Advertisment

ଚମଡ଼ା ପୋଷାକରେ ହନୁମାନ, ରାଗିଗଲେ ମନ୍ତ୍ରୀ

ଭୋପାଲ: ଥମୁନି ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମକୁ ନେଇ ବିବାଦ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଆଦିପୁରୁଷ’ର ଟିଜରକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି। ଫିଲ୍ମର କେତେକ ଦୃଶ୍ୟକୁ ନେଇ ଉଠିଛି ଆପତ୍ତି। ରାବଣ ଠାରୁ ଆରମ୍ଭ କରି ହନୁମାନ ଚରିତ୍ର ଯାଏ ସବୁକିଛିକୁ ନେଇ ଲୋକେ ବିରୋଧ କରିଛନ୍ତି। ଅକ୍ଟୋବର ୨ ତାରିଖରେ ଅଯୋଧ୍ୟାରେ ବେଶ୍‌ ଧୁମ୍‌ଧାମ୍‌ରେ ‘ଆଦିପୁରୁଷ’ର ଟିଜରକୁ ରିଲିଜ କରାଯାଇଥିଲା। ତେବେ ଫିଲ୍ମର ଟିଜର ସାମ୍ନାକୁ ଆସିବା ପରେ ଏହାକୁ ନେଇ ଅନେକ […]

ଅଦ୍ୟତନ ହୋଇଛି
ଚମଡ଼ା ପୋଷାକରେ ହନୁମାନ, ରାଗିଗଲେ ମନ୍ତ୍ରୀ

Hanuman

Advertisment

ଭୋପାଲ: ଥମୁନି ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମକୁ ନେଇ ବିବାଦ। ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ଆଦିପୁରୁଷ'ର ଟିଜରକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି। ଫିଲ୍ମର କେତେକ ଦୃଶ୍ୟକୁ ନେଇ ଉଠିଛି ଆପତ୍ତି। ରାବଣ ଠାରୁ ଆରମ୍ଭ କରି ହନୁମାନ ଚରିତ୍ର ଯାଏ ସବୁକିଛିକୁ ନେଇ ଲୋକେ ବିରୋଧ କରିଛନ୍ତି।

Advertisment

ଅକ୍ଟୋବର ୨ ତାରିଖରେ ଅଯୋଧ୍ୟାରେ ବେଶ୍‌ ଧୁମ୍‌ଧାମ୍‌ରେ 'ଆଦିପୁରୁଷ'ର ଟିଜରକୁ ରିଲିଜ କରାଯାଇଥିଲା। ତେବେ ଫିଲ୍ମର ଟିଜର ସାମ୍ନାକୁ ଆସିବା ପରେ ଏହାକୁ ନେଇ ଅନେକ ନେଗେଟିଭ୍‌ ପ୍ରତିକ୍ରିୟା ମିଳିଛି। ପ୍ରଥମେ କେବଳ ସୋଶାଲ ମିଡିଆରେ ୟୁଜର୍ସ ଟିଜରକୁ ନେଇ ପରିହାସ କରିଥିଲେ। ଏବେ କିନ୍ତୁ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଡଃ.ନରୋତ୍ତମ ମିଶ୍ରା 'ଆଦିପୁରୁଷ' ଟିଜରକୁ ନେଇ ବିରୋଧ କରିଛନ୍ତି। ଏଭଳି କି ସେ ଫିଲ୍ମର କିଛି ଦୃଶ୍ୟକୁ ଦେଖି ରାଗି ଯାଇଛନ୍ତି।

