Advertisment

ଇନଷ୍ଟାଗ୍ରାମ୍‌ରେ ନୋରାଙ୍କର ୨ କୋଟି ଫ୍ୟାନ୍ସ

ମୁମ୍ୱାଇ : ନିଜର ନିଆରା ଡ୍ୟାନ୍ସିଙ୍ଗ ଶୈଳୀ ପାଇଁ ଫ୍ୟାନ୍ସଙ୍କ ନିକଟରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ନୋରା ଫତେହୀ ସୋଶାଲ ମିଡିଆରେ ଖୁବ୍‌ ସକ୍ରିୟ ରହିଥା’ନ୍ତି। ଇନଷ୍ଟାଗ୍ରାମ୍‌ରେ ନୋରା ତାଙ୍କର ଫଟୋ ଭିଡିଓ ଲଗାତାର ପୋଷ୍ଟ କରିଥା’ନ୍ତି। ନିକଟରେ ଇନଷ୍ଟାଗ୍ରାମ୍‌ରେ ନୋରାଙ୍କର ୨୦ ମିଲିୟନ୍‌ ଅର୍ଥାତ୍‌ ୨କୋଟି ଫଲୋୟର୍ସ ପାର ହୋଇଛନ୍ତି। ଯାହାକୁ ଦେଖିବା ପରେ ସ୍ପଷ୍ଟ ଜଣାପଡୁଛି ଯେ ଖୁବ୍‌ ଶୀଘ୍ର ନୋରା ଫ୍ୟାନ୍ସଙ୍କ ହୃଦୟରେ ଘର କରିସାରିଛନ୍ତି।   View this post on […]

author-image
Puspanjali Panda
ଅଦ୍ୟତନ ହୋଇଛି
ଇନଷ୍ଟାଗ୍ରାମ୍‌ରେ ନୋରାଙ୍କର ୨ କୋଟି ଫ୍ୟାନ୍ସ

nora

ମୁମ୍ୱାଇ : ନିଜର ନିଆରା ଡ୍ୟାନ୍ସିଙ୍ଗ ଶୈଳୀ ପାଇଁ ଫ୍ୟାନ୍ସଙ୍କ ନିକଟରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ନୋରା ଫତେହୀ ସୋଶାଲ ମିଡିଆରେ ଖୁବ୍‌ ସକ୍ରିୟ ରହିଥା’ନ୍ତି। ଇନଷ୍ଟାଗ୍ରାମ୍‌ରେ ନୋରା ତାଙ୍କର ଫଟୋ ଭିଡିଓ ଲଗାତାର ପୋଷ୍ଟ କରିଥା’ନ୍ତି। ନିକଟରେ ଇନଷ୍ଟାଗ୍ରାମ୍‌ରେ ନୋରାଙ୍କର ୨୦ ମିଲିୟନ୍‌ ଅର୍ଥାତ୍‌ ୨କୋଟି ଫଲୋୟର୍ସ ପାର ହୋଇଛନ୍ତି। ଯାହାକୁ ଦେଖିବା ପରେ ସ୍ପଷ୍ଟ ଜଣାପଡୁଛି ଯେ ଖୁବ୍‌ ଶୀଘ୍ର ନୋରା ଫ୍ୟାନ୍ସଙ୍କ ହୃଦୟରେ ଘର କରିସାରିଛନ୍ତି।

Advertisment

୨ କୋଟି ଫ୍ୟାନ୍ସଙ୍କୁ ନେଇ ନୋରା ବହୁତ ଖୁସି ଅଛନ୍ତି। ଏଥିପାଇଁ ସେ ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇବା ସହ ଏକ ପାର୍ଟିର ଆୟୋଜନ କରି ସେଲିବ୍ରେସନ ମଧ୍ୟ କରିଛନ୍ତି। ସାଙ୍ଗମାନଙ୍କ ସହ ନୋରା ମୋରୋକୋରେ ଏହି ପାର୍ଟିର ଆୟୋଜନ କରିଥିଲେ। ଯାହାର ଭିଡିଓକୁ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ତାଙ୍କର କିଛି ଫ୍ୟାନ୍ସଙ୍କ ସହ ଡାନ୍ସ ମଧ୍ୟ କରୁଥିବା ଦେଖିବାକୁ ମିଳିଛି।
ହ୍ୱାଇଟ୍‌ କଲର ଏକ ଗାଉନ୍‌ ପିନ୍ଧି ନୋରା ମୋରୋକୋରେ ଡେଜର୍ଟ ଡ୍ରାଇଭିଙ୍ଗର ମଜା ନେଇଛନ୍ତି।

ଇନଷ୍ଟାଗ୍ରାମରେ ନୋରା ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇ ଲେଖିଛନ୍ତି, ‘ଧନ୍ୟବାଦ ସମସ୍ତ ଇନ୍‌ଷ୍ଟା ଫ୍ୟାନଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯେଉଁମାନେ ମୋତେ ସବୁବେଳେ ସପୋର୍ଟ କରିଆସିଛନ୍ତି। ସମସ୍ତଙ୍କ ବହୁତ ସାରା ଭଲପାଇବା। ଏହା ତ କେବଳ ଆରମ୍ଭ ମାତ୍ର।’

Advertisment

ସୂଚନାଯୋଗ୍ୟ, ନିଜର ଗ୍ଲାମରସ୍‌ ଲୁକ୍‌ ଓ ଡ୍ୟାନ୍ସ ପାଇଁ ନୋରା ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ନିକଟରେ ନୋରାଙ୍କର ଗୁରୁ ରନ୍ଧୱାଙ୍କ ସହିତ ଏକ ମ୍ୟୁଜିକ ଭିଡିଓ ରିଲିଜ୍‌ ହୋଇଥିଲା। ଯେଉଁ ଗୀତକୁ ଦର୍ଶକ ପସନ୍ଦ କରିବା ସହ ଭଲପାଇବା ଦେଇଥିଲେ।