Advertisment

ନସିରୁଦ୍ଦିନଙ୍କ ବିବାଦୀୟ ବୟାନ, କହିଲେ - ‘ଦି କେରଳ ଷ୍ଟୋରୀ’ ଏକ ପ୍ରୋପାଗଣ୍ଡା ଫିଲ୍ମ

ରାଜନୈତିକ ପାର୍ଟି ନିର୍ବାଚନୀ ରାଲିରେ ଖୁଲମଖୁଲା ଧର୍ମ ନାଁରେ ଭୋଟ ମାଗୁଛନ୍ତି। ହେଲେ ସର୍ବସମ୍ମୁଖରେ ଯଦି କୌଣସି ମୁସଲମାନ ନିଜ ଆହ୍ଲା ନାଁ ଧରି ଦେଉଛି ତାହା ହେଲେ ହଙ୍ଗାମା ସୃଷ୍ଟି ହେଉଛି ବୋଲି କହିଛନ୍ତି ଏହି ଭେଟରାନ ଆକ୍ଟର।

author-image
Niharika Rout
Naseeruddin Shah

Naseeruddin Shah

‘ଦି କେରଳ ଷ୍ଟୋରୀ’କୁ ନେଇ ବିବାଦ ଥମିବା ନାଁ ଧରୁନି । କେହି କେହି ଏହାକୁ ସମର୍ଥନ କରୁଥିବା ବେଳେ କେହି କେହି ଏହାକୁ ତୀବ୍ର ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏବେ ଏହି ଫିଲ୍ମକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଭେଟରାନ ଆକ୍ଟର ନସିରୁଦ୍ଦିନ ଶାହ ।

Advertisment

ଏକ ସାକ୍ଷାତକାରରେ ନସିରୁଦ୍ଦିନ ଶାହ କହିଛନ୍ତି, ମୁସଲମାନଙ୍କ ବିରୋଧରେ ଘୃଣା ଭାବ ସୃଷ୍ଟି ପାଇଁ ଏପରି ଏଜେଣ୍ଡା ପ୍ରସ୍ତୁତ କରାଯାଉଛି । ଏହା ପଛରେ ଶାସକ ଦଳର ହାତ ରହୁଛି। ସମାଜରେ ମୁସଲମାନଙ୍କ ପ୍ରତି ଘୃଣା ଭାବ ଏବେ ଏକ ପ୍ରକାର ଫ୍ୟାଶନରେ ପରିଣତ ହୋଇଗଲାଣି।

ଏହି ଅବସରରେ ସେ କହିଛନ୍ତି,‘ଦି କେରଳ ଷ୍ଟୋରୀ’ ଏକ ପ୍ରୋପାଗଣ୍ଡା ଫିଲ୍ମ । ଉଚ୍ଚଶିକ୍ଷିତ ଯୁବ ବର୍ଗଙ୍କ ମଧ୍ୟରେ ବି ଆଜିକାଲି ମୁସଲମାନଙ୍କ ପ୍ରତି ଘୃଣା ଭାବର ମଞ୍ଜି ପୋତା ଯାଉଛି। ଶାସକ ଦଳ ଖୁବ୍‌ ଚତୁରତାର ସହ ଏପରି କାମ କରୁଛି।

Advertisment

ଆମ ଦେଶ ଏକ ଧର୍ମ ନିରପେକ୍ଷ ଦେଶ ଓ ଏଠାରେ ଲୋକତନ୍ତ୍ର ଶାସନ ଚାଲିଥିବା କୁହାଯାଉଥିବା ବେଳେ ଏବେ ସବୁ କ୍ଷେତ୍ରରେ କିନ୍ତୁ ଧର୍ମର ପରିଚୟ ଦେବାକୁ ପଡ଼ୁଛି। ରାଜନୈତିକ ପାର୍ଟି ନିର୍ବାଚନୀ ରାଲିରେ ଖୁଲମଖୁଲା ଧର୍ମ ନାଁରେ ଭୋଟ ମାଗୁଛନ୍ତି। ହେଲେ ସର୍ବସମ୍ମୁଖରେ ଯଦି କୌଣସି ମୁସଲମାନ ନିଜ ଆହ୍ଲା ନାଁ ଧରି ଦେଉଛି ତାହା ହେଲେ ହଙ୍ଗାମା ସୃଷ୍ଟି ହେଉଛି ବୋଲି କହିଛନ୍ତି ଏହି ଭେଟରାନ ଆକ୍ଟର। 

ନସିରୁଦ୍ଦିନ ଶାହଙ୍କ ଏପରି ବୟାନକୁ ନେଇ ଏବେ ବି-ଟାଉନ୍‌ ସମେତ ରାଜନୀତି ଜଗତରେ ବି ହଲଚଲ ଆରମ୍ଭ ହୋଇ ଯାଇଛି। ନସିରୁଦ୍ଦିନଙ୍କ ୱାର୍କଫ୍ରଣ୍ଟ କଥା କହିଲେ, ସେ ଏବେ ୱେବ ସିରିଜ ‘ତାଜ : ଡିଭାଇଡେଡ ବାୟ ବ୍ଲଡ’ ରେ ନଜର ଆସିବେ। ଦୀର୍ଘ ଦଶନ୍ଧି ଧରି ବହୁ ଫିଲ୍ମରେ ଅଭିନୟ କରିଥିବା ନସିରୁଦ୍ଦିନ ଦର୍ଶକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ସକ୍ଷମ ହୋଇଛନ୍ତି ।

The Kerala Story Entertainment Bollywood News