ସେ କହିଛନ୍ତି, 'ଫିଲ୍ମର ଟିଜର୍‌ରେ ଅନେକ ବିବାଦୀୟ ଦୃଶ୍ୟ ରହିଛି। ଭଗବାନ ହନୁମାନଙ୍କୁ ଚମାଡା ପୋଷକା ପିନ୍ଧିଥିବା ଦେଖିବାକୁ ମଳିଛି। ଏହି ପ୍ରକାରର ଦୃଶ୍ୟ ଧାର୍ମିକ ଭାବନାକୁ ଆଘାତ ଦେବ। ତେଣୁ ତୁରନ୍ତୁ ଫିଲ୍ମରୁ ଏହି ଦୃଶ୍ୟକୁ ହଟାଇବା ପାଇଁ ଫିଲ୍ମ ପ୍ରଯୋଜକ ଓମ୍‌ ରାଉତ୍‌ଙ୍କୁ ମୁଁ ଚିଠି ଲେଖିଛି। ଯଦି ଏହି ଦୃଶ୍ୟକୁ ନ ହଟାଯାଏ, ତେବେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।'

Advertisment

https://twitter.com/ANI_MP_CG_RJ/status/1577178039544590336?s=20&t=LQ9FvS5OkGTo-WrceP69VQ

ସେପଟେ ଫିଲ୍ମର ଟିଜର ସାମ୍ନାକୁ ଆସିବା ପରେ ଚାତକ ପରି ଚାହିଁବସିଥିବା ଦର୍ଶକଙ୍କ ମନ ଭାଙ୍ଗି ଯାଇଛି। ଦର୍ଶକଙ୍କୁ ଫିଲ୍ମର ଟିଜର ପସନ୍ଦ ଆସିନାହିଁ। ପ୍ରଭାସଙ୍କ ଠାରୁ ଅଧିକ ଫିଲ୍ମରେ ସୈଫ ଅଲ୍ଲୀ ଖାନ୍‌ଙ୍କ ଲୁକ୍‌କୁ ନେଇ ବିବାଦ ଉପୁଜିଛି। ଅନେକ ୟୁଜର୍ସ ସୈଫ ଅଲ୍ଲୀ ଖାନ୍‌ ଫିଲ୍ମରେ ରାବଣ ନୁହେଁ ଖିଲଜି ଭଳି ଦେଖାଯାଉଥିବା କହିଛନ୍ତି।

ନିର୍ଦ୍ଦେଶକ ଓମ ରାଉତ ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ରାମାୟଣର ଉପରେ ନିର୍ମାଣ କରିଛନ୍ତି। ଜାପାନର ଆନିମେଟେଡ୍ ଫିଲ୍ମ ରାମାୟଣ ଦେଖିବା ପରେ ଏହି ଚଳଚ୍ଚିତ୍ର ତିଆରି କରିବା ପାଇଁ ସେ ଚିନ୍ତା କରିଥିଲେ। କୋଭିଡ -୧୯ର ଲକଡାଉନ୍ ସମୟରେ ସେ ‘ଆଦିପୁରୁଷ’ର କାହାଣୀ ଲେଖିଥିଲେ। ଫିଲ୍ମର ବଜେଟ୍ ୫୦୦ କୋଟି ଟଙ୍କା ବୋଲି କୁହାଯାଉଛି। VFX କାର୍ଯ୍ୟରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି।

ଫିଲ୍ମରେ ସୁପରଷ୍ଟାର ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ କ୍ରିତି ସାନନ୍ ସୀତା ଭୂମିକାରେ ଅଛନ୍ତି। ଲକ୍ଷ୍ମଣଙ୍କ ଭୂମିକାରେ ସନ୍ନି ସିଂହ ଓ ରାବଣ ଭୂମିକାରେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଦେଖିବାକୁ ମିଳିବ। ରିଲିଜ ହୋଇଥିବା ଟିଜରରେ କ୍ରିତିଙ୍କର ଏକ ଛୋଟ ଏବଂ ସୁନ୍ଦର ଝଲକ ମଧ୍ୟ ଦେଖିବାକୁ ମିଳିଛି। ୧୨ ଜାନୁଆରୀ ୨୦୨୩ରେ ଫିଲ୍ମ ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe