Advertisment

ଭାରତୀୟ ମୁସଲିମଙ୍କ ଉପରେ ରାଗିଗଲେ ନାସିରୁଦ୍ଦିନ

ମୁମ୍ବାଇ: ‘ଆଫଗାନିସ୍ତାନକୁ ତାଲିବାନ ଫେରିବା ପୂରା ବିଶ୍ୱ ପାଇଁ ଚିନ୍ତାର କାରଣ। କିନ୍ତୁ ତାଲିବାନ ଫେରିବା ଏବେ କିଛି ଭାରତୀୟ ମୁସଲିମ ପାଇଁ ଖୁସି ଆଣିଦେଇଛି। ସେମାନେ ତାଙ୍କୁ ସମର୍ଥନ କରୁଛନ୍ତି। ଆଫଗାନିସ୍ତାନରେ ପୁଣି ତାଲିବାନ ଶାସନକୁ ନେଇ ସେମାନେ ଉତ୍ସବ ମନାଉଛନ୍ତି। ଏହା କୌଣସି କ୍ରୁରତା ଠାରୁ କମ୍‌ ନୁହେଁ।’ ଏଭଳି କହି ତାଲିବାନକୁ ସମର୍ଥନ କରୁଥିବା ଭାରତୀୟ ମୁସଲିମ୍‌ଙ୍କୁ କଡ଼ା ନିନ୍ଦା କରିଛନ୍ତି ବଲିଉଡର ବର୍ଷିଆନ ଅଭିନେତା ନାସିରୁଦ୍ଦିନ ଶାହା। ନାସିରୁଦ୍ଦିନ ଶାହା ଟୁଇଟ୍‌ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଭାରତୀୟ ମୁସଲିମଙ୍କ ଉପରେ ରାଗିଗଲେ ନାସିରୁଦ୍ଦିନ

Naseeruddin

ମୁମ୍ବାଇ: 'ଆଫଗାନିସ୍ତାନକୁ ତାଲିବାନ ଫେରିବା ପୂରା ବିଶ୍ୱ ପାଇଁ ଚିନ୍ତାର କାରଣ। କିନ୍ତୁ ତାଲିବାନ ଫେରିବା ଏବେ କିଛି ଭାରତୀୟ ମୁସଲିମ ପାଇଁ ଖୁସି ଆଣିଦେଇଛି। ସେମାନେ ତାଙ୍କୁ ସମର୍ଥନ କରୁଛନ୍ତି। ଆଫଗାନିସ୍ତାନରେ ପୁଣି ତାଲିବାନ ଶାସନକୁ ନେଇ ସେମାନେ ଉତ୍ସବ ମନାଉଛନ୍ତି। ଏହା କୌଣସି କ୍ରୁରତା ଠାରୁ କମ୍‌ ନୁହେଁ।' ଏଭଳି କହି ତାଲିବାନକୁ ସମର୍ଥନ କରୁଥିବା ଭାରତୀୟ ମୁସଲିମ୍‌ଙ୍କୁ କଡ଼ା ନିନ୍ଦା କରିଛନ୍ତି ବଲିଉଡର ବର୍ଷିଆନ ଅଭିନେତା ନାସିରୁଦ୍ଦିନ ଶାହା।

Advertisment

ନାସିରୁଦ୍ଦିନ ଶାହା ଟୁଇଟ୍‌ କରି ତାଙ୍କର ଏକ ଭିଡିଓ ଶେଆର କରିଛନ୍ତି। ଏଥିରେ ସେ ତାଲିବାନ ସମର୍ଥକଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରୁଛନ୍ତି।  ସେ କହିଛନ୍ତି, 'ଆଫଗାନିସ୍ତାନରେ ତାଲିବାନ ରିଟର୍ଣ୍ଣ କରିବା ସବୁଠାରୁ ଚିନ୍ତାଜନକ। କିନ୍ତୁ କିଛି ଭାରତୀୟ ମୁସଲିମ୍‌ ଏହାକୁ ନେଇ ଉତ୍ସବ ପାଳନ କରୁଛନ୍ତି। ଏଭଳି ଚିନ୍ତାଧାରା ବେଶ୍‌ ଭୟାନକ। ଆଜି ସେହି ତାଲିବାନ ସମର୍ଥକ ଭାରତୀୟ ମୁସଲିମମାନେ ନିଜକୁ ପ୍ରଶ୍ନ କରିବା ଉଚିତ ଯେ, ନିଜ ଧର୍ମରେ ସୁଧାର ଏବଂ ଆଧୁନିକତା ଚାହୁଁଛନ୍ତି ନା ଗତ ଶତାବ୍ଦୀର ବର୍ବରତାରେ ବଞ୍ଚିବାକୁ ଚାହୁଁଛନ୍ତି।'

ସେ ଆହୁରି କହିଛନ୍ତ, ମୁଁ ଜଣେ ଭାରତୀୟ ମୁସଲିମ। ପ୍ରସିଦ୍ଧ କବି ମିର୍ଜା ଗାଲିବ କହିଯାଇଛନ୍ତି, ମୋର ସମ୍ପର୍କ ଅଲ୍‌ହା ମିଆଁଙ୍କ ସହ ଭଲ, ମୋତେ ରାଜନୈତିକ ଧର୍ମର ଆବଶ୍ୟକତା ନାହିଁ। ଭାରତୀୟ ଇସଲାମ ସର୍ବଦା ସାରା ବିଶ୍ୱର ଇସଲାମ ଠାରୁ ଭିନ୍ନ ରହିଆସିଛି। ଭଗବାନ ଏଭଳି କିଛି ସମୟ ନ ଆଣନ୍ତୁ, ସେମାନେ ଏତେ ବଦଳିଯିବେ ଯେ, ଆମେ ତାଙ୍କୁ ଚିହ୍ନି ପାରିବା ନାହିଁ।' ଏଭଳି କହି ନାସିରୁଦ୍ଦିନ ଭାରତୀୟ ମୁସଲିମ୍‌ମାନଙ୍କୁ ଆଇନା ଦେଖାଇଛନ୍ତି।

Advertisment

ତାଙ୍କର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୟୁଜର୍ସମାନେ ଜୋରଦାର କମେଣ୍ଟ କରୁଛନ୍ତି। ଅନେକ ନାସିରୁଦ୍ଦିନଙ୍କ ପ୍ରଶଂସା କରିଥିବା ବେଳେ ଆଉ କେତେକ ତାଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଅଗଷ୍ଟ ମାସରେ ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିଥିଲା। ଏହାପରେ ଭାରତର କିଛି ମୁସଲିମ ସଙ୍ଗଠନ ତାଲିବାନକୁ ସମର୍ଥନ କରିଥିଲେ। ତାଲିବାନ ଯାହା କରିଛି ତାହା ଠିକ୍‌ ବୋଲି କହି ଖୁସି ପ୍ରକଟ କରିବା ସହ ଉତ୍ସବ ପାଳନ କରିଥିଲେ।

https://twitter.com/AbhayDubeyINC/status/1433067909182484484?s=20

Bollywood Taliban Recapture Afghanistan Taliban Naseeruddin Shah