Advertisment

ବୁଲେଟ୍‌ରେ ପଇଁନ୍ତରା ମାରୁଛନ୍ତି ଜୁନିଅର୍ ଏନ୍‌ଟିଆର୍ ଓ ରାମ ଚରଣ!

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରାମ ଚରଣ ଓ ଜୁନିଅର ଏନ୍‌ଟିଆର୍। ଏକାଠି ହୋଇଛନ୍ତି ଏବେ ଏହି ଦୁଇ ଷ୍ଟାର। ସେ ପୁଣି ଗୋଟିଏ ବୁଲେଟରେ। ଗୋଟିଏ ବୁଲେଟରେ ବସି ପଇଁନ୍ତରା ମାରୁଛନ୍ତି ଏମାନେ। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ପ୍ରକୃତରେ ରିଲିଜ ହୋଇଛି ଅପ୍‌କମିଂ ମଲ୍ଟି ଷ୍ଟାରର ଫିଲ୍ମ “ଆର୍‌ଆର୍‌ଆର୍‌”ର ଆଉ ଏକ ପୋଷ୍ଟର। ଏହି ପୋଷ୍ଟରରେ ଜୁନିଆର ଏନ୍‌ଟିଆର୍ ଓ ରାମ ଚରଣଙ୍କୁ ଗୋଟିଏ ବୁଲେଟ୍ ଉପରେ ବସି ବୁଲୁଥିବା ଦେଖିବାକୁ ମିଳିଛି। ଆଗରେ […]

ବୁଲେଟ୍‌ରେ ପଇଁନ୍ତରା ମାରୁଛନ୍ତି ଜୁନିଅର୍ ଏନ୍‌ଟିଆର୍ ଓ ରାମ ଚରଣ!

Ram charan and Jr, NTR

Advertisment

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରାମ ଚରଣ ଓ ଜୁନିଅର ଏନ୍‌ଟିଆର୍। ଏକାଠି ହୋଇଛନ୍ତି ଏବେ ଏହି ଦୁଇ ଷ୍ଟାର। ସେ ପୁଣି ଗୋଟିଏ ବୁଲେଟରେ। ଗୋଟିଏ ବୁଲେଟରେ ବସି ପଇଁନ୍ତରା ମାରୁଛନ୍ତି ଏମାନେ। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି।

Advertisment

ପ୍ରକୃତରେ ରିଲିଜ ହୋଇଛି ଅପ୍‌କମିଂ ମଲ୍ଟି ଷ୍ଟାରର ଫିଲ୍ମ “ଆର୍‌ଆର୍‌ଆର୍‌”ର ଆଉ ଏକ ପୋଷ୍ଟର। ଏହି ପୋଷ୍ଟରରେ ଜୁନିଆର ଏନ୍‌ଟିଆର୍ ଓ ରାମ ଚରଣଙ୍କୁ ଗୋଟିଏ ବୁଲେଟ୍ ଉପରେ ବସି ବୁଲୁଥିବା ଦେଖିବାକୁ ମିଳିଛି। ଆଗରେ ଜୁନିଅର ଏନ୍‌ଟିଆର୍ ବସିଥିବା ବେଳେ ତାଙ୍କ ପଛରେ ବସିଛନ୍ତି ରାମ ଚରଣ। ଆର୍‌ଆର୍‌ଆର୍ ଅଫିସିଆଲ୍ ମୁଭି ଟ୍ୱିଟର ହ୍ୟାଣ୍ଡେଲରେ ଏହି ପୋଷ୍ଟରକୁ ସେଆର କରାଯାଇଛି।

ବାହୁବଳୀ ଫେମ୍ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ସୁଟିଂ ଲାଷ୍ଟ ଷ୍ଟେଜରେ ଅଛି। ଏହାର ଡବିଂ ପାର୍ଟ ମଧ୍ୟ ପ୍ରାୟ ଶେଷ ହେବାକୁ ବସିଲାଣି। ଫିଲ୍ମର ଦୁଇଟି ଗୀତ କେବଳ ସୁଟିଂ ହେବାକୁ ବାକି ଅଛି । ଏଥିସହ ଏହାର ପୋଷ୍ଟ ପ୍ରଡକ୍ସନ ମଧ୍ୟ ଆରମ୍ଭ ହୋଇସାରିଲାଣି।

Advertisment

ଭାରତୀୟ ସ୍ୱତନ୍ତ୍ରତାର ପ୍ରମୁଖ ଯୋଦ୍ଧା କୋମାରାମ ଭୀମ ଓ ଅଲ୍ଲୁରୀ ସୀତାରାମ ରାଜୁଙ୍କ ଜୀବନ ଉପରେ ଆଧାରିତ ହୋଇଥିବା ଏକ କାଳ୍ପନିକ କାହାଣୀକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି। ଆର୍‌ଆର୍‌ଆର୍‌କୁ ହାଇଦ୍ରାବା୍‌ର ଅନେକ ସ୍ଥାନରେ ସୁଟ୍ କରାଯାଇଛି। ସୁଟିଂ ବେଳେ କୋଭିଡ ପ୍ରଟୋକଲ ଯେପରି ଭଙ୍ଗ ନହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି।

୪୫୦ କୋଟି ଟଙ୍କାରେ ତିଆରି ଏହି ବିଗ୍ ବଜେଟ୍ ଫିଲ୍ମର ଲିଡ୍ ରୋଲରେ ଜୁନିଅର ଏନ୍‌ଟିଆର୍, ରାମ ଚରଣ, ଆଲିଆ ଭଟ୍ଟ ଓ ଅଜୟ ଦେବଗନ ଅଛନ୍ତି। ଫିଳ୍ମଟି ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ, ମାଲୟାଲମ ସମେତ ଅନେକ ଭାଷାରେ ରିଲିଜ କରାଯିବ। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବର ୧୩ ତାରିଖରେ ବଡ଼ ପରଦାକୁ ଆସିବ ଏହି ଫିଲ୍ମ।

https://twitter.com/RRRMovie/status/1409746132855451659?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe