Advertisment

କରୋନାରେ ଚାଲିଗଲେ ଫିଲ୍ମ ନିର୍ଦ୍ଦେଶକ ରିଆନ୍ ଷ୍ଟିଫେନ୍‌

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚିଚାଲିଛି । ସଂକ୍ରମିଣ ସାମାନ୍ୟ କମିଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । କରୋନାରେ ଆକ୍ରାନ୍ତ ହୋଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡର ବଡ ଷ୍ଟାରଙ୍କ ମୃତ୍ୟୁ ହୋଇସାରିଲାଣି । ଏବେ ପୁଣି ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହୋଇ ବଲିଉଡ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରିଆନ୍ ଷ୍ଟିଫେନ୍‌ଙ୍କ ପରଲୋକ ହୋଇଛି । ରିଆନ୍ ଗତ କିଛି […]

କରୋନାରେ ଚାଲିଗଲେ ଫିଲ୍ମ ନିର୍ଦ୍ଦେଶକ ରିଆନ୍ ଷ୍ଟିଫେନ୍‌

Ryan Stephen

Advertisment

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚିଚାଲିଛି । ସଂକ୍ରମିଣ ସାମାନ୍ୟ କମିଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । କରୋନାରେ ଆକ୍ରାନ୍ତ ହୋଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡର ବଡ ଷ୍ଟାରଙ୍କ ମୃତ୍ୟୁ ହୋଇସାରିଲାଣି । ଏବେ ପୁଣି ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହୋଇ ବଲିଉଡ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରିଆନ୍ ଷ୍ଟିଫେନ୍‌ଙ୍କ ପରଲୋକ ହୋଇଛି ।

Advertisment

ରିଆନ୍ ଗତ କିଛି ଦିନ ହେବ ଗୋଆରେ ରହୁଥିଲେ । ସେଠାରେ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ବୋଲି ନିର୍ଦ୍ଦେଶକ ଅବିର ସେନ୍‌ଗୁପ୍ତା ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ଏବଂ ରିଆନ୍ ଜଣେ ବେଶ୍ ହଜଖୁସି ମିଜାଜ ଲୋକ ଥିଲେ ବୋଲି ସେ କହିଛନ୍ତି ।

ରିଆନ୍ ବହୁ ବର୍ଷ ଧରି ଫିଲ୍ମ ନିର୍ମାତା କରନ ଜୋହରଙ୍କ ପ୍ରଡକ୍ସନ୍ ହାଉସ୍ ସହିତ ଜଡିତ ଥିଲେ । ନିକଟରେ ରିଲିଜ୍ ହୋଇଥିବା କିୟାରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଜାୱାନି’ ଏବଂ କାଜଲ, ଶୃତି ହାସନ ଏବଂ ନେହାଙ୍କ ସର୍ଟ ଫିଲ୍ମ ‘ଦେବୀ’ ପାଇଁ ରିଆନ୍ ଚର୍ଚ୍ଚାରେ ଥିଲେ।

Advertisment

ସେହିପରି ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍’ର ରାଇଟର୍ ସୁପର୍ଣ ଏସ୍ ବର୍ମା ଟ୍ୱିଟ୍ କରି ରିଆନ୍ ଷ୍ଟିଫେନଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ସେ ରିଆନଙ୍କ ଏକ ଫଟୋ ସେୟାର କରି ଟ୍ୱିଟରରେ ସମବେଦନା ଜଣାଇଛନ୍ତି, “ମୁଁ ଖୁସି ଯେ ଆମେ କିଛି କାହାଣୀ ଉପରେ ଏକାଠି କାମ କରିଥିଲୁ, ଯାହାକୁ ଲେଖିବାର ଆନନ୍ଦ ତୁମ ପାଇଁ ଥିଲା । ତୁମେ ଅନେକ ଲୋକଙ୍କୁ ପଛରେ ଛାଡିଗଲ ଯେଉଁମାନେ ତୁମକୁ ଭଲ ପାଆନ୍ତି .. ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ।”

https://twitter.com/Suparn/status/1398500270082953217?s=20

ନିର୍ମାତା ରିଆନ୍ ଷ୍ଟିଫେନଙ୍କ ମୃତ୍ୟୁରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି । ରିଆନଙ୍କ ମୃତ୍ୟୁ ପରେ ଚକିତ ହୋଇଯାଇଥିବା ଅଭିନେତା ମନୋଜ ବାଜପେୟୀ ନିର୍ମାତା ସୁପର୍ଣଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଚକିତକର ଖବର, ସେ ଜଣେ ଭଲ ମଣିଷ ଥିଲେ । ତୁମ କଥା ବହୁତ ମନେ ପଡିବ ରିଆନ୍ ।

ସେହିପରି ଅଭିନେତ୍ରୀ କିଆରା ଆଡଭାନି ମଧ୍ୟ ରିଆନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ଆମର ପ୍ରିୟ ରିଆନ୍ ଖୁବଶିଘ୍ର ଆମକୁ ଛାଡି ଚାଲିଗଲେ ।

https://twitter.com/BajpayeeManoj/status/1398505515555069961?s=20

Covid19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe