Advertisment

ଛାଡ଼ପତ୍ର ଖବରରେ ପୂର୍ଣ୍ଣଚ୍ଛେଦ ପକାଇଲେ ନେହା, ଶେଆର କଲେ ରୋମାଣ୍ଟିକ ଫଟୋ

୨୦୨୦ ମସିହାରେ ରୋହନପ୍ରୀତଙ୍କୁ ବିବାହ କରିଥିଲେ ନେହା।

author-image
Tapaswini Nayak
ଅଦ୍ୟତନ ହୋଇଛି
Neha-kakar

Neha-kakar

ବଲିଉଡର ପ୍ଲେ-ବ୍ୟାକ କଣ୍ଠଶିଳ୍ପୀ ନେହା କକ୍କର ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂହଙ୍କଠାରୁ ଅଲଗା ହେବା ଖବରରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ନିଜେ ନେହା ଏଥିରେ ପକାଇଛନ୍ତି ପୂର୍ଣ୍ଣଛେଦ। ଗତକାଲି ନେହା ନିଜ ଇନଷ୍ଟାଗ୍ରାମରେ ରୋହନପ୍ରୀତ ଓ ତାଙ୍କର ଏକ ରୋମାଣ୍ଟିକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ରୋହନପ୍ରୀତ ଓ ନେହାଙ୍କୁ କିସ୍‌ କରୁଛନ୍ତି।

Advertisment

ନିଜ ଇନଷ୍ଟାଗ୍ରାମରେ ନେହା ଏହି ଫଟୋ ଶେଆର କରିବା ପରେ ରୋହନପ୍ରୀତଙ୍କ ସହିତ ତାଙ୍କ ସମ୍ପର୍କ ଠିକ୍‌ଠାକ୍‌ ଥିବା ଜଣାପଡ଼ିଛି। ରୋହନ ଓ ନେହାଙ୍କର ଏହି ରୋମାଣ୍ଟିକ ଫଟୋକୁ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି ଓ କମେଣ୍ଟ ମଧ୍ୟ କରିଛନ୍ତି।

ଜୁନ୍‌ ୬ ତାରିଖରେ ନେହା ତାଙ୍କର ୩୫ ତମ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନରେ ନେହା ଏକ ପାର୍ଟି ରଖିଥିଲେ। ଏହି ପାର୍ଟିରେ ନେହାଙ୍କ ପରିବାର ଓ ସାଙ୍ଗସାଥୀ ସାମିଲ ହୋଇଥିଲେ। ହେଲେ ନେହାଙ୍କର ଏତେ ବଡ଼ ଦିନରେ ତାଙ୍କ ସ୍ୱାମୀ ରୋହନପ୍ରୀତ ସାଙ୍ଗରେ ନଥିଲେ। ସେ ଏହି ପାର୍ଟିରେ ସାମିଲ ହୋଇନଥିଲେ। ଯାହାକୁ ନେଇ ନେହା ଓ ରୋହନପ୍ରୀତଙ୍କ ମଧ୍ୟରେ ସମ୍ପର୍କ ଠିକଠାକ୍ ନଥିବା ବି ଟାଉନ ଚର୍ଚ୍ଚା ହେଉଥିଲା। ଖୁବ୍ ଶୀଘ୍ର ନେହା ରୋହନପ୍ରୀତଙ୍କୁ ଛାଡପତ୍ର ଦେଉଥିବା ଶୁଣାଯାଉଥିଲା। ହେଲେ ନେହା ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Advertisment

 ୨୦୨୦ ମସିହାରେ ନେହା ରୋହନପ୍ରୀତଙ୍କୁ ବିବାହ କରିଥିଲେ।

Bollywood