Advertisment

କନ୍‌ମ୍ୟାନ ସୁକେଶଙ୍କ ୨୦୦ କୋଟି ଠକେଇ ମାମଲା, ନୋରା ଫତେହିଙ୍କ ବୟାନ ରେକର୍ଡ଼

ନୂଆଦିଲ୍ଲୀ: କନ୍‌ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କ ବୟାନ ରେକର୍ଡ଼ ହୋଇଛି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ତାଙ୍କ ବୟାନ ରେକର୍ଡ଼ ହୋଇଛି। ମେଟ୍ରୋ ପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଅକ୍ରିତ ମେହେନ୍ଦ୍ରୁଙ୍କ ସମ୍ମୁଖରେ ତାଙ୍କ ବୟାନ ରେକର୍ଡ଼ ହୋଇଛି। ପୂର୍ବରୁ ନୋରା ଫତେହି ଦିଲ୍ଲୀ କୋର୍ଟରେ ଜ୍ୟାକଲିନ ଓ ଅନେକ ମିଡିଆ କମ୍ପାନୀ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ନୋରା ଅଭିଯୋଗ ଆଣିଛନ୍ତି କି ମହାଠକ […]

ନୋରାଙ୍କୁ ୬ ଘଣ୍ଟା ଜେରା

Nora Fatehi

Advertisment

ନୂଆଦିଲ୍ଲୀ: କନ୍‌ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କ ବୟାନ ରେକର୍ଡ଼ ହୋଇଛି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ତାଙ୍କ ବୟାନ ରେକର୍ଡ଼ ହୋଇଛି। ମେଟ୍ରୋ ପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଅକ୍ରିତ ମେହେନ୍ଦ୍ରୁଙ୍କ ସମ୍ମୁଖରେ ତାଙ୍କ ବୟାନ ରେକର୍ଡ଼ ହୋଇଛି। ପୂର୍ବରୁ ନୋରା ଫତେହି ଦିଲ୍ଲୀ କୋର୍ଟରେ ଜ୍ୟାକଲିନ ଓ ଅନେକ ମିଡିଆ କମ୍ପାନୀ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ନୋରା ଅଭିଯୋଗ ଆଣିଛନ୍ତି କି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୧୫ କୋଟି ମନି ଲଣ୍ଡ୍ରିଂ ମାମଲାରେ ତାଙ୍କ ନାମକୁ ଜବରଦସ୍ତ ଯୋଡା ଯାଉଛି । ସେ କହିଛନ୍ତି କି ମୋର ସୁକେଶ ସହିତ କୌଣସି ସିଧାସଳଖ ସଂପର୍କ ନାହିଁ ।

Advertisment

ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆଙ୍କ ସହାୟତାରେ ସୁକେଶଙ୍କୁ ଜାଣିଥିଲେ । ନୋରା କହିଛନ୍ତି କି ସେ ସୁକେଶଙ୍କ ଠାରୁ କୌଣସି ଉପହାର ନେଇ ନାହାଁନ୍ତି । ମିଡିଆରେ ଏଭଳି କଥା ପ୍ରଚାର ହେବା ଫଳରେ ତାଙ୍କ ମର୍ଯ୍ୟାଦା ନଷ୍ଟ ହେଉଥିବା କଥା ସେ ଅଭିଯୋଗ କରିଛନ୍ତି ।

ଅର୍ଥ ହେରଫେର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୋରା ଫତେହିଙ୍କୁ ପୂର୍ବରୁ ଇଡି ପଚରାଉଚରା କରିଛି।  ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ନୋରା ଫତେହିଙ୍କୁ ଗୋଟାଏ ‘ବିଏମ୍‌ଡବ୍ଲୁ’ କାର୍‌ ଉପହାର ଦେଇ ଥିବା ଇଡି ସନ୍ଦେହ କରିଥିଲା। ନୋରା ଫତେହିଙ୍କୁ ସୁକେଶଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା। ସେଥିରେ ଉପହାର ପ୍ରସଙ୍ଗ ପଡ଼ିଥିଲା। ପରେ ସେ ଏକ ବିବୃତି ଜାରି କରି ନୋରା ଫତେହି କହିଥିଲେ, କୌଣସି ଆର୍ଥିକ ଦୁର୍ନୀତିରେ ସ‌େ ସଂଶ୍ଳିଷ୍ଟ ନୁହନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe