Advertisment

IC 814 ୱେବ ସିରିଜ ପାଇଁ ପୁଣି ଅଡ଼ୁଆରେ Netflix : ଏଥର ANI କୋର୍ଟରେ ପହଞ୍ଚିଲା

ଏଏନଆଇ କୋର୍ଟରେ ଏନେଇ ଆବେଦନ କରିଛି। ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣି ପାଇଁ ରାଜି ହୋଇଥିବା ବେଳେ Netflixକୁ ଜବାବ ତଲବ କରିଛନ୍ତି।

author-image
Hemant Lenka
ICJ 814

ICJ 814

ପୁଣି ଅଡ଼ୁଆରେ Netflix ଓ ବିମାନ ଅପହରଣକୁ ନେଇ ୱେବ ସିରିଜ ପ୍ରସ୍ତୁତ କରିଥିବା ପ୍ରଯୋଜକ। ଏଥର ଏମାନଙ୍କ ବିରୋଧରେ କୋର୍ଟରେ ପହଞ୍ଚିଛି ନ୍ୟୁଜ ଏଜେନ୍ସି ଏଏନଆଇ। ସଂସ୍ଥା ପକ୍ଷରୁ ପ୍ଲେନ ହାଇଜ୍ୟାକୁ ନେଇ ତିଆରି କରାଯାଇଥିବା ୱେବ ସିରିଜର ୪ଟି ଏପିସୋଡକୁ ହଟାଇବା ପାଇଁ କୁହାଯାଇଛି। ବିନା ଅନୁମତିରେ Netflix ଓ ୱେବ ସିରିଜର ପ୍ରଯୋଜକ ଏଏନ୍‌ଆଇର କିଛି କଣ୍ଟେଣ୍ଟ ବା ଭିଡିଓ କ୍ଲିପକୁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

Advertisment

Netflixରେ ରିଲଜ ହୋଇଥିବା ଆଇସି-୮୧୪: ଦ କାନ୍ଧାହାର ହାଇଜ୍ୟାକକୁ ନେଇ ଆରମ୍ଭରୁ ବିବାଦ ଲାଗି ରହିଛି। ୧୯୯୯ରେ ଇଣ୍ଡିଆ ଏୟାର ଲାଇନ୍ସ ବିମାନ ୮୧୪ ହାଇଜ୍ୟାକ ଘଟଣା ଉପରେ ଏହା ପର୍ଯ୍ୟବେସିତ। କାଠମାଣ୍ଡୁରୁ ଆତଙ୍କବାଦୀମାନେ ବିମାନଟିକୁ ଅପହରଣ କରି କାନ୍ଧାହାର ନେଇ ଯାଇଥିଲେ।

ଆତଙ୍କବାଦୀମାନେ ମୁସଲିମ ହୋଇଥିବା ବେଳେ ସେମାନଙ୍କ ନାଁ ହିନ୍ଦୁ ରଖାଯାଇଥିବା ପ୍ରଥମେ ଅଭିଯୋଗ ହୋଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଜଣାପଡ଼ିଥିବା ଯେ ଆତଙ୍କବାଦୀମାନେ ବିମାନ ଭିତରେ ନିଜର କୋଡ ନାଁ ଯାହା ରଖିଥିଲେ, ତା’କୁ ହିଁ ୱେବସିରିଜରେ ପ୍ରଦର୍ଶିତ କରାଯାଇଛି।

Advertisment

ଏହି ବିବାଦ ଯୋଗୁ Netflix ତା’ର ୱେବ ସିରିଜରେ ଡିସକ୍ଲାଇମର ଯୋଡ଼ି ଏକଥା ସମସ୍ତଙ୍କୁ ଜଣାଇଥିଲା। ବିବାଦ ହୋଗୁ କମ୍ପାନୀର ଅଧିକାରୀମାନଙ୍କୁ ମଧ୍ୟ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମନ ହୋଇଥିଲା। ଏହି ବାବଦ ସାମନ୍ୟ ଥମି ଥିବା ବେଳେ ଏବେ ନୂଆ ଅଭିଯୋଗରେ Netflix ଛନ୍ଦି ହୋଇ ଯାଇଛି।

ଏଏନ୍‌ଆଇର ଓକିଲ ସିଦ୍ଧାନ୍ତ କୁମାର କହିଛନ୍ତି, “Netflix ଓ ୱେବ ସିରିଜର ପ୍ରଯୋଜକ ବିନା ଲାଇସେନ୍ସରେ ଏଏନଆଇର ଫୁଟେଜକୁ ବ୍ୟବହାର କରିଛନ୍ତି। ୱେବ ସିରିଜରେ ଏଏନଆଇର ଟ୍ରେଡ ମାର୍କକୁ ମଧ୍ୟ ପ୍ରଦର୍ଶିତ କରିଛନ୍ତି। ଯେହେତୁ ୱେବ ସିରିଜଟି ବିବାଦ ମଧ୍ୟକୁ ଆସିଛି ଆମର ଟ୍ରେଡ ମାର୍କ ଓ ବ୍ରାଣ୍ଡ ନାଁ ମଧ୍ୟ ପ୍ରଭାବିତ ହୋଇଛି। ତେଣୁ ଆମେ ଚାହୁଁଛୁ ଯେ Netflix ତା’ ୱେବ ସିରିଜର ୪ଟି ଯାକ ଏପିସୋଡ ପ୍ରତ୍ୟାହାର କରୁ। କାରଣ ୪ଟି ଏପିସୋଡରେ ଏଏନଆଇର ଫୁଟେଜ ରହିଛି।”

ଏଏନଆଇ କୋର୍ଟରେ ଏନେଇ ଆବେଦନ କରିଛି। ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣି ପାଇଁ ରାଜି ହୋଇଥିବା ବେଳେ Netflixକୁ ଜବାବ ତଲବ କରିଛନ୍ତି। ତେବେ ଏ ସମ୍ପର୍କରେ Netflix ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଏଯାଏ ସାମ୍ନାକୁ ଆସିନି।

NetFlix ICJ 814 ANI