Advertisment

ଋଷି କପୁରଙ୍କ ଶେଷ ଭିଡିଓ ଶେଆର କଲେ ନୀତୁ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ଋଷି କପୁର। ତାଙ୍କ ମୃତ୍ୟୁକୁ ୧୧ ମାସ ବିତି ଗଲାଣି। ଏବେ ବି ଋଷି କପୁରଙ୍କ ସ୍ମୃତି ତାଙ୍କ ପରିବାରବର୍ଗ ଓ ପ୍ରଶଂସକଙ୍କ ମନରେ  ତାଜା ହୋଇ ରହିଛି। ତାଙ୍କ ପତ୍ନୀ ନୀତୁ କପୁର ବେଳେ ବେଳେ ଋଷିଙ୍କୁ ମନେ ପକାଇ ଭାବୁକ ହୋଇ ପଡନ୍ତି। ସେ ତାଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତର ଫଟୋ ଏବଂ ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର ମଧ୍ୟ କରନ୍ତି। ନିକଟରେ ନୀତୁ କପୁର ଏଭଳି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଋଷି କପୁରଙ୍କ ଶେଷ ଭିଡିଓ ଶେଆର କଲେ ନୀତୁ

Rishi Kapoor and Neetu Kapoor

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ଋଷି କପୁର। ତାଙ୍କ ମୃତ୍ୟୁକୁ ୧୧ ମାସ ବିତି ଗଲାଣି। ଏବେ ବି ଋଷି କପୁରଙ୍କ ସ୍ମୃତି ତାଙ୍କ ପରିବାରବର୍ଗ ଓ ପ୍ରଶଂସକଙ୍କ ମନରେ  ତାଜା ହୋଇ ରହିଛି। ତାଙ୍କ ପତ୍ନୀ ନୀତୁ କପୁର ବେଳେ ବେଳେ ଋଷିଙ୍କୁ ମନେ ପକାଇ ଭାବୁକ ହୋଇ ପଡନ୍ତି। ସେ ତାଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତର ଫଟୋ ଏବଂ ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର ମଧ୍ୟ କରନ୍ତି।

Advertisment

ନିକଟରେ ନୀତୁ କପୁର ଏଭଳି ହିଁ ଏକ ଭିଡିଓ ଶେଆର କରିଛନ୍ତି। ଏହି ଭିଡିଓରେ ଋଷି କପୁର ମସ୍ତି ମୁଡ୍‌ରେ ନଜର ଆସିଛନ୍ତି।  ନୀତୁ ଏବଂ ଋଷି ଦୁହେଁ ଏକାଠି  ନ୍ୟୁୟର୍କର ସଡକରେ ହସଖୁସିରେ ବୁଲିଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଋଷି କପୁର ନୀତୁଙ୍କ ପାଇଁ ଏକ ଗୀତ ମଧ୍ୟ ଗାଉଥିବା ନଜର ଆସିଛନ୍ତି।

ପ୍ରକୃତରେ ଏହି ଭିଡିଓ ହେଉଛି ନୀତୁ ଏବଂ ଋଷି କପୁରଙ୍କ ନ୍ୟୁୟର୍କ ଟ୍ରିପ୍‌ର ଶେଷ ଭିଡିଓ। ଏହାକୁ ଶେଆର କରି ନୀତୁ ଲେଖିଛନ୍ତି, ``ଆଜି ଋଷିଙ୍କ ୧୧ ମାସିକ ଶ୍ରାଦ୍ଧ। ଏଥିପାଇଁ ମୁଁ ଆମ ଶେଷ ନ୍ୟୁୟର୍କ ଟ୍ରିପ୍‌ର କିଛି ସ୍ମୃତିକୁ ଶେଆର କରିବା ପାଇଁ ଚିନ୍ତା କରିଛି।''

Advertisment

ଏହି ଭିଡିଓଟିକୁ ଲୋକେ ବେଶ୍‌ ପସନ୍ଦ କରିବା ସହ ମାତ୍ର କିଛି ମିନିଟ୍‌ରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ସୂଚନାଯୋଗ୍ୟ ଯେ, ଗତବର୍ଷ ଚିକିତ୍ସାଧୀନ ଅବସ୍ଥାରେ ଋଷି କପୁରଙ୍କ ପରଲୋକ ହୋଇଥିଲା।

Bollywood