Advertisment

ଆସିଲା ରଶ୍ମିକା ମନ୍ଧାନାଙ୍କ ନୂଆ ଲୁକ୍, ଘାଇଲା ହେଲେ ଫ୍ୟାନ୍

ମୁମ୍ବାଇ: ନ୍ୟାଶନାଲ୍ କ୍ରସ୍ ରଶ୍ମିକା ମନ୍ଧାନା ନିଜର ଅପକମିଂ ଫିଲ୍ମ ‘ପୁଷ୍ପା’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହାରି ଭିତରେ ଅଲୁ ଅର୍ଜୁନ ଷ୍ଟାରର୍ ଫିଲ୍ମ ‘ପୁଷ୍ପା’ରେ ଅଭିନେତ୍ରୀ ରଶ୍ମିକାଙ୍କର ଫଷ୍ଟ୍ ଲୁକ୍ ଜାରି କରାଯାଇଛି। ଖୋଦ୍ ରଶ୍ମିକା ନିଜର ଏହି ଫଷ୍ଟ ଲୁକର ଫଟୋକୁ ଇନଷ୍ଟାଗ୍ରାମରେ ଶେଆର୍ କରିଛନ୍ତି। ତାଙ୍କର ଏହି ନୂଆ ଲୁକକୁ ନେଇ ଫ୍ୟାନଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଏବେ ଫ୍ୟାନ୍ ଫିଲ୍ମର ରିଲିଜ୍ ତାରିଖକୁ ଅପେକ୍ଷା କରି […]

ଅଦ୍ୟତନ ହୋଇଛି
ଆସିଲା ରଶ୍ମିକା ମନ୍ଧାନାଙ୍କ ନୂଆ ଲୁକ୍, ଘାଇଲା ହେଲେ ଫ୍ୟାନ୍

rashmika-mandanna

Advertisment

ମୁମ୍ବାଇ: ନ୍ୟାଶନାଲ୍ କ୍ରସ୍ ରଶ୍ମିକା ମନ୍ଧାନା ନିଜର ଅପକମିଂ ଫିଲ୍ମ 'ପୁଷ୍ପା'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହାରି ଭିତରେ ଅଲୁ ଅର୍ଜୁନ ଷ୍ଟାରର୍ ଫିଲ୍ମ 'ପୁଷ୍ପା'ରେ ଅଭିନେତ୍ରୀ ରଶ୍ମିକାଙ୍କର ଫଷ୍ଟ୍ ଲୁକ୍ ଜାରି କରାଯାଇଛି। ଖୋଦ୍ ରଶ୍ମିକା ନିଜର ଏହି ଫଷ୍ଟ ଲୁକର ଫଟୋକୁ ଇନଷ୍ଟାଗ୍ରାମରେ ଶେଆର୍ କରିଛନ୍ତି। ତାଙ୍କର ଏହି ନୂଆ ଲୁକକୁ ନେଇ ଫ୍ୟାନଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଏବେ ଫ୍ୟାନ୍ ଫିଲ୍ମର ରିଲିଜ୍ ତାରିଖକୁ ଅପେକ୍ଷା କରି ରହିଛନ୍ତି।

Advertisment

ଫିଲ୍ମ 'ପୁଷ୍ପା'ରେ ରଶ୍ମିକାଙ୍କ ଫଷ୍ଟ ଲୁକ୍ ସୋଶାଲ ମିଡିଆ ୟୁଜରଙ୍କୁ ଖୁବ୍ ଉତ୍ସାହିତ କରିଛି। ଏଥିରେ ମନ୍ଧାନାଙ୍କୁ ଗରିବ ବେଶରେ ପରିବେଷଣ କରାଯାଇଛି ଏବଂ ତାଙ୍କୁ କିଛି ପିନ୍ଧୁଥିବାର ଦେଖିବାକୁ ମିଳିଛି। ତାଙ୍କ ଆଖପାଖର ଜିନିଷ ଦେଖି ଲାଗୁଛି ଯେ ସେ କୌଣସି ଛୋଟିଆ ଘରେ ରହୁଛନ୍ତି। ପୋଷ୍ଟର ଦେଖି ଲାଗୁଛି ଯେ ତାଙ୍କର ଚରିତ୍ର ବହୁତ ଆକର୍ଷଣୀୟ ହୋଇପାରେ। ଅଭିନେତ୍ରୀ ଜଣକ ନିଜର ଫଷ୍ଟ ଲୁକ୍ ଥିବା ପୋଷ୍ଟର ଶେଆର୍ କରି ଲେଖିଛନ୍ତି, 'ଶ୍ରୀଭଲି'। ପୋଷ୍ଟରର ଉପରେ ମଧ୍ୟ Pushpa’s Srivalli ଲେଖାଯାଇଛି।

Advertisment

ଫିଲ୍ମ 'ପୁଷ୍ପା'କୁ ଦୁଇଟି ଭାଗରେ ରିଲିଜ୍ କରାଯିବ। ଫିଲ୍ମଟିର ପ୍ରଥମ ଭାଗଗୁ ଡିସେମ୍ବର ୨୫ ତାରିଖ ଅର୍ଥାତ୍ କ୍ରିସମସ୍ ସମୟରେ ଥିଏଟରରେ ରିଲିଜ୍ କରାଯିବ ବୋଲି କୁହାଯାଉଛି। ଏଥିରେ ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଧାନାଙ୍କ ବ୍ୟତୀତ ଜଗପତି ବାବୁ, ଅନସୂୟା ଭରଦ୍ୱାଜ, ଭେନେଲ୍ କିଶୋର ପ୍ରମୁଖ ଭୂମିକାରେ ନଜର ଆସିବେ। ଏହାସହ ସୁପରଷ୍ଟାର୍ ଫହାଦ ଫାସିଲ୍ ଫିଲ୍ମର ଭିଲେନ୍ ଭୂମିକା ତୁଲାଉଛନ୍ତି। ଏଥିସହ ଫହାଦ ଟଲିଉଡ୍ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବେ।

'ପୁଷ୍ପା' ବ୍ୟତୀତ ରଶ୍ମିକା ତାଙ୍କର ଆଉ ଏକ ଫିଲ୍ମ 'ମିଶନ୍ ମଜନୁ' ଓ 'ଗୁଡବୟ' ଆଦି ଫିଲ୍ମରେ ନଜର ଆସିବେ। 'ମିଶନ୍ ମଜନୁ'ରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କାମ କରୁଛନ୍ତି। ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe