Advertisment

ରାତି ଅଧରେ ପତ୍ନୀ ଓ ଛୁଆଙ୍କୁ ଘରୁ ବାହାର କରିଦେଲେ ନୱାଜୁଦ୍ଦିନ୍‌!

କିଛି ଦିନ ହେବ ନୱାଜୁଦ୍ଦିନ୍‌ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲଗାତର ବିବାଦରେ ଅଛନ୍ତି।

Nawazuddin siddiqui drove his wife aaliya

Nawazuddin siddiqui drove his wife aaliya

Advertisment

ବଲିଉଡର ଭର୍ସଟାଇଲ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। ଗତ କିଛି ଦିନ ହେବ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲଗାତର ବିବାଦରେ ଅଛନ୍ତି। ଅଭିନେତାଙ୍କ ପତ୍ନୀ ଆଲିଆ ତାଙ୍କ ବିରୋଧରେ ନାନା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଦୁହିଁଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନାହିଁ। ଏନେଇ ନିକଟରେ ଆଲିଆ ମୁମ୍ବାଇର ବର୍ସୋବା ଥାନରେ ଅଭିଯୋଗ ମଧ୍ୟ କରିଥିଲେ। ଏହାରି ଭିତରେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଏକ ଭିଡିଓ ଶେଆର କରି ଆଲିଆ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

Advertisment

ରାତି ଅଧରେ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ଘରୁ ବାହାର କରିଦେଲେ ଅଭିନେତା ନୱାଜୁଦ୍ଦିନ। ଏଭଳି କିଛି ଅଭିଯୋଗ ଆଣିଛନ୍ତି ଖୋଦ୍ ନୱାଜଦ୍ଦିନଙ୍କ ପତ୍ନୀ ଆଲିଆ। ସେ ଭିଡିଓ ଶେଆର କରି ଦୁଇ ପିଲାଙ୍କ ସହ ନୱାଜୁଦ୍ଦିନଙ୍କ ଘର ବାହାରେ ରାସ୍ତାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। 

ଆଲିଆ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ରେ ଏହି ଭିଡିଓ ଶେଆର କରି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ଭିଡିଓରେ ଆଲିଆ ଦୁଇ ପିଲାଙ୍କ ସହ ନୱାଜୁଦ୍ଦିନଙ୍କ ଘର ବାହାରେ ଠିଆ ହୋଇଥିନା ନଜର ଆସିଛନ୍ତି। ସେ କହୁଛନ୍ତି, ‘ମୋ ପିଲାମାନେ କାନ୍ଦୁଛନ୍ତି। ମୁଁ ଭାରି ଚିନ୍ତିତ। ମୁଁ ଜାଣିନି ନୱାଜ ଏଭଳି କାହିଁକି କରୁଛନ୍ତି। ଏସବୁ ତାଙ୍କୁ ଶୋଭା ଦେଉଛି କି? ଆମକୁ ନୱାଜ ଘରୁ ବାହାର କରିଦେଇଛନ୍ତି। ମୁଁ ଜାଣିନି କୁଆଡେ ଯିବି। ମୋ ପାଖରେ ରହିବା ପାଇଁ ଘର ନାହିଁ କି ଟଙ୍କା ନାହିଁ। ମୁଁ ପିଲାମାନଙ୍କୁ ନେଇ କୁଆଡେ ଯିବି। ମୁଁ ନୱାଜଙ୍କୁ କେବେ ବି କ୍ଷମା କରିବି ନାହିଁ।’ ସେପଟେ ଏହି ଅଭିଯୋଗ ନେଇ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଉଲ୍ଲେଖଯୋଗ୍ୟ, ନୱାଜୁଦ୍ଦିନ ସିଦ୍ଦିକ ଆସନ୍ତାକାଲି ଡେରାଡୁନ୍‌ରୁ ଫେରିଥାନ୍ତେ। ମାତ୍ର ମାଆ ଦେହ ଖରାପ ହେବା ଖବର ଶୁଣି ସେ ଶୀଘ୍ର ପଳେଇ ଆସିଥିଲେ। ଯେତେବେଳେ ନୱାଜୁଦ୍ଦିନ ବର୍ସୋବାସ୍ଥିତ ଆପାର୍ଟମେଣ୍ଟ୍‌ରେ ପହଞ୍ଚିଲେ ତ ତାଙ୍କ ଭାଇ ତାଙ୍କୁ ଘର ଭିତରକୁ ନ ଡାକି ଫେରାଇ ଦେଇଥିବା ଜଣାପଡିଛି।  

Bollywood News Bollywood Nawazuddin Siddiqui
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe