Advertisment

ଚର୍ଚ୍ଚାରେ ହାର୍ଦ୍ଦିକଙ୍କ ପତ୍ନୀ ନତାଶାଙ୍କ ୱେଡିଂ ବ୍ଲାଉଜ୍‌

ହାର୍ଦ୍ଦିକ ଉଭୟ ଖ୍ରୀଷ୍ଟିଆନ୍ ଓ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି।

Hardik Pandya Natasa Stankovic

Hardik Pandya Natasa_Stankovic

Advertisment

ଭାରତୀୟ କ୍ରିକେଟ୍ ଟିମ୍‌ର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ନିକଟରେ ପୁଣି ଥରେ ବିବାହ କରିଛନ୍ତି। ପ୍ରେମ ଦିବସ ତଥା ଫେବ୍ରୁଆରୀ ୧୪ ଭାଲେଣ୍ଟାଇନ୍ ଡେ’ ଅବସରରେ ସେ ନିଜ ପତ୍ନୀ ନତାଶାଙ୍କୁ ପୁଣି ଥରେ ନିଜ ସାତ ଜନ୍ମର ସାଥୀ କରିଛନ୍ତି। ହାର୍ଦ୍ଦିକ ଉଭୟ ଖ୍ରୀଷ୍ଟିଆନ୍ ଓ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି। ତେବେ ହିନ୍ଦୁ ରୀତିନୀତିରେ ବିବାହ ବେଳେ ନତାଶା ଯେଉଁ ଆଉଟ୍ ଫିଟ୍ ପିନ୍ଧିଥିଲେ ତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ନତାଶାଙ୍କ ୱେଡିଂ ବ୍ଲାଉଜ ସମସ୍ତଙ୍କୁ କରିଛି ଆଟ୍ରାକ୍ଟ।  

Advertisment

ଫେବ୍ରୁଆରୀ ୧୪ ତାରିଖ ଦିନ ନତାଶା ଓ ହାର୍ଦ୍ଦିକ ରାଜସ୍ଥାନର ଉଦୟପୁରରେ ବିବାହ କରିଥିଲେ। ଏମାନଙ୍କ ବିବାହ ବେଳର ଫଟୋ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ବିଶେଷ କରି ନତାଶାଙ୍କ ନୂଆ ବୋହୂ ଲୁକ୍‌କୁୁ ଖୁବ୍ ପସନ୍ଦ କରୁଛନ୍ତି ଫ୍ୟାନ୍। ହିନ୍ଦୁ ରୀତିରେ ବିବାହ କରିବା ବେଳେ ନତାଶା ଯେଉଁ ଶାଢ଼ୀ ପିନ୍ଧିଥିଲେ ତାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। 

ନତାଶା ସାତ ଫେରା ନେବା ବେଳେ ଏକ ଲାଲ ରଙ୍ଗର ସିଲ୍କ ଶାଢ଼ୀ ପିନ୍ଧିଥିଲେ। ଏହାର ଧଡିରେ ଅରେଞ୍ଜ ଓ ସବୁଜ ରଙ୍ଗର କାମ ହୋଇଥିଲା। ତେବେ ସମସ୍ତଙ୍କୁ ୟୁନିକ୍ ଲାଗିଥିଲା ନତାଶାଙ୍କ ବ୍ଲାଉଜ। ନତାଶା ପିନ୍ଧିଥିବା ବ୍ଲାଉଜ ବେଶ୍ ଓଜନିଆ ଥିଲା। ଏହି ବ୍ଲାଉଜରେ କ୍ରିଷ୍ଟଲ ଓ ଗୋଲ୍ଡେନ୍ ଟ୍ୟାସଲ କାମ ହୋଇଥିଲା। ଏହି ୱେଡିଂ ଆଉଟ୍‌ଫିଟ୍‌ରେ ନତାଶା ବେଶ୍ ସୁନ୍ଦର ଲାଗୁଥିଲେ, ସମସ୍ତଙ୍କ ଆଖି ତାଙ୍କ ପାଖରେ ହିଁ ଅଟକି ଯାଇଥିଲା। 

Advertisment

ସେହିପରି ବରଣ ମାମଲା ବେଳେ ହେଭି ଏମ୍ବ୍ରୋଡରୀ ଯୁକ୍ତ ଗୋଟା ପଟି ଲେହେଙ୍ଗା ପିନ୍ଧିଥିଲେ ନତାଶା। ଲେହେଙ୍ଗା ସହ ନତାଶା ଲାଲ ରଙ୍ଗର ବାନ୍ଦେଣି ଦୁପଟ୍ଟା ମଧ୍ୟ ଧରିଥିଲେ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଅଫ୍ ହ୍ୱାଇଟ୍‌ର ଜମଦାନୀ ଶେରୱାନୀ ପିନ୍ଧିଥିବା ନଜର ଆସିଥିଲେ। ଉଭୟଙ୍କ ଏହି ୱେଡିଂ ଡେସ୍‌କୁ ଡିଜାଇନର୍ ଅବୁଜାନୀ ସନ୍ଦୀପ ଖୋସଲା ଡିଜାଇନ୍ କରିଥିଲେ। 

ହାର୍ଦ୍ଦିକ ପାଣ୍ଡ୍ୟା ଓ ପତ୍ନୀ ନତାଶା ଷ୍ଟାନକୋଭିକ ପୂର୍ବରୁ ୨୦୨୦ରେ ଗୁପ୍ତ ଭାବେ ବିବାହ କରିଥିଲେ। ତାଙ୍କର ଏହି ବିବାହକୁ ନେଇ ସେତେବେଳେ ଜୋରସୋର୍‌ରେ ଚର୍ଚ୍ଚା ହୋଇଥିଲା। ତେବେ ବିବାହର କିଛି ମାସ ପରେ ନତାଶା ଗର୍ଭବତୀ ଥିବା ଘୋଷଣା କରିଥିଲେ। 

Indian Cricket Team Cricket Hardik Pandya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe