ଆସିଲା ‘ପଠାନ’ର ନୂଆ ପୋଷ୍ଟର, ରାଗିଗଲେ ଫ୍ୟାନ୍‌

ମୁମ୍ବାଇ: ଲମ୍ବା କେଶ ଆଉ କିଲର୍ ଅନ୍ଦାଜ। କିଙ୍ଗ ଖାନ୍ ଶାହାରୁଖଙ୍କ ନୂଆ ଲୁକ୍ ଆଉ ନୂଆ ସ୍ୱାଗ୍। ରିଲିଜ ହୋଇଥିବା ଫିଲ୍ମ ପଠାନ୍‌ର ନୂଆ ପୋଷ୍ଟର୍‌ରେ ଦେଖିବାକୁ ମିଳିଛି ଶାହାରୁଖଙ୍କ କିଛି ଏଭଳି ଲୁକ୍। କିଙ୍ଗ ଖାନ୍‌ଙ୍କ ଏହି କିଲର୍ ଲୁକ୍ ଦେଖି ତାଙ୍କର ଫ୍ୟାନ୍‌ମାନେ ଦିୱାନା ହୋଇଯାଇଛନ୍ତି। ସେପଟେ ଆଉ କିଛି ଫ୍ୟାନ୍ ଶାହାରୁଖଙ୍କ ଏହି ଲୁକ୍‌କୁ ଦେଖି ରାଗି ଯାଇଛନ୍ତି। ଶାହାରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ଅପ୍‌କମିଂ ଫିଲ୍ମ ପଠାନକୁ ନେଇ ଅତ୍ୟଧିକ […]

SharukhKhan

SharukhKhan

Madhupriya Mistry
  • Published: Thursday, 08 December 2022
  • Updated: 08 December 2022, 12:16 PM IST

Sports

Latest News

ମୁମ୍ବାଇ: ଲମ୍ବା କେଶ ଆଉ କିଲର୍ ଅନ୍ଦାଜ। କିଙ୍ଗ ଖାନ୍ ଶାହାରୁଖଙ୍କ ନୂଆ ଲୁକ୍ ଆଉ ନୂଆ ସ୍ୱାଗ୍। ରିଲିଜ ହୋଇଥିବା ଫିଲ୍ମ ପଠାନ୍‌ର ନୂଆ ପୋଷ୍ଟର୍‌ରେ ଦେଖିବାକୁ ମିଳିଛି ଶାହାରୁଖଙ୍କ କିଛି ଏଭଳି ଲୁକ୍। କିଙ୍ଗ ଖାନ୍‌ଙ୍କ ଏହି କିଲର୍ ଲୁକ୍ ଦେଖି ତାଙ୍କର ଫ୍ୟାନ୍‌ମାନେ ଦିୱାନା ହୋଇଯାଇଛନ୍ତି। ସେପଟେ ଆଉ କିଛି ଫ୍ୟାନ୍ ଶାହାରୁଖଙ୍କ ଏହି ଲୁକ୍‌କୁ ଦେଖି ରାଗି ଯାଇଛନ୍ତି।

ଶାହାରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ଅପ୍‌କମିଂ ଫିଲ୍ମ ପଠାନକୁ ନେଇ ଅତ୍ୟଧିକ ଉତ୍ସାହିତ ଅଛନ୍ତି। କେବେ ଫିଲ୍ମ ରିଲିଜ ହେବ ସେ ନେଇ ଫ୍ୟାନ୍‌ମାନେ ଦିନ ଗଣୁଛନ୍ତି। ଫିଲ୍ମ ପଠାନରୁ ଶାହାରୁଖଙ୍କ ଅନେକ ଲୁକ୍ ଆଉ ପୋଷ୍ଟର ରିଲିଜ ହୋଇସାରିଛି। କିନ୍ତୁ ଏବେ ଯେଉଁ ପୋଷ୍ଟର୍ ରିଲିଜ ହୋଇଛି ତାକୁ ନେଇ ଫ୍ୟାନ୍‌ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାହାରୁଖଙ୍କ ନୂଆ ଲୁକ୍ କିଛି ଫ୍ୟାନ୍‌ମାନଙ୍କୁ ପସନ୍ଦ ଆସିନାହିଁ। ଫିଲ୍ମର ଗୀତ କେବେ ରିଲିଜ ହେବ ବୋଲି ଫ୍ୟାନ୍‌ମାନେ ପ୍ରଶ୍ନ କରିଛନ୍ତି। ଗୀତ ରିଲିଜରେ କାହିଁକି ବିଳମ୍ବ ହେଉଛି କହି ଫିଲ୍ମର ମେକର୍ସ ଉପରେ ସେମାନେ ନିଜ କ୍ରୋଧ ପ୍ରକାଶ କରିଛନ୍ତି।

https://twitter.com/yrf/status/1600497859983450113?s=20&t=CmO043DLuru_aGrId8CzfA

ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପରଦାକୁ ଆସିବ ଶାହାରୁଖଙ୍କ ଫିଲ୍ମ ପଠାନ। ତେବେ ଏହା ପୂର୍ବରୁ ମେକର୍ସ ଫିଲ୍ମର ନୂଆ ପୋଷ୍ଟର ଶେଆର କରି କ୍ୟାପସନରେ ଲେଖିଛନ୍ତି ଗେଟ୍ ସେଟ୍ ବୁମ୍‌...। ଫିଲ୍ମରେ ଅଭିନେତା ଶାହାରୁଖ ଖାନ୍ ଲିଡ୍ ରୋଲ୍‌ରେ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ଦୀପିକା ପାଦୁକୋନ୍ ଓ ଜନ୍ ଅବ୍ରାହମ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos