Advertisment

ବୟଫ୍ରେଣ୍ଡଙ୍କୁ ଜୀଅନ୍ତା ଜାଳି ଦେଲେ, ଗିରଫ ହେଲେ ଅଭିନେତ୍ରୀଙ୍କ ଭଉଣୀ

ଡବଲ ମର୍ଡର ମାମଲାରେ ଆମେରିକା ପୁଲିସ ବଲିଉଡ ଅଭିନେତ୍ରୀ ନର୍ଗିସ ଫଖରିଙ୍କ ଭଉଣୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Nargis Fakhri

Nargis Fakhri

ଅଡୁଆରେ ରକ୍‌ଷ୍ଟାର୍‌ ଫେମ୍‌ ଅଭିନେତ୍ରୀ ନର୍ଗିସ ଫଖରିଙ୍କ ଭଉଣୀ। ଡବଲ ମର୍ଡର ମାମଲାରେ ତାଙ୍କୁ ବାନ୍ଧିଲା ପୁଲିସ। ୪୩ ବର୍ଷୀୟ ଆଲିଆ ଫଖରିଙ୍କୁ ନ୍ୟୁୟର୍କ ପୁଲିସ ଗିରଫ କରିଛି। ସେ ନିଜ ବୟଫ୍ରେଣ୍ଡଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି।

Advertisment

ଅଭିଯୋଗ ମୁତାବକ, ନ୍ୟୁୟର୍କର କ୍ୱିନ୍ସରେ ଆଲିଆ ଏକ ଦୁଇ ମହଲା ଗ୍ୟାରେଜ୍‌ରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ତାଙ୍କ ପୂର୍ବତନ ପ୍ରେମିକ ୩୫ ବର୍ଷୀୟ ଏଡଓ୍ୱାର୍ଡ ଜାକୋବସ୍‌ ଏବଂ ତାଙ୍କର ଜଣେ ୩୩ ବର୍ଷୀୟ ବାନ୍ଧବୀ ଅନସ୍ତାସିଆ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଇର୍ଷାପରାୟଣ ହୋଇ ଆଲିଆ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।

ଡେଲି ନ୍ୟୁଜ୍‌ ରିପୋର୍ଟ ମୁତାବକ ନିଆଁ ଲାଗିବାକୁ ବିଷାକ୍ତ ଧୂଆଁ ଏବଂ ନିଆଁରେ ପୋଡ଼ି ପ୍ରାଣ ହରାଇଛନ୍ତି ଏଡଓ୍ୱାର୍ଡ ଏବଂ ଅନସ୍ତାସିଆ। ଏହି ମାମଲାରେ ପୁଲିସ ତାଙ୍କୁ ସୋମବାର ଗିରଫ କରିଛି। ଏହି ଘଟଣାରେ ସାକ୍ଷୀଥିବା କିଛି ପଡୋଶୀ ପୁଲିସକୁ କହିଛନ୍ତି ଯେ, ଆଲିଆ ପୂର୍ବରୁ ସମସ୍ତଙ୍କୁ କହିଥିଲେ ଯେ ସେ ତାଙ୍କ ଘର ଜାଳିଦେବେ, ସେ ତାଙ୍କୁ ହତ୍ୟା କରିବେ।

Advertisment

ସେପଟେ ଗିରଫ ପରେ ଆଲିଆ ଜାମିନ ଆବେଦନ କରିଥିଲେ ମଧ୍ୟ କ୍ୱିନ୍ସର ଏକ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଆଲିଆଙ୍କ ଏହି କାମକୁ ‘ବର୍ବର କାଣ୍ଡ’ର ଆଖ୍ୟା ଦେଇଛନ୍ତି ଜଜ୍‌ ମେଲିଣ୍ଡା କାଜ୍‌।

ଅନ୍ୟପଟେ ଘଟଣାକୁ ନେଇ ଅଭିନେତ୍ରୀ ନର୍ଗିସ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କିନ୍ତୁ ତାଙ୍କ ମା’ ଝିଅ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଆଲିଆ କାହାକୁ ହତ୍ୟା କରିବା ଅସମ୍ଭବ। ସେ ସମସ୍ତଙ୍କ ଯତ୍ନ ନେବାକୁ ଭଲ ପାଏ ଏବଂ ସାହାଯ୍ୟ କରିବାକୁ ସର୍ବଦା ଚେଷ୍ଟା କରେ। ଏହା ବ୍ୟତୀତ ଆଲିଆ ଏକ ଗୁରୁତର ରୋଗରେ ପୀଡ଼ିତ ଥିବା ତାଙ୍କ ମା’ କହିଛନ୍ତି।

Nargis Fakhri Aliya Fakhri Arrested