Advertisment

ନୱାଜୁଦ୍ଦିନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପତ୍ନୀ ଆଲିଆ

ପତ୍ନୀ ଆଲିଆ ତାଙ୍କ ନାଁରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। ଏନେଇ ପୁଲିସ ଷ୍ଟେସନରେ ସେ ନୱାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

aliya  and nawazuddin

aliya and nawazuddin

Advertisment

ଥମୁନି ବଲିଉଡର ଭର୍ସଟାଇଲ ଅଭିନେତା ନୱାଜୁଦ୍ଦିନଙ୍କ ଅଡୁଆ। ତାଙ୍କ ବିରୋଧରେ ହୋଇଛି ସଙ୍ଗୀନ ଅଭିଯୋଗ। ପତ୍ନୀ ଆଲିଆ ତାଙ୍କ ନାଁରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। ଏନେଇ ପୁଲିସ ଷ୍ଟେସନରେ ସେ ନୱାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏନେଇ ଖୋଦ୍ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରି ଏହି ସୂଚନା ଦେଇଛନ୍ତି।  

Advertisment

ଆଲିଆ ସିଦ୍ଦିକି ଭିଡିଓରେ କାନ୍ଦୁଥିବା ନଜର ଆସିଛନ୍ତି। ସେ କାନ୍ଦି କାନ୍ଦି, ତାଙ୍କ ପିଲାଙ୍କୁ ନୱାଜୁଦ୍ଦିନ ଛଡାଇ ନେବାକୁ ଚାହୁଁଥିବା ସେ କହିଛନ୍ତି। ସେ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ବର୍ସୋବା ପୁଲିସ ଷ୍ଟେସନରେ ଗତକାଲି ନୱାଜଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ରୁଜୁ କରିଛି। ଯାହା ବି ହେଇ ଯାଉ ସେ ରାକ୍ଷାସ ତଥା ପାପି ହାତରେ ମୋ ପିଲାଙ୍କୁ ଦେବି ନାହିଁ ବୋଲି ଆଲିଆ କହିଛନ୍ତି।

ସେପଟେ ନିକଟରେ ପତ୍ନୀ ସହ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ନୱାଜୁଦ୍ଦିନ୍। ଏକ ସାକ୍ଷାତକାର୍‌ରେ ନୱାଜୁଦ୍ଦିନ କହିଛନ୍ତି, ‘ମୁଁ କୌଣସି ବିଷୟରେ କିଛି କହିବାକୁ ଚାହେଁ ନାହିଁ। ମୁଁ କେବଳ ଚାହୁଁଛି ମୋ ପିଲାମାନେ ସ୍କୁଲ ଯାଆନ୍ତୁ। ଏସବୁ ହେତୁ ମୋ ପିଲାମାନଙ୍କର ପାଠ ପଢ଼ା ଖରାପ ଭାବେ ପ୍ରଭାବିତ ହୋଇଛି। ମୋ ପିଲାମାନେ ଦୁବାଇରେ ପଢ଼ନ୍ତି ଏବଂ ସେମାନେ ଗତ ଏକ ମାସ ହେଲା ଏଠାରେ ଅଛନ୍ତି। ମୁଁ କେବଳ ଆବେଦନ କରିବାକୁ ଚାହେଁ ଯେ ମୋ ପିଲାମାନେ ସ୍କୁଲ ଯାଆନ୍ତୁ। ପିଲାମାନଙ୍କ ବିଷୟରେ କଥାବାର୍ତ୍ତା ବେଳେ ନୱାଜୁଦ୍ଦିନ ସିଦ୍ଦିକି ଭାବପ୍ରବଣ ହୋଇପଡିଥିଲେ।‘ 

Advertisment

Bollywood News Bollywood Nawazuddin Siddiqui
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe