ବଲିଉଡର ପ୍ଲେ-ବ୍ୟାକ କଣ୍ଠଶିଳ୍ପୀ ନେହା କକ୍କର ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂହଙ୍କଠାରୁ ଅଲଗା ହେବା ଖବରରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ନିଜେ ନେହା ଏଥିରେ ପକାଇଛନ୍ତି ପୂର୍ଣ୍ଣଛେଦ। ଗତକାଲି ନେହା ନିଜ ଇନଷ୍ଟାଗ୍ରାମରେ ରୋହନପ୍ରୀତ ଓ ତାଙ୍କର ଏକ ରୋମାଣ୍ଟିକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ରୋହନପ୍ରୀତ ଓ ନେହାଙ୍କୁ କିସ୍ କରୁଛନ୍ତି।
ନିଜ ଇନଷ୍ଟାଗ୍ରାମରେ ନେହା ଏହି ଫଟୋ ଶେଆର କରିବା ପରେ ରୋହନପ୍ରୀତଙ୍କ ସହିତ ତାଙ୍କ ସମ୍ପର୍କ ଠିକ୍ଠାକ୍ ଥିବା ଜଣାପଡ଼ିଛି। ରୋହନ ଓ ନେହାଙ୍କର ଏହି ରୋମାଣ୍ଟିକ ଫଟୋକୁ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି ଓ କମେଣ୍ଟ ମଧ୍ୟ କରିଛନ୍ତି।
ଜୁନ୍ ୬ ତାରିଖରେ ନେହା ତାଙ୍କର ୩୫ ତମ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନରେ ନେହା ଏକ ପାର୍ଟି ରଖିଥିଲେ। ଏହି ପାର୍ଟିରେ ନେହାଙ୍କ ପରିବାର ଓ ସାଙ୍ଗସାଥୀ ସାମିଲ ହୋଇଥିଲେ। ହେଲେ ନେହାଙ୍କର ଏତେ ବଡ଼ ଦିନରେ ତାଙ୍କ ସ୍ୱାମୀ ରୋହନପ୍ରୀତ ସାଙ୍ଗରେ ନଥିଲେ। ସେ ଏହି ପାର୍ଟିରେ ସାମିଲ ହୋଇନଥିଲେ। ଯାହାକୁ ନେଇ ନେହା ଓ ରୋହନପ୍ରୀତଙ୍କ ମଧ୍ୟରେ ସମ୍ପର୍କ ଠିକଠାକ୍ ନଥିବା ବି ଟାଉନ ଚର୍ଚ୍ଚା ହେଉଥିଲା। ଖୁବ୍ ଶୀଘ୍ର ନେହା ରୋହନପ୍ରୀତଙ୍କୁ ଛାଡପତ୍ର ଦେଉଥିବା ଶୁଣାଯାଉଥିଲା। ହେଲେ ନେହା ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
୨୦୨୦ ମସିହାରେ ନେହା ରୋହନପ୍ରୀତଙ୍କୁ ବିବାହ କରିଥିଲେ।