Advertisment

ନଓ୍ୱାଜୁଦ୍ଦିନଙ୍କ ବିରୋଧରେ ବଡ଼ ଖୁଲାସା କଲେ ପତ୍ନୀ ଆଲିଆ

ନଓ୍ୱାଜୁଦ୍ଦିନଙ୍କ ପତ୍ନୀ ଆଲିଆ ଏକ ଭିଡିଓ ଶେଆର କରି ଅଭିନେତାଙ୍କ ବିରୋଧରେ କରିଛନ୍ତି ବଡ଼ ଖୁଲାସା। ଏଥିସହ ସେ ନଓ୍ୱାଜୁଦ୍ଦିନଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ମଧ୍ୟ ଲଗାଇଛନ୍ତି।

author-image
Madhupriya Mistry
Nawazuddin siddiqui and wife aaliya

Nawazuddin siddiqui and wife aaliya

ବଲିଉଡର ଫେମସ୍‌ ଅଭିନେତା ନଓ୍ୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ପତ୍ନୀ ଆଲିଆ ସିଦ୍ଦିକିଙ୍କୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ। ପାରିବାରିକ ବିବାଦ ଯୋଗୁ ଏ ଦୁହେଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ନଓ୍ୱାଜୁଦ୍ଦିନଙ୍କ ପତ୍ନୀ ଆଲିଆ ଏକ ଭିଡିଓ ଶେଆର କରି ଅଭିନେତାଙ୍କ ବିରୋଧରେ କରିଛନ୍ତି ବଡ଼ ଖୁଲାସା। ଏଥିସହ ସେ ନଓ୍ୱାଜୁଦ୍ଦିନଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ମଧ୍ୟ ଲଗାଇଛନ୍ତି।

Advertisment

ଆଲିଆ ନିକଟରେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଓ କିଛି ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, 'ଏଭଳି ଜଣେ ବ୍ୟକ୍ତିଙ୍କୁ ମୁଁ ମୋର ୧୮ ବର୍ଷ ଦେଇଥିବା ଲାଗି ଦୁଃଖିତ, ଯାହାଙ୍କ ନଜରରେ ମୋର କିଛି ଭେଲ୍ୟୁ ନାହିଁ। ମୁଁ ତାଙ୍କୁ (ନଓ୍ୱାଜୁଦ୍ଦିନ) ପ୍ରଥମେ ୨୦୦୪ରେ ଭେଟିଥିଲି। ଏହାପରେ ଆମେ ଦୁହେଁ ଏକତା ନଗର, ଚାରକୋପ ଓ ମୁମ୍ବାଇରେ ଲିଭ୍‌ଇନ୍‌ରେ ରହୁଥିଲୁ। ମୁଁ, ନଓ୍ୱାଜ ଓ ତାଙ୍କ ଭାଇ ଶ୍ୟାମସୁଦ୍ଦିନ ଗୋଟିଏ ରୁମ୍‌ରେ ରହୁଥିଲୁ, ଯେଉଁଠାରେ ଆମେ ଆମର ସମ୍ପର୍କ ଆରମ୍ଭ କରିଥିଲୁ। ଆମେ ବହୁତ ଖୁସିରେ ଏକାଠି ରହୁଥିଲୁ।'

ଆଲିଆ ଆହୁରି କହିଛନ୍ତି, 'ମୋର ବିଶ୍ୱାସ ଥିଲା ଯେ, 'ସେ ମୋତେ ଭଲ ପାଉଛନ୍ତି ଏବଂ ମୋତେ ସବୁବେଳେ ଖୁସିରେ ରଖିବେ। ସେତେବେଳେ ଖାଦ୍ୟ ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କାଟିଏ ନଥିଲା। ତେଣୁ ମୁଁ ଏବଂ ତାଙ୍କ ଭାଇ ଶ୍ୟାସସୁଦ୍ଦିନ୍ କୌଣସି ବ୍ୟକ୍ତିଗତ ଲାଭ ବିନା ସବୁକିଛି ଦେଇଥିଲୁ। ତା'ପରେ ଆମେ ୨୦୧୦ରେ ବିବାହ କରିଥିଲୁ। ବର୍ଷେ ପରେ ମୁଁ ମୋର ପ୍ରଥମ ସନ୍ତାନ ଜନ୍ମ ଦେଲି। ମୋତେ ମୋ ମା' ଦେଇଥିବା ଫ୍ଲାଟକୁ ଡେଲିଭରୀ ପାଇଁ ବିକ୍ରି କରିଥିଲି। ଏପରି କି ଏହି ଫ୍ଲାଟ୍‌ ବିକ୍ରି ଟଙ୍କାରେ ନଓ୍ୱାଜୁଦ୍ଦିନଙ୍କୁ ଏକ କାର୍ (ସ୍କୋଡା ଫାବିଆ) ଉପହାର ଦେଇଥିଲି। ଏବେ ଏତେ ବର୍ଷ ପରେ ନଓ୍ୱାଜ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି। ସେ ସର୍ବଦା ତାଙ୍କର ପୂର୍ବ ଗର୍ଲଫ୍ରେଣ୍ଡ, ତାଙ୍କ ପୂର୍ବତନ ପତ୍ନୀଙ୍କୁ ଅସମ୍ମାନ କରୁଥିଲେ। ବର୍ତ୍ତମାନ ମୋତେ ଅସମ୍ମାନ କରୁଛନ୍ତି ଏବଂ ମୋ ପିଲାମାନଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି।'

Advertisment

୧୨ ବର୍ଷ ହେଲା ସେ ଯନ୍ତ୍ରଣା ଭୋଗୁଛନ୍ତି। ସବୁ ଦସ୍ତାବିଜ ସାମ୍ନାକୁ ଆସିବା ଓ ପ୍ରମାଣିତ ହେବା ପରେ ନଓ୍ୱାଜୁଦ୍ଦିନ ତାଙ୍କୁ ପତ୍ନୀ ବୋଲି କହିଛନ୍ତି। ଜଣେ ମଣିଷ ଏତେ ତଳକୁ କିଭଳି ଖସିପାରେ। ଏହି ବ୍ୟକ୍ତିଙ୍କ ଅସଲ ରଙ୍ଗ ସମସ୍ତେଙ୍କୁ ଦେଖାଇବାକୁ ଚାହୁଁଛି। ତେଣୁ କୌଣସି ବ୍ୟକ୍ତିଙ୍କ ଧର୍ମ ଉପରେ ନଯାଇ ଆମକୁ ନ୍ୟାୟର ସହ ଜିତାନ୍ତୁ ବୋଲି ନଓ୍ୱାଜୁଦ୍ଦିନଙ୍କ ପତ୍ନୀ ଆଲିଆ ଅନୁରୋଧ କରିଛନ୍ତି।

ପୂର୍ବରୁ ଆଲିଆ ଅଭିଯୋଗ ଆଣିଥିଲେ ଯେ ନୱାଜୁଦ୍ଦିନ ଏବଂ ତାଙ୍କ ପରିବାର ତାଙ୍କୁ ଖାଦ୍ୟ ଖାଇବାକୁ ମଧ୍ୟ ଦେଉନାହାଁନ୍ତି। ଏପରିକି ମୌଳିକ ସୁବିଧା ଏବଂ ବାଥରୁମ ବ୍ୟବହାର କରିବାକୁ ମଧ୍ୟ ଅନୁମତି ଦିଆ ଯାଇନଥିଲା। ଆଲିଆଙ୍କ ଓକିଲ ନୱାଜଙ୍କ ମା' ମେହେରୁନିସାଙ୍କ ଅଭିଯୋଗକୁ ଖଣ୍ଡନ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

Bollywood Nawazuddin Siddiqui