Advertisment

Rajpal Yadav: ମିଳିଲାନି ଆଶ୍ୱସ୍ତି, ପୂର୍ବଭଳି ଜେଲରେ ରହିବେ ରାଜପାଲ ଯାଦବ

ଚେକ ବାଉନ୍ସ ମାମଲାରେ ଜେଲରେ ଥିବା ରାଜପାଲ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟ କରିବାର ଥିଲା। କିନ୍ତୁ କୋର୍ଟ ସୋମବାର ଯାଏ ଏହାର ଶୁଣାଣିକୁ ଟାଳି ଦେଇଛନ୍ତି।

author-image
Hemant Lenka
Rajpal

ରାଜପାଲ ଯାଦବ

ବଲିଉଡ କମେଡିଆନ ରାଜପାଲ ଯାଦବଙ୍କୁ ମିଳିନି ଆଶ୍ୱସ୍ତି। ଚେକ ବାଉନ୍ସ ମାମଲାରେ ୫ ତାରିଖରୁ ତିହାର ଜେଲ(Tihar Jail)ରେ ରହିଥିବା ରାଜପାଲଙ୍କୁ ପୂର୍ବଭଳି ସେଠାରେ ରହିବାକୁ ପଡ଼ିବ। ଆଜି ତାଙ୍କ ଜାମିନ ଆବେଦନ ଶୁଣାଣି ଥିଲେ ହେଁ କୋର୍ଟ ଏହାକୁ ୧୬ ତାରିଖ ଅର୍ଥାତ ସୋମବାର ଯାଏ ଘୁଞ୍ଚାଇ ଦେଇଛନ୍ତି। ଅତିକମରେ ଏବେ ରାଜପାଲଙ୍କୁ ଆସନ୍ତା ସୋମବାର ଯାଏ ତିହାର ଜେଲରେ ରାତି କାଟିବାକୁ ପଡ଼ିବ। 

Advertisment

ଚେକ ବାଉନ୍ସ ମାମଲାରେ ଜେଲରେ ଥିବା ରାଜପାଲ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟ କରିବାର ଥିଲା। କିନ୍ତୁ କୋର୍ଟ ସୋମବାର ଯାଏ ଏହାର ଶୁଣାଣିକୁ ଟାଳି ଦେଇଛନ୍ତି। ସେହିପରି ରାଜପାଲଙ୍କ ଜାମିନ ଆବେଦନ ଉପରେ ଜବାବ ରଖିବାକୁ ହାଇକୋର୍ଟ ଅଭିଯୋଗକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ ଜବାବ ଦେବା ପରେ କୋର୍ଟ ରାଜପାଲ ଯାଦବଙ୍କ ଆବେଦନର ଶୁଶାଣି କରିବେ। 

୨୦୧୦ରେ ରାଜପାଲ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ 'ଅତା ପତା ଲାପତା'ପାଇଁ ଦିଲ୍ଲୀର ଏକ କମ୍ପାନୀ 'ମୁରଲୀ ପ୍ରୋଜେକ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌' ଠାରୁ ପ୍ରାୟ ୫ କୋଟି ଟଙ୍କା ଋଣ ନେଇଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ଫଳରେ ସେ ଋଣ ଟଙ୍କା ସୁଝିପାରି ନଥିଲେ। ଋଣ ପରିଶୋଧ ପାଇଁ ସେ ଦେଇଥିବା ଅନେକ ଚେକ୍‌ ବାଉନ୍ସ ହୋଇଯାଇଥିଲା । ପରେ କମ୍ପାନୀ ଯାଇଥିଲା କୋର୍ଟ। ୨୦୧୮ରେ ମାଜିଷ୍ଟ୍ରେଟ୍‌ କୋର୍ଟ ରାଜପାଲ ଓ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ୍‌ ଦଣ୍ଡ ଶୁଣାଇଥିଲେ। ସେତେବେଳେ ସେ କିଛି ଦିନ ଜେଲ୍‌ରେ ରହିବା ପରେ ହାଇକୋର୍ଟରୁ ଜାମିନ ପାଇଥିଲେ। 

Advertisment

ତେବେ ଦୀର୍ଘ ବର୍ଷ ଧରି ମାମଲା ଚାଲିବା ଓ ଟଙ୍କା ଫେରସ୍ତ ନକରିବା ଯୋଗୁ ସୁଧ ସହ ମୋଟ ବାକି ଟଙ୍କା ପ୍ରାୟ ୯ କୋଟିରେ ପହଂଚିଥିଲା। କୋର୍ଟ ଅନେକ ସୁଯୋଗ ଦେଇଥିଲେ ମଧ୍ୟ ରାଜପାଲ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଥିଲେ। ଶେଷରେ ୪ ଫେବୃଆରୀ ୨୦୨୬ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଉ ଅଧିକ ସମୟ ଦେବାକୁ ମନା କରିଦେଇଥିଲେ ଏବଂ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦିନକ ପରେ ସେ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ। 

ଏହି ଖବର ପ୍ରଚାର ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ବଡ଼ବଡ଼ କଳାକାର ତାଙ୍କୁ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଛନ୍ତି। ଏମାନଙ୍କ ମଧ୍ୟରେ ସଲମାନ ଖାନ, ଅଜୟ ଦେବଗାନ, ସୋନୁ ସୁଦ ଓ ବରୁଣ ଧୱନଙ୍କ ଭଳି କଳାକାର ରହିଛନ୍ତି। ଏହାବାଦ ଜେମଟ୍ୟୁନ୍ସ ମ୍ୟୁଜିକର ମାଲିକ ସଂଗୀତ ପ୍ରଯୋଜକ ରାଓ ଇନ୍ଦ୍ରଜିତ ସିଂହ ଯାଦବ। ରାଜପାଲଙ୍କୁ ଋଣ ମୁକ୍ତ କରିବା ପାଇଁ ସେ ୧.୧କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଅଭିନେତା ଗୁରମିତ୍‌ ଚୌଧୁରୀ ମଧ୍ୟ ଏହି ଧାରାରେ ଯୋଡ଼ି ହୋଇ ହାସ୍ୟ କଳାକାରଙ୍କ ପାଇଁ ସାହାଯ୍ୟ ମାଗିଛନ୍ତି। ପଲ୍ଟିସିଆନ  ତେଜ୍‌ ପ୍ରତାପ ଯାଦବ ୧୧ ଲକ୍ଷ ପ୍ରଦାନ କରିଥିବା ବେଳେ ସିନେ ସମୀକ୍ଷକ କମଲ ଆର ଖାନ ମଧ୍ୟ ୧୦ଲକ୍ଷର ସହାୟତା ରାଶି ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

ଆଜି ଅଳ୍ପ ସମୟରେ ଶୁଣାଣି ବେଳେ ରାଜପାଲଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ତାଙ୍କ କ୍ଲାଏଣ୍ଟ ଋଣ ଟଙ୍କା ପରିଶୋଧ କରିବାକୁ ରାଜି ଅଛନ୍ତି। ଏଥିସହ ସେ ସିଧାସଳଖ ଏହି ଟଙ୍କା ଅଭିଯୋଗକାରୀଙ୍କ ବଦଳରେ କୋର୍ଟରେ ଦାଖଲ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତଥାପି କୋର୍ଟ ଅଭିଯୋଗକାରୀଙ୍କୁ ପକ୍ଷ ରଖିବାକୁ କହିବା ସହ ସୋମବାର ଯାଏ ଶୁଶାଣିକୁ ଟାଳି ଦେଇଛନ୍ତି। 

Tihar Jail