଇଁ ବେଶ ପ୍ରଶଂସା ସାଉଣ୍ଟୁଥିବା ଏହି ଅଭିନେତାଜଣକ କିନ୍ତୁ ନିଜ କାର୍ଯ୍ୟକଳାପ ପାଇଁ ଘୋର ନିନ୍ଦିତ ହୋଇଛନ୍ତି। ବିଭିନ୍ନ ମହଲରୁ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ କ୍ଷମା ମାଗିଛନ୍ତି ନାନା ପାଟେକର। ଆଉ ଭବିଷ୍ୟତରେ ଏପରି ଭୁଲ୍‌ ହେବନି ବୋଲି ବି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଚାରିଆଡ଼ୁ ସମାଲୋଚିତ ହେବା ପରେ ନାନା ପାଟେକର ନିଜ ସଫେଇରେ କହିଛନ୍ତି, ମୁଁ ଜଣେ ଯୁବକଙ୍କୁ ମାରୁଥିବାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ମୁଁ କିନ୍ତୁ ଜାଣିଶୁଣି ଏହା କରିନି। ଆମ ଫିଲ୍ମର ସିନ୍‌ ଅନୁଯାୟୀ, ସିନ୍‌ ଆରମ୍ଭ ହୋଇଥିଲା।

ଉକ୍ତ ସିନ୍‌ ଅନୁଯାୟୀ, ମୋତେ ଜଣେ ଯୁବକଙ୍କୁ ମାରିବାକୁ ପଡ଼ିବ ବୋଲି କହିଥିଲେ ନିର୍ଦ୍ଦେଶକ । ଏହାପରେ ଉକ୍ତ ଯୁବକଜଣକ ମୋ’ ପାଖକୁ ଆସିବାରୁ ଏହା ଫିଲ୍ମର ସିନ୍‌ ଭାବି ମୁଁ ତାଙ୍କୁ ଏକ ଚାପୁଡ଼ା ମାରିଥିଲି। କିନ୍ତୁ ପରେ ଜାଣିଲି ସେ କ୍ରିଉ ମେମ୍ବର ନୁହନ୍ତି, ସେ ମୋର ଜଣେ ଫ୍ୟାନ୍‌ ଥିଲେ।

Advertisment

ଏହା ଜାଣିବା ପରେ ତୁରନ୍ତ ମୁଁ ଉକ୍ତ ଯୁବକଙ୍କୁ ଖୋଜିଥିଲି କିନ୍ତୁ ଆଉ ପାଇ ନ ଥିଲି। ଉକ୍ତ ଯୁବକଙ୍କ ସାଙ୍ଗ ଏହାର ଭିଡିଓ କରି ଭାଇରାଲ କରିଥିବା ଅନୁମାନ କରୁଛି। ମୁଁ କେବେ କାହାକୁ ସେଲଫି ପାଇଁ ମନା କରେନି। ଏହା ଭୁଲବଶଃତ ହୋଇ ଯାଇଛି। ମୋତେ କ୍ଷମା କରନ୍ତୁ । ଭବିଷ୍ୟତରେ ଏପରି ଭୁଲ୍‌ କେବେ ହେବନି।

ବାରାଣସୀର ବିଚ୍‌ ରାସ୍ତାରେ ନାନା ପାଟେକର୍‌ ତାଙ୍କ ଅପ୍‌କମିଂ ଫିଲ୍ମ  'ଜର୍ଣ୍ଣି' ଶୁଟିଂରେ ବ୍ୟସ୍ତ ଥିବା ବେଳେ ଲୋକ ଗହଳି ବି ପ୍ରବଳ ଥିଲା। ଏହି ସମୟରେ ତାଙ୍କ ସହ ସେଲ୍ଫି ନେବା ପାଇଁ ଜଣେ ଫ୍ୟାନ୍‌ ପାଖକୁ ଆସିଥିଲେ। ବାସ୍‌ ଏତିକିରେ ରାଗି ଯାଇଥିଲେ ଏହି ବର୍ଷିଆନ୍‌ ଅଭିନେତା। ପାଖକୁ ଆସିଥିବା ଫ୍ୟାନ୍‌ଙ୍କ ମୁଣ୍ଡକୁ ନାନା ପାଟେକର୍‌ ଜୋରଦାର ଚାପୁଡା ମାରିଥିଲେ। ତେବେ ଏତିକିରେ କଥା ସରି ନ ଥିଲା। ନାନା ପାଟେକର ଚାପୁଡା ମାରିବା ପରେ ସେଠାରେ ଉପସ୍ଥିତ ଥିବା କ୍ରୁ ସଦସ୍ୟ ଉକ୍ତ ଫ୍ୟାନ୍‌ଙ୍କ ବେକକୁ ଧରି ସେଠାରୁ ଗଳା ଧକ୍କା ଦେଇ ଠେଲି ଦେଇଥିଲେ।

ଏହାର ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶରୁ ଚାରିଆଡ଼ୁ ନାନା ପାଟେକରଙ୍କୁ ସମାଲୋଚନା କରାଯାଇଥିଲା। ଏପରି ସେ ଭଦ୍ରାମୀ ଶିଖି ନ ଥିବା ବହୁ ୟୁଜର୍ସ କମେଣ୍ଟ କରିବାକୁ ପଛାଇ ନାହାନ୍ତି।

ନିକଟରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦ ଭ୍ୟାକ୍ସିନ୍‌ ଓ୍ୱାର୍‌'ରେ ନଜର ଆସିଥିଲେ ନାନା ପାଟେକର୍‌। ଏବେ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ଫିଲ୍ମ 'ଜର୍ଣ୍ଣି'ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଏହି ଅଭିନେତା। ଏହି ଫିଲ୍ମର ଶୁଟିଂ ବାରାଣସୀରେ ଚାଲିଛି। 'ଜର୍ଣ୍ଣି' ଫିଲ୍ମର ଶୁଟିଂ ବେଳେ ହିଁ ଭାଇରାଲ ଭିଡିଓଟି ସାମ୍ନାକୁ ଆସିଛି। ତେବେ ଏହା ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ଅଭିନେତା ନାନା ପାଟେକର ଅନେକ ବିବାଦରେ ଛନ୍ଦି ହୋଇ ସାରିଛନ୍ତି।

Nana Patekar Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe