Advertisment

ଡ୍ରଗ୍ସ ନେବା ବେଳେ ଧରାପଡ଼ିଲେ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ନେବା ପ୍ରକ୍ରିୟା ଥମିବାର ନାଁ ଧରୁନାହିଁ। ଡ୍ରଗ୍ସ ନେବା ବେଳେ ଧରା ପଡିଛନ୍ତି ଆଉ ଜଣେ ଅଭିନେତ୍ରୀ। ରେଭ୍ ପାର୍ଟି ଚାଲିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିନେତ୍ରୀଙ୍କ ନାଁ ହିନା ପାଞ୍ଚାଲ। ସେ ଜଣେ ମରାଠୀ ଫିଲ୍ମ ଅଭିନେତ୍ରୀ। ନାସିକର ଇଗତପୁରୀରେ ରେଭ୍ ପାର୍ଟି କରୁଥିବା ସମୟରେ ୨୨ ଜଣଙ୍କୁ ପୁଲିସ ଧରିଥିଲା। ଏଥିରେ ଏହି ମରାଠୀ ଫିଲ୍ମ ଅଭିନେତ୍ରୀ ମଧ୍ୟ ସାମିଲ ଥିଲେ। ଅଭିନେତ୍ରୀ ହିନା […]

ଅଦ୍ୟତନ ହୋଇଛି
ଡ୍ରଗ୍ସ ନେବା ବେଳେ ଧରାପଡ଼ିଲେ ଅଭିନେତ୍ରୀ

heena_panchal

Advertisment

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ନେବା ପ୍ରକ୍ରିୟା ଥମିବାର ନାଁ ଧରୁନାହିଁ। ଡ୍ରଗ୍ସ ନେବା ବେଳେ ଧରା ପଡିଛନ୍ତି ଆଉ ଜଣେ ଅଭିନେତ୍ରୀ। ରେଭ୍ ପାର୍ଟି ଚାଲିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିନେତ୍ରୀଙ୍କ ନାଁ ହିନା ପାଞ୍ଚାଲ। ସେ ଜଣେ ମରାଠୀ ଫିଲ୍ମ ଅଭିନେତ୍ରୀ।

ନାସିକର ଇଗତପୁରୀରେ ରେଭ୍ ପାର୍ଟି କରୁଥିବା ସମୟରେ ୨୨ ଜଣଙ୍କୁ ପୁଲିସ ଧରିଥିଲା। ଏଥିରେ ଏହି ମରାଠୀ ଫିଲ୍ମ ଅଭିନେତ୍ରୀ ମଧ୍ୟ ସାମିଲ ଥିଲେ। ଅଭିନେତ୍ରୀ ହିନା ପାଞ୍ଚାଲ ମରାଠୀ ଫିଲ୍ମ ଏବଂ ମରାଠୀ ବିଗ୍ ବସ୍ ସିଜନ୍ ୨ ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଁ ଜଣାଶୁଣା।

ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ପୁଲିସ ଏହି ରେଭ୍ ପାର୍ଟି ଉପରେ ଚଢାଉ କରିଥିଲା। ଏହି ସମୟରେ ପାର୍ଟିରେ ୨୨ ଜଣ ମଦ୍ୟପାନ ଏବଂ ଡ୍ରଗ୍ସ ନେଇଥିବା ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି। ଏଥିରେ ମରାଠୀ ଫିଲ୍ମ ଅଭିନେତ୍ରୀ ହିନାଙ୍କ ବ୍ୟତୀତ ମରାଠୀ ଏବଂ ସାଉଥ୍ ଫିଲ୍ମରେ କାମ କରୁଥିବା ୫ ଜଣ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି।

Advertisment

ଗିରଫ ବେଳେ ପୁଲିସ ବିପୁଳ ନିଶା ଦ୍ରବ୍ୟ ଜବତ କରିଛି। ଏଥିରେ ହୁକା, ହାସିସ୍‌, ଗଞ୍ଜେଇ ଏବଂ ଡ୍ରଗ୍ସ ପାଉଡର ସାମିଲ ଅଛି।

Hindi Television Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe