ବିବାହର ୪ ମାସ ପରେ ଯାଆଁଳା ସନ୍ତାନର ମା’ ହେଲେ ନୟନତାରା

ହାଇଦ୍ରାବାଦ: ବିବାହର ୪ମାସ ପରେ ଗୁଡ୍‌ନ୍ୟୁଜ ଦେଲେ ସାଉଥ ସୁନ୍ଦରୀ ନୟନତାରା । ତାଙ୍କ ଘରକୁ ଆସିଛନ୍ତି କୁନି ଅତିଥି । ସେ ଯାଆଁଳା ସନ୍ତାନର ମା’ ହୋଇଛନ୍ତି । ଏନେଇ ନୟନତାରାଙ୍କ ସ୍ୱାମୀ ବିଗ୍ନେଶ ଶିବନ ନବତାଜଙ୍କ ଫଟୋ ଶେଆର କରି ସୂଚନା ଦେଇଛନ୍ତି । ଉଭୟ ସରୋଗେସି ଜରିଆରେ ବାପା-ମା’ ହୋଇଥିବା ଜଣାପଡିଛି । ବିଗ୍ନେଶ, ନୟନତାରାଙ୍କ ଦ୍ୱାରା ଶେଆର କରାଯାଇଥିବା ଫଟୋରେ ସେମାନଙ୍କ ଯାଆଁଳା ପୁଅଙ୍କ ପାଦକୁ ଗେଲ କରୁଥିବାବେଳେ ପିଲାମାନଙ୍କର ଚେହେରା […]

nayanthara vignesh sivan

Madhupriya Mistry
  • Published: Monday, 10 October 2022
  • , Updated: 10 October 2022, 11:38 AM IST

ହାଇଦ୍ରାବାଦ: ବିବାହର ୪ମାସ ପରେ ଗୁଡ୍‌ନ୍ୟୁଜ ଦେଲେ ସାଉଥ ସୁନ୍ଦରୀ ନୟନତାରା । ତାଙ୍କ ଘରକୁ ଆସିଛନ୍ତି କୁନି ଅତିଥି । ସେ ଯାଆଁଳା ସନ୍ତାନର ମା’ ହୋଇଛନ୍ତି । ଏନେଇ ନୟନତାରାଙ୍କ ସ୍ୱାମୀ ବିଗ୍ନେଶ ଶିବନ ନବତାଜଙ୍କ ଫଟୋ ଶେଆର କରି ସୂଚନା ଦେଇଛନ୍ତି । ଉଭୟ ସରୋଗେସି ଜରିଆରେ ବାପା-ମା’ ହୋଇଥିବା ଜଣାପଡିଛି ।

ବିଗ୍ନେଶ, ନୟନତାରାଙ୍କ ଦ୍ୱାରା ଶେଆର କରାଯାଇଥିବା ଫଟୋରେ ସେମାନଙ୍କ ଯାଆଁଳା ପୁଅଙ୍କ ପାଦକୁ ଗେଲ କରୁଥିବାବେଳେ ପିଲାମାନଙ୍କର ଚେହେରା ପ୍ରକାଶ କରିନାହାଁନ୍ତି। କେବଳ ତାଙ୍କର ଛୋଟ ପାଦ ଦେଖାଯାଉଛି। ଏହା ସହିତ ସେ ତାଙ୍କର ଦୁଇ ସନ୍ତାନର ନାମ ମଧ୍ୟ ଦେଇଛନ୍ତି। ଉଇର ଏବଂ ଉଲଗମ।

ବିଗ୍ନେଶ କ୍ୟାପସନରେ ଲେଖିଛନ୍ତି, ‘ନୟନ ଏବଂ ମୁଁ ଆମ୍ମା-ଆପା ହୋଇଗଲୁ। ‘ଆମର ଯାଆଁଳା ଶିଶୁ ହୋଛି। ଆମର ସମସ୍ତ ପ୍ରାର୍ଥନା, ପିତୃପୁରୁଷଙ୍କ ଆଶୀର୍ବାଦ ସହିତ, ଆମେ ଉଭୟ ପିଲାଙ୍କୁ ସୁସ୍ଥ ରୂପରେ ପାଇଛୁ । ଉଇର ଏବଂ ଉଲଗମ ପାଇଁ ତୁମର ପ୍ରାର୍ଥନା ଆବଶ୍ୟକ।’

https://twitter.com/VigneshShivN/status/1579094363095052288?s=20&t=LzIRmS56j2VD4M2QFBh_Qg

ନୟନତାରା ଓ ବିଗ୍ନେଶଙ୍କ ଏହି ଫଟୋରେ ଅନେକ ସେଲେବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । କାଜଲ ଅଗ୍ରୱାଲ ଲେଖିଛନ୍ତି, ‘ନୟନ ଏବଂ ଭିକିଙ୍କୁ ଅନେକ ଅନେକ ଅଭିନନ୍ଦନ। ପ୍ୟାରେଣ୍ଟ କ୍ଲବକୁ ସ୍ୱାଗତ। ଉଇର ଏବଂ ଉଲଗମଙ୍କୁ ବହୁତ ପ୍ରେମ ଏବଂ ଆଶୀର୍ବାଦ।

ନୟନତାରା ଏବଂ ବିଗ୍ନେଶ ପରସ୍ପରକୁ ବହୁ ବର୍ଷ ଧରି ଡେଟ କରିଥିଲେ। ଡେଟ୍‌ ପରେ ଦୁହେଁ ଚଳିତ ବର୍ଷ ୯ ଜୁନ୍‌ରେ ହିନ୍ଦୁ ରୀତିନୀତି ଅନୁସାରେ ଚେନ୍ନାଇରେ ବିବାହ କରିଥିଲେ। ବିବାହ ପରେ ସେ ହନିମୁନ୍‌ ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ।

Related story