ncb
ମୁମ୍ୱାଇ : ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାରେ ଏନ୍ସିବି(ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ହେପାଜତକୁ ନେଇଛି। ରିଆଙ୍କ ଘରେ ୩ ଘଣ୍ଟାରୁ ଅଧିକ ସମୟ ରେଡ୍ କରିବା ପରେ ଏନସିବି ତାଙ୍କ ମୋବାଇଲ୍, ଲାପଟପ୍, ଡାଏରୀ, ହାର୍ଡ ଡିକ୍ସ ସହିତ ରିଆ ଓ ସୌଭିକଙ୍କ କାର୍କୁ ମଧ୍ୟ ଯାଞ୍ଚ କରିଛି। ଏନ୍ସିବି ରିଆଙ୍କ ଘରୁ ଫୋନ୍ ଓ ଅନ୍ୟସବୁ ଇଲୋକ୍ଟ୍ରୋନିକ ଉପକରଣକୁ ଜବତ କରିଛି। ଯେଉଁଥିରେ ରିଆଙ୍କର ପୁରୁଣା ମୋବାଇଲ, ସୌଭିକଙ୍କ ଲାପଟପ୍ ଓ କିଛି ଡକ୍ୟୁମେଣ୍ଟସ୍ ରହିଛି।
ତେବେ ରେଡ୍ ପରେ ସୌଭିକ ଏନସିବି ସହିତ ଯିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ। ସେପ୍ଟେମ୍ୱର ୯ ତାରିଖ ପର୍ଯ୍ୟନ୍ତ ସେ ଏନସିବିର ରିମାଣ୍ଡରେ ଅଛନ୍ତି।
ସେହିପରି ସୁଶାନ୍ତଙ୍କ ସହଯୋଗୀ ସାମୁଏଲ ମିରାଣ୍ଡାଙ୍କ ଘରେ ଦୁଇ ଘଣ୍ଟା ରେଡ୍ କରିବା ପରେ ଏନ୍ସିବି ତାଙ୍କୁ ପଚରାଉଚରା ପାଇଁ ନେଇଛି। ସୌଭିକ ଓ ସାମୁଏଲଙ୍କୁ ଏନସିବି ଅଧିକାରୀ ମୁହାଁମୁହିଁ ଭାବରେ ଜେରା କରିପାରନ୍ତି ବୋଲି ଶୁଣାଯାଉଛି। ଦୁହିଁଙ୍କ ଉପରେ ଡ୍ରଗ୍ସ ନେବା ଏବଂ ଏହାକୁ କିଣି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାର ଅଭିଯୋଗ ଦାୟର ହୋଇଛି।
ଏହି ହାଇପ୍ରୋଫାଇଲ କେସ୍ରେ ସାମୁଏଲ ଓ ସୌଭିକ କେବଳ ଡ୍ରଗ୍ସ କିଣୁଥିଲେ ନା ଏହାକୁ କିଣି ଅନ୍ୟ କାହାକୁ ବିକ୍ରି କରୁଥିଲେ, ତଦନ୍ତ ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/ncb.jpg)