Advertisment

ଅଭିନେତା ନଓ୍ୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇ ଗିରଫ

ଉତ୍ତରପ୍ରଦେଶର ମୁଜଫରନଗରରୁ ଅୟାଜୁଦ୍ଦିନ ସିଦ୍ଦିକିଙ୍କୁ ପୁଲିସ ଗିରଫ କରିଛି।

author-image
Madhupriya Mistry
nawazuddin siddiqui brother arrested

nawazuddin siddiqui brother arrested

ବନ୍ଧା ହେଲେ ବଲିଉଡ ଅଭିନେତା ନଓ୍ୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ଼ ଭାଇ। ବୁଧବାର ଉତ୍ତରପ୍ରଦେଶର ମୁଜଫରନଗରରୁ ଅୟାଜୁଦ୍ଦିନ ସିଦ୍ଦିକିଙ୍କୁ ପୁଲିସ ଗିରଫ କରିଛି। ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Advertisment

ରିପୋର୍ଟ ମୁତାବକ, ନଓ୍ୱାଜୁଦ୍ଦିନଙ୍କ ଭାଇ ଅୟାଜୁଦ୍ଦିନଙ୍କୁ ମେ' ୨୨ ତାରିଖରେ ଉତ୍ତରପ୍ରଦେଶର ବୁଢ଼ାନା ପୁଲିସ ଗିରଫ କରିଛି। ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ନଓ୍ୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇ ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟଙ୍କ ନାମରେ ବେଆଇନ ଭାବେ ଏକତ୍ରୀକରଣ ବିଭାଗକୁ ଏକ ନିର୍ଦ୍ଦେଶ ପତ୍ର ଜାରି କରିଥିବା ଅଭିଯୋଗ ହୋଇଛି।

ଜାବେଦ ଇକବାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ଚାଷ ଜମିକୁ ନେଇ ଲାଗି ରହିଥିବା ବିବାଦ ଯୋଗୁ ସେ ଏଭଳି ଠକେଇର ପନ୍ଥା ଆପଣାଇଥିଲେ। ତେବେ ତଦନ୍ତ ପରେ କୋର୍ଟ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶ ପତ୍ର ଫେକ୍ ବୋଲି ଜଣାପଡିଛି। ଏହାକୁ ନେଇ ଜିଲ୍ଲା ମାଜିଷ୍ଟ୍ରେଟ୍‌ କୋର୍ଟରେ ଅଭିଯୋଗ ହେବା ପରେ ଅୟାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

Advertisment

ତେବେ ପ୍ରଥମ ଥର ପାଇଁ ନଓ୍ୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇ ଏଭଳି ଆଇନ ଜାଲରେ ଫଶି ନାହାନ୍ତି। ପୂର୍ବରୁ ୨୦୧୮ରେ ମଧ୍ୟ ସୋଶାଲ ମିଡିଆରେ ଆପତ୍ତିଜନକ ଫଟୋ ସେୟାର କରି ସେ ଫଶିଥିଲେ। ଏହି ଫଟୋ ଜରିଆରେ ସେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅୟାଜୁଦ୍ଦିନ ସିଦ୍ଦିକି ବିରୋଧରେ ମାମଲା ରୁଜୁ ହୋଇଥିଲା।

Nawazuddin Siddiqui Bollywood Nawazuddin Brother Arrested