Advertisment

ରାଗିଗଲେ ନାନା ପାଟେକର୍‌, ଫ୍ୟାନ୍‌ଙ୍କୁ ମାରିଲେ ଚାପୁଡ଼ା

ନାନା ପାଟେକର୍‌ଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ଚାରିଆଡୁ ନିନ୍ଦା କରାଯାଇଛି।

author-image
Madhupriya Mistry
Nana patekar slaped fans

Nana patekar slaped fans

ନିଜ ଫେଭରେଟ୍‌ ସେଲେବ୍ରିଟିଙ୍କୁ ପାଖରେ ପାଇଲେ ତାଙ୍କ ସହ ସେଲ୍ଫି ନେବାକୁ ଆଗ୍ରହ ହୁଅନ୍ତି ଫ୍ୟାନ୍। କିନ୍ତୁ ଏହା ସେଲେବ୍ରିଟିଙ୍କ ମୁଡ୍‌ ଉପରେ ନିର୍ଭର କରେ, ତାଙ୍କ ସହ କିଭଳି ବ୍ୟବହାର କରିବେ। ବେଳେ ବେଳେ କିଛି ଫିଲ୍ମ ଷ୍ଟାର୍‌ ଫ୍ୟାନ୍‌ମାନଙ୍କ ସହ ଭଲ ବ୍ୟବହାର କରୁଥିବା ବେଳେ ଆଉ କିଛି ତାଙ୍କ ସହ କରନ୍ତି ଦୁର୍ବ୍ୟବହାର। ଏପରିକି ତାଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାନ୍ତି ନାହିଁ। ଏବେ ଏଭଳି ହିଁ କିଛି ଘଟଣା ସାମ୍ନାକୁ ଆସିଛି। ବଲିଡଉର ଜଣାଶୁଣା ଅଭିନେତା ନାନା ପାଟେକର ତାଙ୍କ ସହ ସେଲ୍ଫି ଉଠାଇବାକୁ ଆସୁଥିବା ଜଣେ ଫ୍ୟାନ୍‌ଙ୍କୁ ଚାପୁଡ଼ା ମାରିଛନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ରାଗିଗଲେ ବଲିଉଡ ଅଭିନେତା ନାନା ପଟେକର। ଶୁଟିଂ ବେଳେ ସେଲ୍ଫି ନେବାକୁ ଆସୁଥିବା ଜଣେ ଫ୍ୟାନ୍‌ଙ୍କୁ ସର୍ବସମ୍ମୁଖରେ ମାରିଲେ ଚାପୁଡା। ବାରାଣସୀରେ ନାନା ପାଟେକର୍‌ ତାଙ୍କ ଅପ୍‌କମିଂ ଫିଲ୍ମର ଶୁଟିଂ କରୁଥିଲେ। ବିଚ୍‌ ରାସ୍ତାରେ ଫିଲ୍ମର ଶୁଟିଂ ଚାଲିଥିଲା। ଏହି ସମୟରେ ତାଙ୍କ ସହ ସେଲ୍ଫି ନେବା ପାଇଁ ଜଣେ ଫ୍ୟାନ୍‌ ତାଙ୍କ ପାଖକୁ ଆସିଥିଲେ। ବାସ୍‌ ଏତିକିରେ ରାଗି ଯାଇଥିଲେ ଏହି ବର୍ଷିଆନ୍‌ ଅଭିନେତା। ପାଖକୁ ଆସିଥିବା ଫ୍ୟାନ୍‌ଙ୍କ ମୁଣ୍ଡକୁ ନାନା ପାଟେକର୍‌ ଜୋରଦାର ଚାପୁଡା ମାରିଛନ୍ତି। ତେବେ ଏତିକିରେ କଥା ସରିନି। ନାନା ପାଟେକର ଚାପୁଡା ମାରିବା ପରେ ସେଠାରେ ଉପସ୍ଥିତ ଥିବା କ୍ରୁ ସଦସ୍ୟ ଉକ୍ତ ଫ୍ୟାନ୍‌ଙ୍କ ବେକକୁ ଧରି ସେଠାରୁ ଗଳା ଧକ୍କା ଦେଇ ଠେଲି ଦେଇଛନ୍ତି।

ନାନା ପାଟେକର୍‌ଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ଚାରିଆଡୁ ନିନ୍ଦା କରାଯାଇଛି। ନିଜକୁ ଜଣେ ସାଧାରଣ ବ୍ୟକ୍ତି ବୋଲି କହୁଥିବା ନାନା ପାଟେକରଙ୍କ ଏଭଳି କାର୍ଯ୍ୟକଳାପକୁ ଦେଖି ଫ୍ୟାନ୍‌ମାନେ ଚକିତ ହୋଇପଡିଛନ୍ତି। ସୋଶାଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଉଛି। ସେ କେବଳ ଭଲ ବୋଲି ଦେଖେଇ ହେଉଛନ୍ତି, କିନ୍ତୁ ପ୍ରକୃତରେ ଏହା ସତ୍ୟ ନୁହେଁ ବୋଲି ୟୁଜର୍ସମାନେ କହୁଛନ୍ତି।

Advertisment

ନିକଟରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦ ଭ୍ୟାକ୍ସିନ୍‌ ଓ୍ୱାର୍‌'ରେ ନଜର ଆସିଥିଲେ ନାନା ପାଟେକର୍‌। ଏବେ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ଫିଲ୍ମ 'ଜର୍ଣ୍ଣି'ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଏହି ଅଭିନେତା। ଏହି ଫିଲ୍ମର ଶୁଟିଂ ବାରାଣସୀରେ ଚାଲିଛି। 'ଜର୍ଣ୍ଣି' ଫିଲ୍ମର ଶୁଟିଂ ବେଳେ ହିଁ ଭାଇରାଲ ଭିଡିଓଟି ସାମ୍ନାକୁ ଆସିଛି। ତେବେ ଏହା ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ଅଭିନେତା ନାନା ପାଟେକର ଅନେକ ବିବାଦରେ ଛନ୍ଦି ହୋଇ ସାରିଛନ୍ତି।

Bollywood News Bollywood Nana Patekar