Advertisment

ହରଡ଼ଘଣାରେ ରଣଦୀପ ହୁଡ୍ଡା

ମୁମ୍ବାଇ: ମହଙ୍ଗା ପଡିଲା ମନ୍ତବ୍ୟ ଦେବା । ହରଡଘଣାରେ ପଡିଲେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା । ଟୁଇଟରେ ଅଭିନେତା ରଣଦୀପ ହୁଡ୍ଡାଙ୍କୁ ଗିରଫ କରିବାକୁ ନେଇ ଏବେ ଦାବି ଜୋର୍ ଧରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ କମେଣ୍ଟ କରି ଫସିଛନ୍ତି ରଣଦୀପ । ତାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରଣଦୀପଙ୍କ ନାଁରେ ଅଭିଯୋଗ ହୋଇଛି । ଏହାପରେ ଟୁଇଟର୍‌ରେ #ArrestRandeephooda ଟ୍ରେଣ୍ଡ କରିବାରେ ଲାଗିଛି । ପ୍ରକୃତରେ ରଣଦୀପ […]

ହରଡ଼ଘଣାରେ ରଣଦୀପ ହୁଡ୍ଡା

Randeep Hooda

Advertisment

ମୁମ୍ବାଇ: ମହଙ୍ଗା ପଡିଲା ମନ୍ତବ୍ୟ ଦେବା । ହରଡଘଣାରେ ପଡିଲେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା । ଟୁଇଟରେ ଅଭିନେତା ରଣଦୀପ ହୁଡ୍ଡାଙ୍କୁ ଗିରଫ କରିବାକୁ ନେଇ ଏବେ ଦାବି ଜୋର୍ ଧରିଛି ।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ କମେଣ୍ଟ କରି ଫସିଛନ୍ତି ରଣଦୀପ । ତାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରଣଦୀପଙ୍କ ନାଁରେ ଅଭିଯୋଗ ହୋଇଛି । ଏହାପରେ ଟୁଇଟର୍‌ରେ #ArrestRandeephooda ଟ୍ରେଣ୍ଡ କରିବାରେ ଲାଗିଛି ।

ପ୍ରକୃତରେ ରଣଦୀପ ହୁଡାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଦର୍ଶକଙ୍କ ମଧ୍ୟରେ ବସିଥିବା ରଣଦୀପ କହିଛନ୍ତି ଯେ ସେ ଏକ ଖରାପ ଜୋକ୍ ଶୁଣାଇବାକୁ ଚାହୁଁଛନ୍ତି । ଏହା ପରେ ରଣଦୀପ ହୁଡା କହିଛନ୍ତି, ‘ମାୟାବତୀ ୨ ପିଲାଙ୍କ ସହ ଯାଉଥିଲେ ଯେଉଁମାନେ ବାଳକ ଥିଲେ। ପରେ ଜଣେ ବ୍ୟକ୍ତି ତାଙ୍କୁ ପଚାରିଲେ କି ଏମାନେ ଯାଆଁଳା? ମାୟାବତୀ ଉତ୍ତର ଦେଲେ ,ନାହିଁ ଜଣେ ୪ ବର୍ଷର ଏବଂ ଅନ୍ୟ ଜଣେ ୮ ବର୍ଷର।

Advertisment

ରଣଦୀପଙ୍କ ଏହି ଜୋକ୍ ଏବେ ପସନ୍ଦ ଆସି ନାହିଁ । ଅଭିନେତାଙ୍କ ଏହି ଭିଡିଓ ଭାଇରାଲ ହେବା ପରଠାରୁ ବହୁଜନ ସମାଜବାଦି ପାର୍ଟି (ବିଏସପି) ଏବଂ ମାୟାବତୀଙ୍କ ସମର୍ଥନ କ୍ରମାଗତ ଭାବରେ ଅଭିନେତାଙ୍କୁ ଗିରଫ କରିବାକୁ ଦାବି କରିଆସୁଛନ୍ତି ।

ଏଥିସହିତ କିଛି ଲୋକ କହିଛନ୍ତି ଯେ ରଣଦୀପ ହୁଡାଙ୍କ ଏହି ଆପତ୍ତିଜନକ ମନ୍ତବ୍ୟ କେବଳ ମାୟାବତୀ ଏବଂ ଦଳିତଙ୍କ ବିରୋଧରେ ନୁହେଁ ବରଂ ମହିଳାଙ୍କ ବିରୋଧରେ। ସେପଟେ ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା, ରଣଦୀପ ହୁଡାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe