Advertisment

କ୍ୟାରିୟର ପାଇଁ ଝିଅର ଦୁଃଖକୁ ଏଡ଼ାଇ ଯାଇଥିଲେ ନୱାଜୁଦ୍ଦିନ! ଦିଅରଙ୍କ ବିରୋଧରେ ପତ୍ନୀ ଆଣିଲେ ଏମିତି ଅଭିଯୋଗ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇ ସାରିଥିବା ତାଙ୍କ ପତ୍ନୀ ଆଲିଆ ଏବେ ଏକ ନୂଆ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ସେ ତାଙ୍କ ସାନ ଦିଅର (ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ସାନ ଭାଇ ମିନାଜୁଦ୍ଦିନ୍)ଙ୍କ‌ ବିରୋଧରେ ଆଣିଛନ୍ତି। ଆଲିଆ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଉପରେ ମିନାଜୁଦ୍ଦିନଙ୍କ ଖରାପ ନଜର ଥିଲା। ସେ ତାକୁ ଯୌନଉତ୍ପୀଡ଼ନ ଦେଇଥିଲେ। ଏନେଇ ସେ ମୁମ୍ବାଇ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଆଲିଆ ଦିଅର ମିନାଜୁଦ୍ଦିନଙ୍କ […]

ଅଦ୍ୟତନ ହୋଇଛି
କ୍ୟାରିୟର ପାଇଁ ଝିଅର ଦୁଃଖକୁ ଏଡ଼ାଇ ଯାଇଥିଲେ ନୱାଜୁଦ୍ଦିନ! ଦିଅରଙ୍କ ବିରୋଧରେ ପତ୍ନୀ ଆଣିଲେ ଏମିତି ଅଭିଯୋଗ

n1

Advertisment

ମୁମ୍ୱାଇ: ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇ ସାରିଥିବା ତାଙ୍କ ପତ୍ନୀ ଆଲିଆ ଏବେ ଏକ ନୂଆ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ସେ ତାଙ୍କ ସାନ ଦିଅର (ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ସାନ ଭାଇ ମିନାଜୁଦ୍ଦିନ୍)ଙ୍କ‌ ବିରୋଧରେ ଆଣିଛନ୍ତି।

Advertisment

ଆଲିଆ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଉପରେ ମିନାଜୁଦ୍ଦିନଙ୍କ ଖରାପ ନଜର ଥିଲା। ସେ ତାକୁ ଯୌନଉତ୍ପୀଡ଼ନ ଦେଇଥିଲେ। ଏନେଇ ସେ ମୁମ୍ବାଇ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଆଲିଆ ଦିଅର ମିନାଜୁଦ୍ଦିନଙ୍କ ସହିତ ନୱାଜୁଦ୍ଦିନ ଓ ତାଙ୍କ ପୂରା ପରିବାର ନାଁରେ ଥାନାରେ ଏତଲା ଦେଇଛନ୍ତି। ସେ କହିଛନ୍ତି ଯେ ଏ ଘଟଣା ନେଇ ନୱାଜୁଦ୍ଦିନ ଚୁପ୍ ରହିଥିବା ବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ଧମକଚମକ ଦେବା ସହିତ ମାଡ଼ ମାରିଥିଲେ।

ଏଫ୍‌ଆଇଆର୍‌ କପିରେ ଆଲିଆ ଲେଖିଛନ୍ତି-  ସାନ ଦିଅର ମିନାଜୁଦ୍ଦିନ୍‌ ମୋ ୯ ବର୍ଷର ଝିଅ ଶୋରା ଉପରେ ଖରାପ ନଜର ରଖିଥିଲେ। ୨୦୧୨ରେ ଯେତେବେଳେ ନୱାଜ ମୁମ୍ୱାଇରେ ଥିଲେ ସେତେବେଳେ ମୁଁ ଛୁଆଙ୍କୁ ଧରି ଉତ୍ତରପ୍ରଦେଶରେ ଶାଶୂ ଘରେ ରହୁଥିଲି। ସେଠାରେ ରହୁଥିବା ସମୟରେ ମୋ ଦିଅର ଝିଅ ଶୋରାକୁ ବାହାରକୁ ବୁଲାଇବାକୁ ନେବା ବାହାନାରେ ତା’ ସହିତ ଖରାପ କାମ କରୁଥିଲେ। ଏସବୁକୁ ନେଇ ଦିନେ ଶୋରା କାନ୍ଦିଥିଲା ଏବଂ ସବୁ କଥା ମୋତେ ଜଣାଇଥିଲା।

Advertisment

publive-image

ଆଲିଆ ଆହୁରି ଲେଖିଛନ୍ତି- ଦିନେ ମିନାଜୁଦ୍ଦିନ୍‌ ଶୋରାକୁ ରୁମ୍‌କୁ ନେଇ ତାଙ୍କ କୋଳରେ ବସାଇ ଅଶ୍ଲୀଳ ଭିଡିଓ ଦେଖାଉଥିଲେ। ଏସବୁ ଦେଖିବା ପରେ ମୁଁ ତାଙ୍କୁ ଚାପୁଡ଼ା ମାରିଥିଲି ଏବଂ ଝିଅକୁ ସେଠାରୁ ନେଇ ଆସିଥିଲି। ମୁଁ ମୋ ଶାଶୂଘର ଲୋକଙ୍କୁ ଏସବୁ ବିଷୟରେ ଜଣାଇଥିଲି। କିନ୍ତୁ ସେମାନେ କଥାକୁ ଅଧିକ ନବଢ଼ାଇବା ପାଇଁ କହିଥିଲେ। ଯେତେବେଳେ ମୁଁ ନୱାଜୁଦ୍ଦିନଙ୍କୁ ଫୋନ୍‌ କରି ଏସବୁ ଜଣାଇଲି, ମିନାଜୁଦ୍ଦିନ୍‌ ମୋ ହାତରୁ ଫୋନ୍ ଛଡ଼ାଇ ନେଇଥିଲେ ଏବଂ ମୋର ଅନ୍ୟ ଜଣେ ଦିଅର ମୋତେ ଚାପୁଡ଼ା ମାରି ଗାଳିଗୁଲଜ କରିଥିଲେ। ଏପରିକି ମୋ ଶାଶୂ ମୋତେ ଧମକ ମଧ୍ୟ ଦେଇଥିଲେ।

ଆଲିଆ କହିଛନ୍ତି ଯେ ଏତେ ସବୁ ଘଟଣା ପରେ ବି ନୱାଜୁଦ୍ଦିନ୍‌ ତାଙ୍କୁ ସହଯୋଗ କରି ନଥିଲେ। ଓଲଟା ସେ କହିଥିଲେ ଯେ ତାଙ୍କ କ୍ୟାରିଅର୍ ଏବେ ଆରମ୍ଭ ହୋଇଛି ଓ ସେ କୌଣସି ରିସ୍କ ନେବାକୁ ଚାହାଁନ୍ତି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe