Advertisment

ସାମ୍ନାକୁ ଆସିଲେ କରୀନାଙ୍କ ସାନ ପୁଅ ଜାହାଙ୍ଗିର

ମୁମ୍ବାଇ: ଶେଷ ହେଲା ଦୀର୍ଘ ଦିନର ଅପେକ୍ଷା। ସାମ୍ନାକୁ ଆସିଲେ ବଲିଉଡର ବେବୋ କରୀନା କପୁରଙ୍କ ସାନ ପୁଅ। ଫଟୋଗ୍ରାଫରଙ୍କ ହାତରେ ଲାଗିଲା ସାନ ପୁଅ ଜାହାଙ୍ଗିରର ଫଟୋ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଯାଏଁ କରୀନା ଏବଂ ସୈଫ ଅଲ୍ଲୀ ଖାନ ଜେହ ଓରଫ ଜାହାଙ୍ଗିରଙ୍କୁ ସାମ୍ନାକୁ ଆଣିନଥିଲେ। ସେ ଜେହକୁ ଲୋକଙ୍କ ଠାରୁ ଏବଂ କ୍ୟାମେରା ଠାରୁ ଦୂରେଇ ରଖିଥିଲେ। ତେବେ ଶୁକ୍ରବାର ଦିନ ଜେହଙ୍କୁ ତାଙ୍କ ମେଡ୍‌ […]

ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲେ କରୀନାଙ୍କ ସାନ ପୁଅ ଜାହାଙ୍ଗିର

Kareena kapoor son

Advertisment

ମୁମ୍ବାଇ: ଶେଷ ହେଲା ଦୀର୍ଘ ଦିନର ଅପେକ୍ଷା। ସାମ୍ନାକୁ ଆସିଲେ ବଲିଉଡର ବେବୋ କରୀନା କପୁରଙ୍କ ସାନ ପୁଅ। ଫଟୋଗ୍ରାଫରଙ୍କ ହାତରେ ଲାଗିଲା ସାନ ପୁଅ ଜାହାଙ୍ଗିରର ଫଟୋ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବର୍ତ୍ତମାନ ଯାଏଁ କରୀନା ଏବଂ ସୈଫ ଅଲ୍ଲୀ ଖାନ ଜେହ ଓରଫ ଜାହାଙ୍ଗିରଙ୍କୁ ସାମ୍ନାକୁ ଆଣିନଥିଲେ। ସେ ଜେହକୁ ଲୋକଙ୍କ ଠାରୁ ଏବଂ କ୍ୟାମେରା ଠାରୁ ଦୂରେଇ ରଖିଥିଲେ। ତେବେ ଶୁକ୍ରବାର ଦିନ ଜେହଙ୍କୁ ତାଙ୍କ ମେଡ୍‌ କୋଳରେ ଧରିଥିବା ନଜର ଆସିଛନ୍ତି। ଏକ କାର୍‌ ଭିତରେ ଜେହଙ୍କୁ ତାଙ୍କ ମେଡ୍‌ କୋଳରେ ଧରିଥିବା ବେଳେ ପାଖରେ ସୈଫ ବସିଥିବା ଦେଖିବାକୁ ମିଳିଛି। ଦୁହେଁ କରୀନାଙ୍କ ବାପା ରଣଧୀର କପୁରଙ୍କ ଘରକୁ ଯାଉଥିବା ସମୟରେ କିଛି ଗଣମାଧ୍ୟମ ତାଙ୍କ କାର୍‌କୁ ଘେରି ଯାଇଥିଲେ ଏବଂ ତାଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ।  ଏହାପରେ ଜେହଙ୍କର ପ୍ରଥମ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି।

ତେବେ କିଛି ସୋଶାଲ ମିଡିଆ ୟୁଜର୍ସଙ୍କୁ କିନ୍ତୁ ଗଣମାଧ୍ୟମଙ୍କର ଏଭଳି ବ୍ୟବହାର ପସନ୍ଦ କରିନାହାନ୍ତି।  ଜେହଙ୍କ ଫଟୋ ଭାଇରାଲ ହେବା ପରେ  ବର୍ତ୍ତମାନ ସୋସିଆଲ ମିଡିଆ ୟୁଜର୍ସମାନେ ଫଟୋଗ୍ରାଫରଙ୍କୁ ନିନ୍ଦା କରୁଛନ୍ତି। ସେମାନେ କହିଛନ୍ତି, 'ଏଭଳି ଫଟୋ ଉଠାଇବା ଭୁଲ୍‌। ଛୋଟ ପିଳାଙ୍କ ସହ ଫଟୋଗ୍ରାଫରମାନେ ଏଭଳି କରିବା ଠିକ୍‌ ନୁହେଁ। ପିଲାଙ୍କୁ ଏଭଳି ଭୟଭୀତ କରନ୍ତୁ ନାହିଁ।'

Advertisment

ଗତ କିଛି ଦିନ ହେବ କରୀନା କପୁର ଏବଂ ସୈଫ ଅଲ୍ଲି ଖାନ୍‌ ତାଙ୍କ ସାନ ପୁଅର ନାଁକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସାନ ପୁଅର ନାଁ ସେମାନେ ଜାହାଙ୍ଗିର ଦେଇଥିବା ନେଇ ନିକଟରେ ଘୋଷଣା କରିଥିଲେ। ଏହାପରେ ସୋଶାଲ ମିଡିଆରେ ସେମାନେ ଟ୍ରୋଲର ଶିକାର ହୋଇଛନ୍ତି।

ସୂଚନା ମୁତାବକ କରୀନା ଫେବ୍ରୁଆରୀ ୨୦୨୧ରେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ କରୀନା ନିଜର ଏକ ବହି 'ପ୍ରେଗ୍‌ନାନ୍ସି ବାଇବେଲ' ଲଞ୍ଚ କରିଥିଲେ। ଏହି ବହି ଜରିଆରେ ବେବୋ ନିଜର ଗର୍ଭବତୀ ଥିବା ସମୟର ସମସ୍ତ ଅନୁଭୂତି ବଖାଣିଛନ୍ତି। ଏଥିସହ ତାଙ୍କ ପିଲାଙ୍କ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।

Bollywood Kareena Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe