Advertisment

ବିଗ୍‌ବସ୍‌ ବିଜେତା ଏଲଭିସ୍‌ ଯାଦବଙ୍କୁ ୩ ଘଣ୍ଟା ଘାଣ୍ଟିଲା ପୁଲିସ

ରେଭ୍‌ ପାର୍ଟି ମାମଲାରେ ଏହି ଫେମସ୍‌ ୟୁଟ୍ୟୁବର୍‌ଙ୍କୁ ପୁଲିସ ରାତି ଶୁଆଇ ଦେଇନି।

author-image
Madhupriya Mistry
Elvish Yadav

Elvish Yadav

ବିଗ୍‌ବସ୍‌ ଓଟିଟି-୨ର ବିଜେିା ଏଲଭିସ୍‌ ଯାଦବଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାପ ବିଷ କାରବାର କରୁଥିବା ଓ ରେଭ୍‌ ପାର୍ଟି ମାମଲାରେ ଏହି ଫେମସ୍‌ ୟୁଟ୍ୟୁବର୍‌ଙ୍କୁ ପୁଲିସ ରାତି ଶୁଆଇ ଦେଇନି। ବିଳମ୍ବିତ ରାତିରେ ନଏଡା ପୁଲିସ ଏଲଭିସ ଯାଦବଙ୍କୁ ତିନି ଘଣ୍ଟା ଜେରା କରିଛି। ଏହାପୂର୍ବରୁ ପୁଲିସ ଏଲ୍‌ଭିସଙ୍କୁ ସାପ ବିଷ ମାମଲରେ ପଚରାଉଚରା କରିବା ପାଇଁ ନୋଟିସ ପଠାଇଥିଲା।

Advertisment

ସୂଚନା ମୁତାବକ, ୟୁଟ୍ୟୁବରଙ୍କୁ ଡିସିପି ଓ ଏସିପି ଲେବଲର ଅଧିକାରୀମାନେ ପଚରାଉଚରା କରିଛନ୍ତି। ତେବେ ଆଜି ପୁଣି ତାଙ୍କୁ ପୁଲିସ ଜେରା କରିପାରେ ବୋଲି କୁହାଯାଉଛି। ସାପ ବିଷ ମାମଲାରେ ଅଭିଯୁକ୍ତ ଥିବା ରାହୁଲ ଓ ଏଲ୍‌ଭିସଙ୍କୁ ମୁହାଁମୁହିଁ ବସାଇ ନଏଡା ପୁଲିସ ପ୍ରଶ୍ନ ପଚାରିପାରେ। ସେପଟେ ବୁଧବାର ଦିନ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ନଏଡା ପୁଲିସ ରିମାଣ୍ଡରେ ନେଇପାରେ ବୋଲି ସୂଚନା ମିଳିଛି। ଏଥିସହ ଯେଉଁସ୍ଥାନରେ ରେଭ୍‌ ପାର୍ଟି ହୋଇଥିବା ସେହିସ୍ଥାନର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯିବ ବୋଲି ପୁଲିସ କହିଛି।

ନୋଏଡା ପୁଲିସ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ଏଲଭିସ ଯାଦବଙ୍କ ସମେତ ୬ ଜଣଙ୍କ ବିରୋଧରେ ବନ୍ୟ ଜନ୍ତୁ ସଂରକ୍ଷଣ ଅଧିନିୟମ ଏବଂ ଆଇପିସି ଧାରା ଅନୁଯାୟୀ ରେଭ ପାର୍ଟିରେ ସାପ ବିଷ ବ୍ୟବହାର କରିଥିବା ଅଭିଯୋଗରେ ନଭେମ୍ବର ୩ରେ ମାମଲା ରୁଜୁ କରିଥିଲା। ପୋଲିସର ସୂଚନାନୁସାରେ, ନଭେମ୍ବର ୩ରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୫ଟି କୋବ୍ରା ସମେତ ୯ଟି ସାପ ଉଦ୍ଧାର କରାଯାଇଥିଲା। ୨୦ ମିଲିମିଟର ମିଲି ସାପ ବିଷ ମଧ୍ୟ ଜବତ କରାଯାଇଥିଲା। ଏହି ପାର୍ଟୀ ହୋଇଥିବା ସ୍ଥାନଗୁଡିକର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯିବ।

Advertisment

ଅନ୍ୟପଟେ ଏହି ପୂରା ମାମଲାରେ ଏଲ୍‌ଭିସ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି। ତାଙ୍କ କହିବାକୁ ମୁତାବକ, ଏହି ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। କିନ୍ତୁ ନିକଟରେ ଏକ ଅଡିଓ କ୍ଲିପ୍‌ରେ ଏଲ୍‌ଭିସଙ୍କ ନାଁ ସାମ୍ନାକୁ ଆସିଛି। ଅଡିଓରେ ଗିରଫ ଅଭିଯୁକ୍ତ ରାହୁଲ ଯାଦବ ପିପୁଲ୍‌ ଫର୍‌ ଆନିମଲ୍‌ର ସଦସ୍ୟଙ୍କୁ ଏଲ୍‌ଭିସଙ୍କ ରେଭ୍‌ ପାର୍ଟିରେ ଡ୍ରଗ୍ ପହଞ୍ଚାଇଥିବା କହୁଥିବା ଶୁଣିବାକୁ ମିଳିଛି। ଏହାକୁ ନେଇ ଏଲ୍‌ଭିସଙ୍କ ଅଡୁଆ ବଢ଼ିପାରେ ବୋଲି କୁହାଯାଉଛି।

Bigg Boss OTT Winner Elvish Yadav Snake Venom