ହିଜାବ ପିନ୍ଧି ନାଚିଲେ ମହିଳା, ଇମ୍ପ୍ରେସ ହେଲେ ନୋରା

ମୁମ୍ବାଇ: ବଲିଉଡର ଡ୍ୟାନ୍ସିଂ କୁଇନ୍‌ ନୋରା ଫତେହି। ନିକଟରେ ରିଲିଜ ହୋଇଥିବା ତାଙ୍କ ‘ଡ୍ୟାନ୍ସ ମେରି ରାନୀ…’ ଗୀତ ସୋଶାଲ ମିଡିଆରେ ଜବରଦସ୍ତ ହିଟ୍‌ ହୋଇଛି। ସମସ୍ତେ ତାଙ୍କ ଡ୍ୟାନ୍ସର ଦିୱାନା ହୋଇଯାଇଛନ୍ତି। ନୋରାଙ୍କ ଡ୍ୟାନ୍ସ ତାଙ୍କ ଫ୍ୟାନ୍‌ମାନଙ୍କୁ କିରିଛି ପାଗଳ। ଯାହାକୁ ଦେଖିବ ଏହି ଗୀତରେ ନାଚି ଭିଡିଓ ତିଆରି କରୁଛନ୍ତି। ନିକଟରେ ଜଣେ ମହିଳା ହିଜାବ ପିନ୍ଧି ଏହି ଗୀତରେ ଡ୍ୟାନ୍ସ କରି ରିଲ୍‌ ଭିଡିଓ ତିଆରି କରିଛନ୍ତି। ନୋରାଙ୍କ ମ୍ୟୁଜିକ ଭିଡିଓ ‘ଡ୍ୟାନ୍ସ […]

Nora

Madhupriya Mistry
  • Published: Wednesday, 19 January 2022
  • , Updated: 19 January 2022, 04:52 PM IST

ମୁମ୍ବାଇ: ବଲିଉଡର ଡ୍ୟାନ୍ସିଂ କୁଇନ୍‌ ନୋରା ଫତେହି। ନିକଟରେ ରିଲିଜ ହୋଇଥିବା ତାଙ୍କ 'ଡ୍ୟାନ୍ସ ମେରି ରାନୀ…' ଗୀତ ସୋଶାଲ ମିଡିଆରେ ଜବରଦସ୍ତ ହିଟ୍‌ ହୋଇଛି। ସମସ୍ତେ ତାଙ୍କ ଡ୍ୟାନ୍ସର ଦିୱାନା ହୋଇଯାଇଛନ୍ତି। ନୋରାଙ୍କ ଡ୍ୟାନ୍ସ ତାଙ୍କ ଫ୍ୟାନ୍‌ମାନଙ୍କୁ କିରିଛି ପାଗଳ। ଯାହାକୁ ଦେଖିବ ଏହି ଗୀତରେ ନାଚି ଭିଡିଓ ତିଆରି କରୁଛନ୍ତି। ନିକଟରେ ଜଣେ ମହିଳା ହିଜାବ ପିନ୍ଧି ଏହି ଗୀତରେ ଡ୍ୟାନ୍ସ କରି ରିଲ୍‌ ଭିଡିଓ ତିଆରି କରିଛନ୍ତି।

ନୋରାଙ୍କ ମ୍ୟୁଜିକ ଭିଡିଓ 'ଡ୍ୟାନ୍ସ ମେରି ରାନୀ' କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଧମାଳ କରୁଛି। ଦୁବାଇର ଜଣେ ମହିଳା ନିଜ ଛୋଟ ଝିଅ ସହ ମିଶି ନୋରାଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ସେ ହିଜାବ ପିନ୍ଧି ଡ୍ୟାନ୍ସର ଷ୍ଟେପ ସହ ଷ୍ଟେପ ମିଶାଇଛନ୍ତି। ଯାହାକୁ ଦେଖି ଅଭିନେତ୍ରୀ ନୋରାଙ୍କ ହୋସ୍‌ ଉଡିଯାଇଛି।

ହିଜାବ ପିନ୍ଧି ନାଚୁଥିବା ମହିଳାଙ୍କ ଉକ୍ତ ଡ୍ୟାନ୍ସ ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି ନୋରା। ଭିଡିଓରେ ଛୋଟ ଝିଅ ଓ ମହିଳା ନୋରାଙ୍କ ପ୍ରତିଟି ଷ୍ଟେପ୍‌କୁ ଫଲୋ କରିଛନ୍ତି। ଉଭୟଙ୍କ ଏହି ଡ୍ୟାନ୍ସ ଭିଡିଓକୁ ଦେଖି ନୋରା ବେଶ୍‌ ଇମ୍ପ୍ରେସ ହୋଇଯାଇଛନ୍ତି। ସେ ଭିଡିଓକୁ ଶେଆର କରି ଲେଖିଛନ୍ତି, 'ବେଶ୍‌ ଅଦ୍ଭୁତ'। ସୋଶାଲ ମିଡିଆରେ ମା'-ଝିଅଙ୍କ ଏହି ଭିଡିଓ ଭାଇରାଲ ମଧ୍ୟ ହୋଇଛି।  ଏହି ଭିଡିଓକୁ ବର୍ତ୍ତମାନ ଯାଏଁ ୫ ଲକ୍ଷରୁ ଅଧିକ ଲାକ୍‌ସ ମିଳିସାରିଲାଣି। ସେପଟେ ୟୁଜର୍ସମାନେ ମହିଳା ଓ ଛୋଟ ଝିଅର ଡ୍ୟାନ୍ସ ଦେଖି ଖୁବ୍‌ ପ୍ରଶଂସା କରୁଛନ୍ତି।

 

View this post on Instagram

 

A post shared by Nora Fatehi (@norafatehi)

Related story